ଦେଶରେ ପୁଣି ତଳମୁହାଁ ହେଲା ସଂକ୍ରମଣ, ଗତ ୨୪ଘଣ୍ଟାରେ ୧୫୧୫୮ କୋଭିଡ଼ ସଂକ୍ରମିତ ଚିହ୍ନଟ


ଦେଶରେ ଆଜି ଠାରୁ କରୋନା ଟିକାକରଣ ଆରମ୍ଭ ହୋଇଛି । କିନ୍ତୁ ସଂକ୍ରମଣ ସଂଖ୍ୟା କମ୍‌ ହୋଇଥିଲେ ମଧ୍ୟ ସଂକ୍ରମିତଙ୍କ ସଂଖ୍ୟା ବନ୍ଦ ହୋଇନାହିଁ । ଦେଶରେ ଲଗାତର ଭାବେ କରୋନା ସଂକ୍ରମଣ ସଂଖ୍ୟା ହ୍ରାସ-ବୃଦ୍ଧି ପାଇବାରେ ଲାଗିଛି । ଗତ୨୪ଘଣ୍ଟାରେ ଦେଶରେ ୧୫ହଜାରରୁ ଅଧିକ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବାର ରେକର୍ଡ ହୋଇଛି ।

କେନ୍ଦ୍ରୀୟ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ, ଗତ ୨୪ଘଣ୍ଟାରେ ଦେଶରେ ୧୫୧୫୮ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୧୭୫ଜଣଙ୍କ ମୃତ୍ୟୁ ହୋଇଛି । ତେବେ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧,୦୫,୪୨,୮୪୧ରେ ପହଞ୍ଚିଛି । ସେହିପରି ଦେଶରେ କରୋନାରେ ମୋଟ ମୃତକଙ୍କ ସଂଖ୍ୟା ୧,୫୨,୦୯୩ରେ ପହଞ୍ଚିଛି ।

ସେହିପରି ଗତ ୨୪ଘଣ୍ଟାରେ ଦେଶରେ ୧୬୯୭୭ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଯାହାକୁ ମିଶାଇ ଦେଶରେ ଏବେ ଯାଏଁ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧,୦୧,୭୯,୭୧୫ରେ ପହଞ୍ଚିଛି । ଦେଶରେ ଆକ୍ଟିଭ୍‌ କେସ୍‌ ଓ ସୁସ୍ଥ ସଂଖ୍ୟା ମଧ୍ୟରେ ବଡ଼ଧରଣ ପାର୍ଥକ୍ୟ ରହିଛି । ଦେଶରେ ବର୍ତ୍ତମାନ ଆକ୍ଟିଭ୍‌ କେସ୍‌ ୨,୧୧,୦୩୩ ରହିଛି ।


Share It

Comments are closed.