୨୩ ରାଜ୍ୟର ୩୫୪ଟି ଆସନରେ ଏକାକୀ ନିର୍ବାଚନ ଲଢିବ କଂଗ୍ରେସ


ଗତ ବର୍ଷ ସେପ୍ଟେମ୍ବରରେ ରାଜସ୍ଥାନ, ମଧ୍ୟପ୍ରଦେଶ ଏବଂ ଛତିଶଗଡରେ ହୋଇଥିବା ସାଧାରଣ ନିର୍ବାଚନରେ କଂଗ୍ରେସକୁ ବିପୁଳ ଜନମତ ମିଳିଥିବାବେଳେ ବର୍ତ୍ତମାନ କଂଗ୍ରେସ ଆଗାମୀ ଲୋକସଭା ନିର୍ବାଚନ ପାଇଁ ଫ୍ରଣ୍ଟଫୁଟରେ ଖେଳିବା ଆରମ୍ଭ କରିଦେଇଛି । ୪ ମାସ ପୂର୍ବେ କଂଗ୍ରେସ ଯେଉଁ ରାଜ୍ୟମାନଙ୍କରେ ସହଯୋଗୀ ଦଳ ମାନଙ୍କ ସହ ମିଶି ଆସନ ବୁଝାମଣା କରିବା ପାଇଁ ପ୍ରସ୍ତୁତ ଥିଲା କିନ୍ତୁ ବର୍ତ୍ତମାନ କଂଗ୍ରେସ ସେହି ସହଯୋଗୀ ଦଳ ମାନଙ୍କ ସହ ମିଶି ଆସନ ବୁଝାମଣାରେ ବଡ ଭାଇର ଭୂମିକା ନିର୍ବାହ କରିବାକୁ ଚାହୁଁଛି ।
କଂଗ୍ରେସ ସେହି ସବୁ ରାଜ୍ୟମାନଙ୍କରେ ଏକାକୀ ନିର୍ବାଚନ ଲଢିବ ପଛେ କିନ୍ତୁ ଆସନ ବୁଝାମଣାରେ ସାନ ଭାଇର ଭୂମିକା ନିର୍ବାହ କରିବାକୁ ଚାହୁଁ ନାହିଁ । ପ୍ରକାଶ ଥାଉକି କଂଗ୍ରେସ ୟୁପି ପରେ ବର୍ତ୍ତମାନ ପଶ୍ଚିମବଙ୍ଗରେ ଏକାକୀ ନିର୍ବାନ ଲଢିବା ପାଇଁ ନିଷ୍ପତି ନେଇଛି । ଏବଂ ମହାରାଷ୍ଟ୍ରରେ ସେ ଏନସିପି ସହିତ ମିଶି ବଡ ଭାଇର ଭମିକା ନିର୍ବାହ କରିବାକୁ ଚାହୁଁଥିବାବେଳେ ବିହାରରେ ଆରଜେଡି ସହ ମିଶି ସମାନ-ସମାନ ଆସନରେ ନିର୍ବାଚନ ଲଢିବା ପାଇଁ ଇଚ୍ଛା ପ୍ରକଟ କରିଛି । ଆନ୍ଧ୍ରରେ, କଂଗ୍ରେସ ବିହାର ଭଳି ସମାନ ଢଙ୍ଗରେ ନିର୍ବାଚନ ଲଢିବା ପାଇଁ ରଣନୀତ ପ୍ରସ୍ତୁତ କରୁଥିବାବେଳେ କେବଳ ତାମିଲନାଡୁ ରେ କଂଗ୍ରେସ, ଡିଏମକେ ସହ ମିଶି ଅଳ୍ପ ଆସନର ବୁଝାମଣାରେ ନିର୍ବାଚନ ଲଢିବା ପାଇଁ ପ୍ରସ୍ତୁତ ହୋଇଛି ।
ତେବେ ଆସନ୍ତୁ ଜାଣିବା କେଉଁ ରାଜ୍ୟମାନଙ୍କରେ କଂଗ୍ରେସ ଏକାକୀ ନିର୍ବାଚନ ଲଢିବା ପାଇଁ ଚାହୁଁଛି ।
ୟୁପି-୮୦, ବଙ୍ଗଳା-୪୨, ମଧ୍ୟପ୍ରଦେଶ-୨୯, ରାଜସ୍ଥାନ-୨୫, ଗୁଜୁରାଟ-୨୫, ଆନ୍ଧ୍ରପ୍ରଦେଶ-୨୫, ଓଡିଶା-୨୧, କେରଳ-୨୦, ତେଲଙ୍ଗାନା-୧୭, ଆସାମ-୧୪, ପଞ୍ଜାବ-୧୩, ହରିୟାଣା-୧୦, ଦିଲ୍ଲୀ-୭, ଜମ୍ମୁ କାଶ୍ମୀର-୬, ଉତ୍ତରାଖଣ୍ଡ-୫ । ନର୍ଥ ଇଷ୍ଟରେ କଂଗ୍ରେସ ୬ଟି ରାଜ୍ୟ ମଧ୍ୟରୁ ୫ଟି ରାଜ୍ୟରେ ଏକାକୀ ନିର୍ବାଚନୀ ଲଢିବା ପାଇଁ ପ୍ରସ୍ତୁତ ହୋଇ ଯାଇଛି ।


Share It

Comments are closed.