ସୋସିଆଲ ମିଡିଆ ଦିବସରେ ପ୍ରଧାନମନ୍ତ୍ରୀଙ୍କୁ କଂଗ୍ରେସର ଆକ୍ଷେପ


ବିଶ୍ୱ ସାମାଜିକ ଗଣମାଧ୍ୟମ ଦିବସ କିମ୍ବା ୱାର୍ଲଡ ସୋସିଆଲ ମିଡିଆ ଡେ ଅବସରରେ କଂଗ୍ରେସ ଏକ ଭିଡିଓ ବାର୍ତ୍ତା ମାଧ୍ୟମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟ୍ୱିଟରରେ ଗାଳିଗୁଲଜକାରୀ ବା ଟ୍ରୋଲକୁ ଟ୍ୱିଟରେ ଅନଫଲୋ କରିବା ପାଇଁ ନିବେଦନ କରିଛି । ଏହି ବାର୍ତ୍ତାଟି କଂଗ୍ରେସର ସୋସିଆଲ ମିଡିଆ ସମ୍ଭାଳୁଥିବା ମହିଳାମାନଙ୍କ ଦ୍ୱାରା ପ୍ରସ୍ତୁତ କରାଯାଇଛି । ଯେଉଁଥିରେ ମୁଖ୍ୟତଃ ପ୍ରଧାନମନ୍ତ୍ରୀ ଟ୍ୱିଟରେ ଫଲୋ କରୁଥିବା କିଛି ବ୍ୟବହାରକାରୀ ନାରୀ ମାନଙ୍କ ପ୍ରତି ଅଭଦ୍ର ଟିପ୍ପଣୀ କରୁଥିବା ଦର୍ଶାଯାଉଛି ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତର ସର୍ବାଧିକ ଟ୍ୱିଟରେ ଫଲୋ କରାଯାଉଥିବା ରାଜନେତା । ତେବେ ବିଭିନ୍ନ ସମୟରେ ଯେପରି ସାମ୍ବାଦିକା ଗୌରି ଲଙ୍କେଶଙ୍କ ହତ୍ୟା ବା ବିଦେଶମନ୍ତ୍ରୀ ସୁଷମା ସ୍ୱରାଜଙ୍କ ଉପରେ ସାମାଜିକ ଗଣ ମାଧ୍ୟମରେ ଆକ୍ରମଣ ଘଟଣାରେ କିଛି ଟ୍ୱିଟର ବ୍ୟବହାରକାରୀ ଯେଉଁମାନଙ୍କୁ ପ୍ରଧାନମନ୍ତ୍ରୀ ଫଲୋ କରୁଛନ୍ତି ମହିଳାମାନଙ୍କ ପ୍ରତି ଖରାପ ଟିପ୍ପଣୀମାନ କରୁଥିବାର ଦେଖାଦେଇଛି ।

କଂଗ୍ରେସ ପକ୍ଷରୁ ଜାରୀ ହୋଇଥିବା ଭିଡିଓରେ ପ୍ରଧାନମନ୍ତ୍ରୀଙ୍କୁ ଏହି ଟ୍ରୋଲମାନଙ୍କୁ ଅନଫଲୋ କରିବା ପାଇଁ ଏକ ସଂଙ୍ଗୀତ ମାଧ୍ୟମରେ ନିବେଦନ କରାଯାଉଛି । ଏହା ସହ ଏହି ଭିଡିଓର ପଛ ପଟେ ବିଭିନ୍ନ ସମୟରେ କରାଯାଉଥିବା ଗାଳିଗୁଲଜର ଲେଖାଗୁଡିକର ଚିତ୍ର ଗୋଟିକ ପରେ ଗୋଟେ ଆସୁଥିବାର ଦେଖିବାକୁ ମିଳୁଛି ଏବଂ ପ୍ରଧାନମନ୍ତ୍ରୀ ଫଲୋ କରିଥିବା ଟ୍ୱିଟର ହ୍ୟାଣ୍ଡେଲ ଗୁଡିକ ମଧ୍ୟ ଏହି ଭିଡିଓରେ ଦେଖାଦେଉଛି । ଭିଡିଓ ମାଧ୍ୟମରେ ପ୍ରଦାନମନ୍ତ୍ରୀ ମୋଦି କ’ଣ ପାଇଁ ଏପରି ଟ୍ୱିଟର ବ୍ୟବହାରକାରୀଙ୍କୁ ଫଲୋ କରୁଛନ୍ତି ଏହା ଉପରେ ପ୍ରଶ୍ନ ମଧ୍ୟ କରିଛନ୍ତି ।


Share It

Comments are closed.