ଏଥର ଆରଏସଏସକୁ ଟକ୍କର ଦେବ କଂଗ୍ରେସର ସେବା ଦଳ


ରାଷ୍ଟ୍ରିୟ ସ୍ୱୟଂ ସେବକ ସଙ୍ଘ ( ଆରଏସଏସ)କୁ ଟକ୍କର ଦେବା ପାଇଁ କଂଗ୍ରେସର ସେବା ଦଳ ୧୦୦୦ଟି ସ୍ଥାନରେ ନିଜର ପତକା ଉତ୍ତୋଳନ କାର୍ଯ୍ୟକ୍ରମ ଆୟୋଜିତ କରୁଛି । ଏହି ଦଳ ପକ୍ଷରୁ ପ୍ରତି ମାସର ଶେଷ ରବିବାର ଦିନ ଏକ କାର୍ଯ୍ୟକ୍ରମ ଆୟୋଜନ କରାଯିବ, ଯେଉଁଥିରେ ସାମିଲ ଥିବା ସମସ୍ତ ନୂତନ କାର୍ଯ୍ୟକର୍ତ୍ତାଙ୍କୁ ରାଷ୍ଟ୍ରବାଦ ଠାରୁ ଆରମ୍ଭ କରୀ ପଣ୍ଡିତ ଜବାହାରଲାଲ ନେହେରୁଙ୍କ ସିଦ୍ଧାନ୍ତଙ୍କ ଉପରେ ଚର୍ଚ୍ଚା କରାଯିବ । ବର୍ତ୍ତମାନ ଏହି କାର୍ଯ୍ୟକ୍ରମକୁ ପୁଣି ଥରେ ଆରମ୍ଭ କରିବା ପାଇଁ ରାହୁଲ ଗାନ୍ଧୀଙ୍କ ଆଦେଶକୁ ଅପେକ୍ଷା କରାଯାଇଛି ।
ସେବା ଦଳ ପୁଣି ଥରେ ନିଜର ସଂଗଠନ ସକ୍ରିୟ କରିବା ପାଇଁ ଅଣ୍ଟା ଭିଡିଛି । ଏହି ପରିପ୍ରେକ୍ଷୀରେ ସେବା ଦଳର ମୁଖ୍ୟ ଆୟୋଜକ ଲାଲାଜି ଭାଇ ଦେଶାଇ କହିଛନ୍ତି ଯେ, ବର୍ତ୍ତମାନ ସେବା ପୂର୍ବ ଭଳି ସକ୍ରିୟ ନାହିଁ । ବର୍ତ୍ତମାନ କଂଗ୍ରେସ କାର୍ଯ୍ୟକ୍ରମର ଦାୟିତ୍ୱକୁ ମଧ୍ୟ ସେବା ଦଳକୁ ଦିଆଯାଉ ନାହିଁ । ସେଥି ପାଇଁ ଆମେ ପୁଣି ଥରେ ସେବା ଦଳର ସଙ୍ଗଠନକୁ ମଜବୁତ କରାଇ ପାର୍ଟିର ସହଯୋଗ କରିବା ପାଇଁ ଚେଷ୍ଟା କରୁଛୁ ।

ତିନି ମାସର ପ୍ରଶିକ୍ଷଣ ଶୀବିର ଲଗାଇବ ସେବା ଦଳ

ଆଗାମୀ ତିନି ପର୍ଯ୍ୟନ୍ତ ସେବା ଦଳ ସେବା ଦଳ ପକ୍ଷରୁ ପ୍ରଶିକ୍ଷଣ ଶୀବିର ଲଗାଯିବ । ପ୍ରଥମ କ୍ୟାମ୍ପ ୧୧ରୁ ମଣିପୁରରୁ ଆରମ୍ଭ ହେବ, ଯେଉଁଥିରେ ଉତ୍ତର-ପୂର୍ବ ଅଞ୍ଚଳରେ କଂଗ୍ରେସ ନେତା ସମେତ ସେବା ଦଳର ବରିଷ୍ଠ କାର୍ଯ୍ୟକର୍ତ୍ତା ଯୋଗ ଦେବାର ବ୍ୟବସ୍ଥା ରହିଛି । ବର୍ତ୍ତମାନ ସେବା ଦଳ ଦେଶର ୭୦୦ରୁ ଅଧିକ ଜିଲ୍ଲାମାନଙ୍କରେ ରହିଛି, ଏହି ଜିଲ୍ଲା ମାନଙ୍କରେ ସଂଗଠନ ୨୦ରୁ ୨୦୦ ପର୍ଯ୍ୟନ୍ତ କର୍ମକର୍ତ୍ତା ରହିଛନ୍ତି । ଏହା ସହ ସେବା ଦଳ ନିଜର ଏକ ଯୁବ ସଂଗଠନ ଗଠନ କରିବା ପାଇଁ ଚିନ୍ତା କରୁଛି ।

ସେବା ଦଳ ଉପରେ ଇଂରେଜ ପ୍ରତିବନ୍ଧକ ଲଗାଇଥିଲେ

ସେବା ଦଳ ଆନ୍ଦ୍ର ପ୍ରଦେଶ ସ୍ଥିତ କାକିଆନାଡ ଠାରେ ୧୯୪୨ ମସିହା ଜାନୁଆରୀ ୧ରେ ଶ୍ରୀ ଏନଏସ ହାର୍ଡିକରଙ୍କ ଦ୍ୱାରା ପ୍ରତିଷ୍ଠା କରାଯାଇଥିଲା । ପ୍ରଥମେ ଏହା ହିନ୍ଦୁସ୍ତାନ ସେବା ଦଳ ନାମରେ ନାମିତ ଥିଲା । ସ୍ୱାଧୀନତା ସଂଗ୍ରାମୀ ଆନ୍ଦୋଳନରେ କଂଗ୍ରେସର ବରିଷ୍ଟ ନେତାମାନେ ଏହି ସଂଗଠନରେ ସଦସ୍ୟ ଥିଲେ । ପୂର୍ବତ୍ତନ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହାରଲାଲ ନେହେରୁଙ୍କୁ ଏହି ସେବା ଦଳର ପ୍ରଥମ ଅଧ୍ୟକ୍ଷ କରାଯାଇଥିଲା । ୧୯୩୨ରେ ସେବା ଦଳ ପକ୍ଷରୁ ମହିଳା ସେନା ପ୍ରତିଷ୍ଠା କରିବା ହେତୁ ଇଂରେଜ ମାନେ ଏହି ଦଳ ଉପରେ ପ୍ରତିବନ୍ଧକ ଲଗାଇଦେଇଥିଲେ ।


Share It

Comments are closed.