ହଠାତ୍ ବନ୍ଦ କରିବାକୁ ପଡ଼ିଲା ଭାରତ ଯୋଡ଼ୋ ଯାତ୍ରା, ରାହୁଲ ଗାନ୍ଧୀଙ୍କ ସହ ଚାଲୁଥିବା କଂଗ୍ରେସ ସାଂସଦଙ୍କ ଦେହାନ୍ତ


ଭାରତ ଯୋଡ଼ୋ ଯାତ୍ରା ସମୟରେ କଂଗ୍ରେସ ସାଂସଦ (Congress MP) ସାନ୍ତୋଖ ସିଂ ଚୌଧୁରୀ (Santokh Singh Chaudhary) ଙ୍କ ଦେହାନ୍ତ ହୋଇଛି । କଂଗ୍ରେସ ସାଂସଦ ସାନ୍ତୋଖ ସିଂ ଚୌଧୁରୀ ରାହୁଲ ଗାନ୍ଧୀ (Rahul Gandhi) ଙ୍କ ସହ ଭାରତ ଯୋଡ଼ୋ ଯାତ୍ରା (Bharat Jodo Yatra) ରେ ଚାଲୁଥିଲେ, ସେତେବେଳେ ହଠାତ୍ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡି ଯାଇଥିଲା । ଯାତ୍ରା ସମୟରେ ସାନ୍ତୋଖ ସିଂ ଚୌଧୁରୀଙ୍କ ନିଶ୍ୱାସ ହଠାତ୍ ଫୁଲିବା ଆରମ୍ଭ କଲା ଓ ପରେ ସେ ରାସ୍ତାରେ ପଡିଗଲେ । ଏହା ପରେ ତାଙ୍କୁ ଡାକ୍ତରଖାନା ନିଆଯାଇଥିଲା, କିନ୍ତୁ ସାନ୍ତୋଖ ସିଂ ଚୌଧୁରୀଙ୍କ ଜୀବନ ରକ୍ଷା ହୋଇପାରି ନାହିଁ । କଂଗ୍ରେସ ସାଂସଦ ସାନ୍ତୋଖ ସିଂ ଚୌଧୁରୀଙ୍କ ନିଧନ ପରେ ଭାରତ ଯୋଡ଼ୋ ଯାତ୍ରା ବନ୍ଦ କରାଯାଇଛି ।

କଂଗ୍ରେସ ସାଂସଦ ଚୌଧୁରୀ ସାନ୍ତୋଖ ସିଂଙ୍କ ମୃତ୍ୟୁକୁ ନେଇ ପଞ୍ଜାବର ସିଏମ ଭଗବନ୍ତ ମାନ ଦୁଃଖ ପ୍ରକାଶ କରିଛନ୍ତି । ପଞ୍ଜାବୀ ଭାଷାରେ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ ଟ୍ୱିଟ୍ କରି କହିଛନ୍ତି ଯେ, ଜଲନ୍ଦରରୁ କଂଗ୍ରେସ ସାଂସଦ ସାନ୍ତୋଖ ସିଂ ଚୌଧୁରୀଙ୍କ ଅକାଳ ବିୟୋଗରେ ମୁଁ ଅତ୍ୟନ୍ତ ଦୁଃଖିତ । ଭଗବାନ ତାଙ୍କ ଆତ୍ମାକୁ ଶାନ୍ତି ଦିଅନ୍ତୁ ।

ଏଠାରେ କହି ରଖୁଛୁ ଯେ, କଂଗ୍ରେସ ସାଂସଦ ସାନ୍ତୋଖ ସିଂ ଚୌଧୁରୀଙ୍କ ଦେହାନ୍ତ ହୋଇଛି । ସେ ଫିଲ୍ଲୌର ନିକଟ ଭାରତ ଯୋଡ଼ୋ ଯାତ୍ରା ସମୟରେ ହଠାତ୍ ରାସ୍ତାରେ ଖସିପଡିଥିଲେ ଓ ପରେ ତାଙ୍କୁ ଫାଗୱାରାର ଏକ ଡାକ୍ତରଖାନାକୁ ନିଆଯାଇଥିଲା । ସେଠାରେ ଡାକ୍ତରମାନେ ସାନ୍ତୋଖ ସିଂ ଚୌଧୁରୀଙ୍କୁ ମୃତ ଘୋଷଣା କରିଥିଲେ । ସାନ୍ତୋଖ ସିଂ ଚୌଧୁରୀଙ୍କ ପୁତ୍ର ବିକ୍ରମଜିତ୍ ସିଂ ଚୌଧୁରୀ ଫିଲ୍ଲୌରୁର ବିଧାୟକ ଅଛନ୍ତି । କଂଗ୍ରେସ ନେତା ପ୍ରତାପ ସିଂ ବାଜୱା କହିଛନ୍ତି ଯେ, ଦଳର ସାଂସଦ ସାନ୍ତୋଖ ଚୌଧୁରୀଙ୍କ ଦେହାନ୍ତ ହୋଇଛି । ଚୌଧୁରୀ ଫିଲ୍ଲୌରରେ ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ଏକ ଯାତ୍ରାରେ ଭାଗ ନେଉଥିଲେ ଯେଉଁଠାରେ ସେ ଅଚେତ ହୋଇପଡ଼ିଥିଲେ । ବାଜୱା ନିଜେ ଆଜି ଭାରତ ଯୋଡ଼ୋ ଯାତ୍ରାରେ ସାମିଲ ଥିଲେ । ସେ କହିଛନ୍ତି ଯେ ଚୌଧୁରୀଙ୍କୁ ଫାଗୱାରାର ଏକ ଡାକ୍ତରଖାନା ନିଆଯାଇଥିଲା ଯେଉଁଠାରେ ତାଙ୍କର ନିଧନ ହୋଇଛି ।


Share It

Comments are closed.