ପ୍ରଧାନମନ୍ତ୍ରୀଙ୍କ ଦୀପ ଜାଳିବା ଆହ୍ୱାନକୁ ସମର୍ଥନ ଜଣାଇଲେ କଂଗ୍ରେସ ବିଧାୟକ


ମଧ୍ୟପ୍ରଦେଶର ଜଣେ କଂଗ୍ରେସ ବିଧାୟକ ପ୍ରଧାନମନ୍ତ୍ରୀଙ୍କର ଆଜି ରାତି ୯ଟାରେ ୯ମିନିଟ ଯାଏଁ ଦିପ ଜାଳିବାର ଆହ୍ୱାନକୁ ସମର୍ଥନ କରିଛନ୍ତି । ଗ୍ୱାଲିୟର ଦକ୍ଷିଣ ବିଧାନସଭା କ୍ଷେତ୍ରର ପ୍ରତିନିଧି ପ୍ରବୀଣ ପାଠକ ସୋସିଆଲ ମିଡିଆରେ ପୂର୍ବତ୍ତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ କବିତା ଜରୀଆରେ କହିଛନ୍ତି ଯେ, ଏହା ହେଉଛି ସଠିକ ସମୟ ଏକତା ପ୍ରଦର୍ଶନ କରିବା ପାଇଁ ।

ନଭେମ୍ବର ୨୦୧୮ ବିଧାନସଭା ନିର୍ବାଚନ ସମୟରେ ବିଜେପିର ତିନିଥରର ବିଧାୟକ ଏବଂ ମନ୍ତ୍ରୀ ନାରାୟଣ ସିଂହ ଖୁସୱାଙ୍କୁ ହରାଇ ପ୍ରଥମ ଥର ପାଇଁ ବିଧାୟକ ଭାବେ ନିର୍ବାଚିତ ହୋଇଥିବା ପାଠକ ଏକ ଭିଡିଓ ବାର୍ତ୍ତ ମାଧ୍ୟମରେ କହିଥିଲେ ଯେ, “ଏକ ଗଣତାନ୍ତ୍ରିକ ରାଷ୍ଟ୍ରର ନାଗରିକ ହୋଇଥିବା ହେତୁ ଦେଶର ମୁଖିଆଙ୍କ ନିବେଦନକୁ ସମ୍ମାନ ଜଣାଇ ଏବଂ ଦଳୀୟ ରାଜନୀତି ଠାରୁ ଉର୍ଦ୍ଧ୍ୱରେ ରହି ରବିବାର ରାଚି ୯ଟାରେ ୯ ମିନିଟ ପାଇଁ ଦୀପ ଜାଳନ୍ତୁ । ଦେଶ ପ୍ରଥମେ । ତା’ ପରେ ଆଉ କିଛି ।”
ଏହାକୁ ନେଇ ପାଠକ କହିଛନ୍ତି ଯେ, ଏହା ଦେଶର ଏକତାର କଥା ଅଟେ ଏବଂ ସବୁ କଥାକୁ ରାଜନୈତିକ ଦୃଷ୍ଟି କୋଣରୁ ଦେଖାନଯାଉ । ମୁଁ ଦେଶର ମୁଖିଆ ତଥା ପ୍ରଧାନମନ୍ତ୍ରୀଙ୍କୁ ସମର୍ଥନ କରୁଛି । କୌଣସି ନିର୍ଦ୍ଦିଷ୍ଟି ବ୍ୟକ୍ତି ନୁହନ୍ତି ଏବଂ ଏହାକୁ ଭୁଲ ଭାବରେ ବାଖ୍ୟା କରିବା ଠିକ ନୁହେଁ ।


Share It

Comments are closed.