ମୋ ସ୍ୱାମୀ ହେଉଛି କଂଗ୍ରେସ – କୁମାରସ୍ୱାମୀ


ରବିବାର କର୍ଣ୍ଣାଟକର ନୂତନ ମୁଖ୍ୟମନ୍ତ୍ରୀ ବିବାଦୀୟ ମନ୍ତବ୍ୟ ଦେଇ ପୁଣି ଥରେ ଚର୍ଚ୍ଚାର ବିଷୟ ପାଲିଟିଛନ୍ତି । ସେ କହିଛନ୍ତି ଯେ ରାଜ୍ୟ ୬.୫ କୋଟିଙ୍କ ଦୟାରେ ମୁଁ ମୁଖ୍ୟମନ୍ତ୍ରୀ ହୋଇ ନାହିଁ ବରଂ କଂଗ୍ରେସ ଦୟାରେ ହିଁ ମୁଁ ମୁଖ୍ୟମନ୍ତ୍ରୀ ହୋଇପାରିଛି । ଲୋକେ ମୋତେ ବହୁମତ ଦେଇକି ବଧାନସଭା ପହଞ୍ଚାଇ ନାହାନ୍ତି ବରଂ କଂଗ୍ରେସର ଦୟାର ପାତ୍ରରେ ହିଁ ମୁଁ ମୁଖ୍ୟମନ୍ତ୍ରୀ ହୋଇଛି ବୋଲି ଏଭଳି ଅସଙ୍ଗତ ବିବୃତି ଦେଇଛନ୍ତି ।
କୁମାରସ୍ୱାମୀ ନିଜ ନିର୍ବାଚନୀ ଇସ୍ତିହାରରେ ଉଲ୍ଲେଖ କରିଥିଲା କି, ଯଦି ସେ କ୍ଷମତାକୁ ଯେବେ ଆସିବେ ତେବେ ସେ ୨୪ ଘଣ୍ଟା ମଧ୍ୟରେ ଚାଷୀମାନଙ୍କର ରୂଣ ଛାଡ କରିବେ । ତେବେ କୁମାରସ୍ୱାମୀ ମୁଖ୍ୟମନ୍ତ୍ରୀ ରୂପେ ଶପଥ ନେବାର ୪ ଦିନ ବିତିଯାଇଥିଲେ ମଧ୍ୟ ଏ ପର୍ଯ୍ୟନ୍ତ କାହିଁକି କୃଷି ରୂଣ ଛାଡ କରାଯାଇ ନାହିଁ, ସେଥିପାଇଁ ବିଜେପି ଏହାକୁ ବିରୋଧ କରି ସୋମବାର ଦିନ ରାଜ୍ୟବ୍ୟାପୀ ଆନ୍ଦୋଳନ କରିଥିଲା ।
ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତର ରଖି କପମାର ସ୍ୱାମୀ କହିଛନ୍ତି ଯେ, କୃଷିରୂଣ ଛାଡ ପ୍ରତିଶ୍ରୁତିରୁ ଓହରିବାର ପ୍ରଶ୍ନ ଉଠୁନାହିଁ । ଏ ଭଳି ପଦକ୍ଷେପ ନେବା ପୂର୍ବରୁ ଆର୍ଥିକ ପରିସ୍ଥିତିକୁ ବୁଝିବା ପାଇଁ ଏକ ସପ୍ତାହ ସମୟ ନେବେ ବୋଲି କହିଛନ୍ତି । ମୁଁ ସପ୍ତାହେ ଭିତରେ ରୂଣ ଛାଡ କରିବି ନହେଲେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତପା ଦେବେ ବୋଲି କହିଛନ୍ତି । ଏହା ସହ ସେ ବିଧାନସଭାରେ ବିରୋଧୀ ଦଳ ନେତା ବି.ଏସ ୟେଦ୍ଦ୍ୟୁରପ୍ପାଙ୍କୁ କଟୁ ସମାଲୋଚନା କରିବା ସହ, ୟେଦୁ ଚାଷୀମାନଙ୍କୁ ଆତ୍ମହତ୍ୟା ଲାଗି ଉତ୍ତେଜିତ କରାଉଛନ୍ତି ବୋଲି କହିଛନ୍ତି ।


Share It

Comments are closed.