ଏହି ରାଜ୍ୟମାନଙ୍କରେ ବି.ଜେ.ପିକୁ ପଛରେ ପକାଇଲା କଂଗ୍ରେସ




ନିକଟ ଅତୀତରେ କର୍ଣ୍ଣାଟକରେ ହୋଇଥିବା ସଧାରଣ ନର୍ବାଚନରେ କଂଗ୍ରେସ ଏବଂ ଜେଡିଏସ ମେଣ୍ଟରେ ସରକାର ଗଢାଯାଇଥିବା ବେଳେ ଏବେ ସମସ୍ତଙ୍କ ନଜର ରହିଛି ରାଜସ୍ଥାନ ଏବଂ ମଧ୍ୟପ୍ରଦେଶ ସାଧାରଣ ନିର୍ବାଚନ ଉପରେ । ଚଳିତ ବର୍ଷ କର୍ଣ୍ଣାଟକ ପରେ ରାଜସ୍ଥାନ ଏବଂ ମଧ୍ୟପ୍ରଦେଶରେ ସାଧାରଣ ନିର୍ବାଚନ ହେବାକୁ ଯାଉଛି । ଏହି ଦୁଇ ରାଜ୍ୟମାନଙ୍କରେ ବି.ଜେ.ପିର ସରକାର ରହିଛି । କିନ୍ତୁ ଏହି ଦୁଇ ରାଜ୍ୟରେ ଆଗମୀ ଦିନରେ କେଉଁ ଦଳ ସରକାର ଗଢିବ ସେଥିପାଇଁ ଯଦି ଆମେ “ସିଏସଡିଏସ-ଲୋକନିତି” ସର୍ବେକ୍ଷଣ ଉପରେ ବିଶ୍ୱାସ କରିବା ତେବେ ଏହି ଦୁଇ ରାଜ୍ୟମାନଙ୍କରେ ଶାସନଭାର ବିଜେପି ହାତରୁ ଖସିଯିବାର ଅନେକ ସମ୍ଭାବନା ରହିଛି । ଏହି ସର୍ବେକ୍ଷଣ ଅନୁସାରେ ଏହି ଦୁହେଁ ରାଜ୍ୟମାନଙ୍କରେ କଂଗ୍ରେସ ବିଜେପି ଠାରୁ ୫ରୁ ୧୫ ପ୍ରତିଶତ ଅଙ୍କ ଆଗରେ ରହିଛି । ଏହି ରାଜ୍ୟମାନଙ୍କରେ ଦୋମୁଖି ଫଳାଫଳ ସାମନାକୁ ଆସିବାର ବହୁତ ସମ୍ଭାବନା ରହିଛି । ଭୋଟ ପ୍ରତିଶତ ଅନ୍ତର ଯୋଗୁଁ ଆସନ ସଂଖ୍ୟାରେ ବଡ ଅନ୍ତର ଆସିବାର ଅନେକ ସମ୍ଭାବନ ରହିଛି ।
ସର୍ବେକ୍ଷଣ “ସିଏସଡିଏସ-ଲୋକନିତି” ମୁଡ ଅଫ ଦି ନେସନ ଦ୍ୱାରା ଏହି କଥା ସାମନାକୁ ଆସୁଛି । ଏହି ସର୍ବେକ୍ଷଣ ଦ୍ୱାରା ୧୦ ଏପ୍ରେଲ ରୁ ୧୭ ମେ ମଧ୍ୟରେ ୧୯ ରାଜ୍ୟର ୧୫ ହଜାର ଲୋକଙ୍କ ଠାରୁ ମତାମତ ଗ୍ରହଣ କରାଯାଇଥିଲା । ପ୍ରଥମ ପର୍ଯ୍ୟାୟ ସର୍ବେକ୍ଷଣ ମେ ୨୦୧୭ରୁ ଜାନୁଆରୀ ୨୦୧୮ ମଧ୍ୟରେ କରାଯାଇଥିଲା । ଯାହାକି ଉତ୍ତର ପ୍ରଦେଶ ଏବଂ ଗୁଜୁରାଟ ନିର୍ବାଚନ ଠିକ ପରେ ସର୍ବେକ୍ଷଣ କରାଯାଇଥିଲା । ସର୍ବେକ୍ଷମ ଅନୁଯାୟୀ ସମସ୍ତ ମଧ୍ୟରେ ବି.ଜେ.ପି ଏବଂ ନରେନ୍ଦ୍ର ମୋଦିଙ୍କ ଉପରେ ଅସନ୍ତୁଷ୍ଟ ରହିଛନ୍ତି । ସେହିଭଳି ବିଗତ ବର୍ଷ ମଧ୍ୟରେ କଂଗ୍ରେସର ଲୋକପ୍ରିୟତା ଅଧାରୁ କମ ହୋଇଗଲାଣି ।
ସର୍ବେକ୍ଷଣ ଅନୁଯାୟୀ ଭାରତରେ ରହୁଥିବା ଅଧିକ ଦଳିତ ଏବଂ ଛୋଟ ଜାତିର ଲୋକ ଦ୍ୱିତୀୟ ଥର ନରେନ୍ଦ୍ର ମୋଦିଙ୍କୁ ଆଉ ପ୍ରଧାନମନ୍ତ୍ରୀ ରୂପେ ଚାହୁଁନଥିବା ବେଳେ ହିନ୍ଦୁ ଏବଂ ଉଚ୍ଚ ବର୍ଗର ଲୋକମାନେ ପୁଣି ଥରେ ନରେନ୍ଦ୍ର ମୋଦିଙ୍କୁ ପ୍ରଧାନମନ୍ତ୍ରୀ କରିବାକୁ ସୁଯୋଗ ଦିଆଯାଉ ବୋଲି ମତ ଦେଇଛନ୍ତି । ସର୍ବେକ୍ଷଣ ଅନୁଯାଇପ୍ରଧାନ ମନ୍ତ୍ରୀ ପଦ ପାଇଁ ରାହୁଲ ଗାନ୍ଧୀ ଏବଂ ନରେନ୍ଦ୍ର ମୋଦିଙ୍କୁ ସମାନ ୪୩ ପ୍ରତିଶତ ଅଙ୍କ ମିଳିଥିଲା । ଏହି ସର୍ବେକ୍ଷଣ ଅନୁଯାଇ ରାହୁଲଙ୍କ ଲୋକପ୍ରିୟତା ବଢୁଥିବା ବେଳେ ନରେନ୍ଦହ ମୋଦିଙ୍କ ଲୋକପ୍ରିୟତା ସେହି ତୁଳନାରେ କମି କମି ଅସୁଛି । ଏଥିରେ ୨୫ ପ୍ରତିଶତ ଲୋକ କହିଛନ୍ତି ପୂର୍ବରୁ ମୋଦି ତାଙ୍କର ପ୍ରଥମ ପସନ୍ଦ ନଥିଲେ କିନ୍ତୁ ଏବେ ଅଛନ୍ତି । ସେହିଭଳି ୨୯ ପ୍ରତିଶତ ଲୋକ ପୂର୍ବ ଅପେକ୍ଷା ରାହୁଲଙ୍କୁ ପସନ୍ଦ କରଛନ୍ତି ।




Share It

Comments are closed.