ରାଜନୀତି ମଇଦାନକୁ ଓହ୍ଲାଇପାରନ୍ତି କରୀନା


ଆଗାମୀ ୨୦୧୯ ଲୋକସଭା ନିର୍ବାଚନକୁ ନେଇ ସବୁ ରାଜନୈତିକ ଦଳ ନିଜ ସଜବାଜ ଆରମ୍ଭ କଲେଣି । ସେପଟେ ବଲିଉଡ ଅଭିନେତ୍ରୀ ଏବଂ ଭୋପାଲର ବୋହୁ କରୀନା କପୁର ଖାନଙ୍କୁ ଏହି ସାଧାରଣ ନିର୍ବାଚନରେ ମଇଦାନରେ ଓହ୍ଲାଇବା ପାଇଁ ସ୍ଥାନୀୟ କଂଗ୍ରେସ ନେତା ନିଜ ଅଣ୍ଟା ଭିଡିଲେଣି । ଭୋପାଲ ବିଜେପିର ଗଢ କୁହାଯାଉଥିବାବେଳେ ୪୦ ବର୍ଷ ହେବ କଂଗ୍ରେସ ଏଠାରେ ହାରି ଆସୁଛି । ତେବେ ବର୍ତ୍ତମାନ ମଧ୍ୟପ୍ରଦେଶରେ କଂଗ୍ରେସ ସରକାର ଥିବା ଏହି ଆସନକୁ କିପରି ବିଜେପି ଠାରୁ ଛଡାଇ ନିଆଯାଇପାରିବ ସେଥିପାଇଁ କଂଗ୍ରେସ ଏକ ନୂଆ ରଣନୀତି ପ୍ରସ୍ତୁତ କରିଛି ।
କରୀନା କପୁରଙ୍କ ଶଶୂର ତଥା ପୂର୍ବତ୍ତନ କ୍ରିକେଟର ‘ମନସୁର ଅଲ୍ଲୀ ଖାନ ପଟୋଦି’ କଂଗ୍ରେସ ତରଫରୁ ଏହି ଆସନରେ ଲୋକସଭା ନିର୍ବାଚନ ଲଢି ପୂର୍ବରୁ ପରାଜୟ ବରଣ କରିଥିଲେ । ବର୍ତ୍ତମାନ ସେଥିପାଇଁ ଭୋପାଲର କିଛି ସ୍ଥାନୀୟ ନେତା ସେଠାରେ କରୀନା କପୁରଙ୍କୁ ମଇଦାନରେ ଓହ୍ଲାଇବା ପାଇଁ ଦାବି କରୁଛନ୍ତି । ଏହି ନେତାମାନେ କରୀନାଙ୍କୁ ଏହି ଆସନରୁ ମଇଦାନକୁ ଓହ୍ଲାଇବା ନିମନ୍ତେ ହାଇକମାଣ୍ଡଙ୍କ ନିକଟରେ ପ୍ରସ୍ତାବ ମଧ୍ୟ ରଖିଛନ୍ତି ।
କୁହାଯାଉଛି ଯେ, ଯଦି ବିଜେପି ଠାରୁ ଏହି ଆସନ ଛଡାଇବାର ଅଛି ତେବେ କରୀନାଙ୍କୁ ଏଠାରେ ପ୍ରାର୍ଥୀ କରାଇବା ନିହାତୀ ଆବଶ୍ୟକ । ଏଠାରେ କରୀନାଙ୍କ ଶଶୂର ଘର ଥିବାବେଳେ ସେ ଏଠାକୁ ମଧ୍ୟ ଅନେକ ଥର ଆସିଥାନ୍ତି ।
କେବଳ ଏତିକି ନୁହଁ ଅନେକ ବର୍ଷ ତଳେ କରୀନା, ରାହୁଲଙ୍କୁ ପସନ୍ଦ କରନ୍ତି ବୋଲି ଖୋଲାଖୋଲି ଭାବରେ ଏକ ଟିଭି ‘ସୋ’ରେ କହିଥିଲେ । କରୀନା କହିଥିଲେ ଯେ, ସେ ରାହୁଲଙ୍କୁ ଡେଟ କରିବାକୁ ଚାହୁଁଛନ୍ତି ।


Share It

Comments are closed.