ପ୍ରଧାନମନ୍ତ୍ରୀଙ୍କୁ କଡା ସମାଲୋଚନା କଲେ ରାହୁଲ, କହିଲେ ‘ନିଜର ଜୀବନ ନିଜେ ବଞ୍ଚାନ୍ତୁ, ପ୍ରଧାନମନ୍ତ୍ରୀ ମୟୁର ସହ ବ୍ୟସ୍ତ ଅଛନ୍ତି ’


ସାରା ଦେଶରେ ବଢିଚାଲିଥିବା କରୋନା ସଂକ୍ରମଣ ହାର ଖୁବ୍ ଭୟଙ୍କର ରୂପ ନେଇଛି। ଏହାକୁ ଦୃଷ୍ଟିରେ ରଖି କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ଓ ନେତା ରାହୁଲ ଗାନ୍ଧି ପୁଣିଥରେ ମୋଦି ସରକାରଙ୍କୁ କରୋନାର ବର୍ଦ୍ଧିତ ମାମଲାକୁ ନେଇ ଘେରିବାକୁ ଚେଷ୍ଟା କରିଛନ୍ତି। ରାହୁଲ ଗାନ୍ଧିଙ୍କ ଟୁଇଟରୁ ଜାଣି ହେବ ଯେ, ସେ ଏଥର ସରକାରଙ୍କୁ ସଂସଦ ଘେରିବାର ପ୍ରସ୍ତୁତି ଶେଷ କରିଦେଇଛନ୍ତି। ଆଜି ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ହୋଇଥିବା ବେଳେ ତା ପୂର୍ବରୁ ରାହୁଲ ମୋଦି ସରକାର ସିଧାସଳଖ କରିଛନ୍ତି ଟାର୍ଗେଟ। ସେ କହିଛନ୍ତି, ଆତ୍ମନିର୍ଭର ହେବା ଅର୍ଥାତ ନିଜର ନିଜର ଜୀବନକୁ ନିଜେ ବଞ୍ଚାଇବା, କାରଣ ପ୍ରଧାନମନ୍ତ୍ରୀ ମୟୁର ସହିତ ବ୍ୟସ୍ତ ଅଛନ୍ତି।

ରାହୁଲ ଗାନ୍ଧି ଯେଉଁ ଭଳି ଭାବରେ ଟୁଇଟ୍ କରି ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସମାଲୋଚନା କରିଛନ୍ତି ତାହାକୁ ନେଇ ଲାଗୁଛି ଏଥର ମୌସୁମୀ ଅଧିବେଶନରେ ହଙ୍ଗାମା ବଢିବ। ରାହୁଲ ଟୁଇଟ୍ କରି ଲେଖଇଛନ୍ତି, କରୋନା ସଂକ୍ରମର ସଂଖ୍ୟା ଚଳିତ ସପ୍ତାହରେ ୫୦ ଲକ୍ଷ ଓ ଆକ୍ଟିଭ କେସ୍ ୧୦ ଲକ୍ଷ ପାର ହୋଇଯିବ। ଯୋଜନାହୀନ ଲକଡାଉନ ଜଣେ ବ୍ୟକ୍ତିଙ୍କର ଅହଂକାର ହୋଇପାରେ, ଯାହାଫଳରେ ସାରାଦେଶରେ କରୋନା ବ୍ୟାପିଗଲା। ମୋଦି ସରକାର କହୁଛନ୍ତି, ଆତ୍ମନିର୍ଭର ହୁଅନ୍ତୁ, ଅର୍ଥାତ ନିଜର ଜୀବନକୁ ନିଜେ ବଞ୍ଚାଇ ନିଅନ୍ତୁ, କାରଣ ପ୍ରଧାନମନ୍ତ୍ରୀ ଏବେ ମୟୁର ସହିତ ବ୍ୟସ୍ତ ଅଛନ୍ତି।


Share It

Comments are closed.