ଦିଲ୍ଲୀରେ ଲୋକସଭା ଏକାଠି ଳଢିପାରନ୍ତି କଂଗ୍ରେସ-ଆପ


କର୍ଣ୍ଣାଟକ ବିଧାନସଭା ଏବଂ ତା’ପରେ ହୋଇଥିବା ଉପନିର୍ବାଚନରେ ମିଳିଥିବା ମହାମେଣ୍ଟର ଫଳାଫଳ ବିଜେପି ବିରୋଧରେ ଯାଇଥିବାବେଳେ ଏହା ବିଜେପି ବିରୋଧୀ ଦଳମାନଙ୍କ ମଧ୍ୟରେ ନୂତନ ଆଶାର ସଞ୍ଚାର ସୃଷ୍ଟି କରିଛି । କର୍ଣ୍ଣାଟକ, ବିହାର, ୟୁପି ଭଳି ଦିଲ୍ଲୀରେ ମଧ୍ୟ କଂଗ୍ରେସ ଏବଂ ଆମ ଆଦମୀ ପାର୍ଟି ମଧ୍ୟରେ ମେଣ୍ଟ ହୋଇପାରେ । ଦିଲ୍ଲୀରେ ବିଗତ ଲୋକସଭା ନିର୍ବାଚନରେ ସମସ୍ତ ସାତଟି ସିଟ ବିଜେପି ଦଖଲ କରି ନେବା ପରେ ଆମ ଆଦମୀ ପାର୍ଟି ଓ କଂଗ୍ରେସ ଦିଲ୍ଲୀ ଏବଂ ହରିୟାଣାରେ ପରସ୍ପର ମିଶି ଏକ ମେଣ୍ଟ ଗଢିବା ଲାଗି ପ୍ରସ୍ତୁତ ଚଳାଇଛନ୍ତି । ସେଥିପାଇଁ ଉଭୟ ଦଳ ମଧ୍ୟରେ ଆସନ ବଣ୍ଟନର ଆଲୋଚନା ଚାଲିଛି । ଏଠାରେ ଉଲ୍ଲେଖ ଥାଉ କି କଂଗ୍ରେସ ବିରୋଧୀ ଆନ୍ଦୋଳନର ମୁଖ୍ୟପୃଷ୍ଠ ଭୂମୀରେ ଆମ ଆଦମୀ ପାର୍ଟି ହିଁ ସଷ୍ଟି ହୋଇଥିଲା ।
ଏହି ମେଣ୍ଟ ସଂପର୍କରେ ଆପର ପୂର୍ବ ଦିଲ୍ଲୀ ପ୍ରଦେଶର ଅଧ୍ୟକ୍ଷ ଦିଲିପ ପାଣ୍ଡେ ସୂଚନା ଦେଇଛନ୍ତି ଯେ, ଏହି ମେଣ୍ଟ ପାଇଁ ଉଭୟ ଦଳର ବରିଷ୍ଠ ନେତାଙ୍କ ମଧ୍ୟରେ ପ୍ରାୟ ଦୁଇ ତିନି ଦିନ ହେବ ଆଲୋଚନା ଚାଲିଛି । ଏଥିପାଇଁ ଆପ ଦିଲ୍ଲୀରେ ନିଜେ ୪ଟି ସିଟରେ ଲଢିବାକୁ ଚାହିଁଥିବା ବେଳେ କଂଗ୍ରେସକୁ ୩ଟି ଦେବା ପାଇଁ ପ୍ରସ୍ତୁତ ରହିଛି କିନ୍ତୁ କଂଗ୍ରେସ ତାଙ୍କୁ ଅନ୍ୟ ରାଜ୍ୟମାନଙ୍କରେ ଲଢିବାକୁ ଅବସର ଦେବା ବଦଳରେ ଦିଲ୍ଲୀରେ ୭ଟି ସିଟରୁ ୫ ସିଟରେ ଲଢିବା ପାଇଁ ଚାହୁଁଛି ।ପଞ୍ଜାବରେ ମଧ୍ୟରେ ମୁଖ୍ୟ ବିରୋଧୀ ଭୂମିକାରେ ଥିବା ଆପ ସହ ଏହି ଗଠବନ୍ଧନ ସଂପ୍ରସାରଣ ହେବାର ସମ୍ଭାବନା ମଧ୍ୟ ରହିଛି ।
ଆପଣଙ୍କୁ କହିରଖୁଛୁ କି ପଞ୍ଜାବରେ ନିଜକୁ ପ୍ରମୁଖ ବିରୋଧୀ ଦଳ ରୂପେ ଦାବୀ କରୁଥିବା ଆପ ଉପନିର୍ବାଚନରେ ମାତ୍ର ୧୯୦୦୦ ଭୋଟ ପାଇଥିଲା ।ହରିୟାଣାରେ ଆପ ନିଜର ସ୍ଥିତିକୁ ମଜବୁତ କରିସାରିଥିବା ବେଳେ କିନ୍ତୁ ଦିଲ୍ଲୀରେ ହୋଇଥିବା ନଗର ନିର୍ବାଚନରେ ଆପ ବେଶ ଆଶାତୀତ ସଫଳତା ହାସଲ କରପାରି ନାହିଁ । କଂଗ୍ରେସ ଏବଂ ଆପ ମଧ୍ୟରେ ମେଣ୍ଟ ପାଇଁ ଦିଲ୍ଲୀ ଆପ ନେତୃତ୍ୱ ମଣ୍ଡଳୀ ହଜମ କରିପାରୁ ନାହନ୍ତି ।
ଏଠାରେ ଆମେ ଉଲ୍ଲେଖ କରୁଛୁ କି ୨୦୧୪ ଲୋକସଭା ନିର୍ବାଚନରେ ବିଜେପି ୭ଟିରୁ ସମସ୍ତ ସିଟ ହାସଲ କରିନେଇଥିବା ବେଳେ ଯଦି ଆମେ କଂଗ୍ରେସ ଏବଂ ଆପର ଏହି ଯୁଗ୍ମଜ ଭୋଟକୁ ହିସାବ କରିବା ତେବେ ଉଭୟଙ୍କ ମିଳତ ଭୋଟ ପ୍ରତିଶତ ୭ଟି ଆସନରୁ ୬ଟି ଆସନରେ ବିଜେପିକୁ ପଛରେ ପକାଇ ଦେଉଛି ।
କଂଗ୍ରେସର ଭ୍ରଷ୍ଟାଚାର ବିରୋଧରେ ଆପର ଜନ୍ମ ହୋଇଥିବାବେଳେ ୨୦୧୪ ରେ ଦିଲ୍ଲୀର କଂଗ୍ରେସ ସରକାର ଶିଲ୍ଲା ଦୀକ୍ଷିତଙ୍କୁ ହରାଇ ଆପ ସରକାର ଗଢିଥିଲା । ସେଥିପାଇଁ ଉଭୟ ଦଳ ପରସ୍ପର ପ୍ରମୁଖ ବିରୋଧୀ ଥିବାବେଳେ ୨୦୧୪ ନିର୍ବାଚନ ସମୟରେ ପରସ୍ପର ପରସ୍ପର ପ୍ରତି କଟୁ ମନ୍ତବ୍ୟ ମଧ୍ୟ ଦେଇଥିଲେ ।


Share It

Comments are closed.