ଭ୍ରମରେ ପଡ଼ିଗଲେ ପ୍ରଶଂସକ ! ମାରାଡୋନାଙ୍କ ବଦଳରେ ହଲିଉଡର ପ୍ରସିଦ୍ଧ ଗାୟୀକା ମଡୋନାଙ୍କୁ ଦେଲେ ଶ୍ରଦ୍ଧାଞ୍ଜଳୀ


ଇଂଟରନେଟ୍ ଆମକୁ ପ୍ରତିଦିନ କୌଣସିସି ନା କୌଣସି ଉପାୟରେ ସରପ୍ରାଇଜ ଦେବାରେ ପଛରେ ରହିନଥାଏ । ବୁଧବାର ମହାନ ଫୁଟବଲର ଡିଏଗୋ ମାରାଡୋନାଙ୍କ ପରଲୋକ ଘଟିଛି। ୬୦ ବର୍ଷ ବୟସରେ ହୃଦଘାତରେ ମୃତ୍ୟୁବରଣ କରିଥିବା ମାରାଡୋନାଙ୍କ ପାଇଁ ଆଜି ସାରା ବିଶ୍ବ ମର୍ମାହତ। ମାରାଡୋନାଙ୍କ ମୃତ୍ୟୁ ଖବର ମିଳିବା ପରେ ବିଶ୍ବବାସୀ ଟ୍ବିଟ୍‌ ମାଧ୍ୟମରେ ଶୋକ ପ୍ରକାଶ କରିଥିଲେ। କିନ୍ତୁ ଭାବବିହ୍ବଳ ପ୍ରଶଂସକ ଟ୍ବିଟ୍‌ କଲା ବେଳେ ବୋଧହୁଏ ମାରାଡୋନା ଓ ‘କ୍ବିନ୍‌ ଅଫ ପପ୍‌’ ମାଡୋନାଙ୍କ ନାଁର ଫରକ ସମ୍ପର୍କରେ ଜାଣିପାରିନଥିଲେ। ସେଥିପାଇଁ ମାରାଡୋନା ପରିବର୍ତେ ମାଡୋନାଙ୍କ ନାଁ ପୂର୍ବରୁ ଲଗାଇଦେଲେ RIP। ଡିଏଗୋ ମାରାଡୋନା, କେବଳ ନାଁ ହିଁ ଯଥେଷ୍ଟ। କିନ୍ତୁ ଟ୍ବିଟ୍‌ରରେ ଏଭଳି କିଛି ଟ୍ବିଟ୍‌ ଦେଖିବାକୁ ମିଳିଛି ଯାହା ଆପଣଙ୍କୁ ଆଶ୍ଚର୍ଯ୍ୟ କରିଦେବ। ମାରାଡୋନା ଟ୍ବିଟ୍‌ରେ ଟ୍ରେଣ୍ଡ କରୁଥିବା ବେଳେ ଆମେରିକାର ଚର୍ଚ୍ଚିତ ଗାଈକା ତଥା ‘କ୍ବିନ୍‌ ଅଫ୍‌ ପପ୍‌’ ମାଡୋନାଙ୍କ ନାଁ ମଧ୍ୟ ଟ୍ରେଣ୍ଡ କରୁଥିବା ଦେଖିବାକୁ ମିଳିଛି।

ମାରାଡୋନାଙ୍କ କିଛି ଫ୍ୟାନ୍‌ ଟ୍ବିଟ୍‌ରେ ମଡୋନାଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଇଛନ୍ତି। ଫ୍ୟାନ୍‌ମାମେ ସିଙ୍ଗର ମଡୋନାଙ୍କ ନାଁ ଭୁଲରେ ଟ୍ବିଟ୍‌ କରିବା ପରେ ଏହା ଟ୍ବିଟ୍‌ରରେ ମାରାଡୋନାଙ୍କ ନାଁ ସହ ଟ୍ରେଣ୍ଡ କରିଥିଲା। ମଡୋନାଙ୍କୁ ଲୋକେ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିବା ଖବର ପ୍ରଚାରିତ ହେବା ପରେ ତାଙ୍କ ଫ୍ୟାନ୍‌ ମଧ୍ୟ ଟ୍ବିଟ୍ କରିବା ଆରମ୍ଭ କରିଥିଲେ। ଆଉ କିଛି ଲୋକ ଏହି ଟ୍ବିଟର ମଜା ଉଡ଼ାଉଥିବାର ମଧ୍ୟ ଦେଖିବାକୁ ମିଳିଛି ।

ଦେଖନ୍ତୁ ଏହିଭଳି କିଛି ଟ୍ବିଟ୍


Share It

Comments are closed.