କଙ୍କର୍ଡ ଏନ୍ଭିରୋ ସିଷ୍ଟମ୍ସ ଲିମିଟେଡ୍ର ଇନିସିଆଲ୍ ପବ୍ଲିକ୍ ଅଫର ୨୦୨୪ ଡିସେମ୍ବର ୧୯ରେ ଖୋଲିବ
ଭୁବନେଶ୍ୱର: କଙ୍କର୍ଡ ଏନ୍ଭିରୋ ସିଷ୍ଟମ୍ସ ଲିମିଟେଡ୍ ଏହାର ଇନିସିଆଲ ପବ୍ଲିକ୍ ଅଫରିଂ (ଆଇପିଓ)କୁ ୨୦୨୪ ଡିସେମ୍ବର ୧୯ଗୁରୁବାର ଖୋଲିବାକୁ ପ୍ରସ୍ତାବ ରଖିଛି। ଆଙ୍କର ନିବେଶକମାନେ ବିଡ୍ ଖୋଲିବାର ଗୋଟିଏ କାର୍ଯ୍ୟଦିବସ ପୂର୍ବରୁ ଡିସେମ୍ବର ୧୮ ବୁଧବାର ଦିନ ବିଡ୍ ଦାଖଲ କରିପାରିବେ ଏବଂ ୨୦୨୪ ଡିସେମ୍ବର ୨୩, ସୋମବାର ଦିନ ବିଡ୍ ବନ୍ଦ ହେବ।
ଏହି ଇସ୍ୟୁରେ ଇକ୍ୱିଟି ସେୟାର ପିଛା ଦାମ୍ ୬୬୫ ଟଙ୍କାରୁ ୭୦୧ ଟଙ୍କା ମଧ୍ୟରେ ଧାର୍ଯ୍ୟ କରାଯାଇଛି। ସର୍ବନିମ୍ନ ୨୧ଟି ସେୟାର ପାଇଁ ବିଡ୍ ଦାଖଲ କରିହେବ ଏବଂ ଏହା ପରେ ୨୧ଟି ଲେଖାଏଁ ଇକ୍ୱିଟି ସେୟାରକୁ ସେଥିରେ ଯୋଡ଼ାଯାଇପାରିବ।
ଏହି ଇସ୍ୟୁରୁ ସଂଗୃହୀତ ହେବାକୁ ଥିବା ପାଣ୍ଠିକୁ କମ୍ପାନି ୧) ୨୫୦ କୋଟି ଟଙ୍କାକୁ ଏହାର ସମ୍ପୂର୍ଣ୍ଣ ସହାୟକ ସଂସ୍ଥା କଙ୍କର୍ଡ ଏନଭିରୋ ଏଫଜେଡଇରେ କାର୍ଯ୍ୟକାରୀ ପୁଞ୍ଜି ଆବଶ୍ୟକତା ପାଇଁ ପ୍ରଦାନ କରିବ, ୨) ୧୦.୫୦ କୋଟି ଟଙ୍କାକୁ ଏହାର ଅନ୍ୟତମ ସହାୟକ କମ୍ପାନି ରୋକେମ୍ ସେପାରେସନ୍ ସିଷ୍ଟମ୍ସ (ଇଣ୍ଡିଆ) ପ୍ରାଇଭେଟ୍ ଲିମିଟେଡ୍ର ପ୍ରକଳ୍ପ ଓ କାରଖାନାର ପୁଞ୍ଜିବ୍ୟୟ ଆବଶ୍ୟକତା ପୂରଣ କରିବା ଲାଗି ପ୍ରଦାନ କରିବ, ୩) ୩.୨୧ କୋଟି ଟଙ୍କାକୁ କମ୍ପାନି କିଣିବାକୁ ଥିବା ମେସିନ ଓ କାରଖାନା ଲାଗି ପାଣ୍ଠି ଭାବେ ପ୍ରଦାନ କରିବ, ୪) ୫୦ କୋଟି ଟଙ୍କାକୁ ସମ୍ପୂର୍ଣ୍ଣ ସହାୟକ କମ୍ପାନି ସିଇଏଫ୍ର ଋଣକୁ ସମ୍ପୂର୍ଣ୍ଣ କିମ୍ବା ଆଂଶିକ ପରିଶୋଧ କରିବାରେ ବ୍ୟବହାର କରିବ, ୫) ସିଇଏଫ୍ରେ କାର୍ଯ୍ୟକାରୀ ପୁଞ୍ଜିନିବୋ ଭାବେ ୨୦ କୋଟି ଟଙ୍କା ପ୍ରଦାନ କରିବ, ୬) ରୋଜର୍ଭ ଏନଭିରୋ ପ୍ରାଇଭେଟ୍ ଲିମିଟେଡ୍ ଯୌଥ ଉଦ୍ୟୋଗରେ ନିବେଶ ଭାବେ ୧୦ କୋଟି ଟଙ୍କା, ୭) ୨୩.୫୦ କୋଟି ଟଙ୍କାରୁ ପ୍ରଯୁକ୍ତି ଓ ଅଭିବୃଦ୍ଧି ଅଭିଯାନରେ ନିବେଶ ଏବଂ ଅବଶିଷ୍ଟ ରାଶିକୁ ସାଧାରଣ କର୍ପୋରେଟ୍ କାର୍ଯ୍ୟରେ ବ୍ୟବହାର କରିବାର ପ୍ରସ୍ତାବ ରହିଛି।
ଏହି ଇନିସିଆଲ ପବ୍ଲିକ୍ ଅଫରିଂରେ କମ୍ପାନି ୧୭୫ କୋଟି ଟଙ୍କାର ନୂଆ ଇକ୍ୱିଟି ସେୟାର ଜାରି କରିବ। ଅଫର୍ ଫର୍ ସେଲ୍ରେ ଏଏଫ୍ ହୋଲ୍ଡିଂସ୍ ୪,୧୮୬,୩୬୮ ଇକ୍ୱିଟି ସେୟାର, ପ୍ରୟାସ ଗୋୟଲ ୧୫୦,୬୦୦ ଇକ୍ୱିଟି ସେୟାର, ପ୍ରତୀକ ଗୋୟଲ ୧୫୦,୫୦୦ ଇକ୍ୱିଟି ସେୟାର, ପୁଷ୍ପା ଗୋୟଲ୍ ୯୨୪୨୦ ଇକ୍ୱିଟି ସେୟାର, ନିଧି ଗୋୟଲ୍ ୩୧୫୦୦ ଇକ୍ୱିଟି ସେୟାର ଓ ନମ୍ରତା ଗୋୟଲ ୨୯,୫୦୦ ଇକ୍ୱିଟି ସେୟାର ବିକ୍ରି କରିବେ।
କମ୍ପାନିର ଇକ୍ୱିଟି ସେୟାରକୁ ବମ୍ବେ ଷ୍ଟକ୍ ଏକ୍ସଚେଂଜ୍ ଓ ନ୍ୟାସନାଲ୍ ଷ୍ଟକ୍ ଏକ୍ସଚେଂଜ୍ରେ ତାଲିକାଭୁକ୍ତ କରିବା ପ୍ରସ୍ତାବ ରହିଛି। ଏହି ଅଫରର୍ ବୁକ୍ ରନିଂ ଲିଡ୍ ମ୍ୟାନେଜର ହେଉଛନ୍ତି ମୋତିଲାଲ ଓସ୍ୱାଲ୍ ଇନଭେଷ୍ଟମେଂଟ୍ ଆଡଭାଇଜର୍ସ ଲିମିଟେଡ୍ ଓ ଇକ୍ୱିରସ୍ କ୍ୟାପିଟାଲ୍ ପ୍ରାଇଭେଟ୍ ଲିମିଟେ୍।
ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି) ନିୟମ ଅନୁସାରେ ଏହି ଅଫରର ୫୦ ପ୍ରତିଶତ ଇକ୍ୱିଟି ସେୟାରକୁ ଯୋଗ୍ୟ ସଂସ୍ଥାଗତ କ୍ରେତା (କ୍ୟୁଆଇବି)ମାନଙ୍କ ଲାଗି ସଂରକ୍ଷିତ ରଖାଯିବ । ତାହାର ୬୦ ପ୍ରତିଶତ ଇକ୍ୱିଟି ସେୟାରକୁ ସମାନୁପାତିକ ଭିତିରେ ଆଙ୍କର ନିବେଶକଙ୍କୁ ଦିଆଯାଇପାରିବ । ସେଥିରୁ ଏକ ତୃତୀୟାଂଶ ଇକ୍ୱିଟି ସେୟାର ଘରୋଇ ମ୍ୟୁଚୁଆଲ ଫଣ୍ଡ ଲାଗି ସଂରକ୍ଷିତ ରହିବ। ନିଟ କ୍ୟୁଆଇବିର ୫ ପ୍ରତିଶତ ଇକ୍ୱିଟି ସେୟାରକୁ ସମାନୁପାତିକ ଭିତିରେ ମ୍ୟୁଚୁଆଲ ଫଣ୍ଡ ଲାଗି ରଖାଯିବ । ଯଦି ମ୍ୟୁଚୁଆଲ ଫଣ୍ଡର ହାରାହାରି ଭାଗ କ୍ୟୁଆଇବି ଭାଗର ୫ ପ୍ରତିଶତରୁ କମ ରହିବ ତେବେ ତାହାକୁ କ୍ୟୁଆଇବି ଭାଗରେ ଯୋଡ଼ାଯିବ। ନିଟ ଅଫରର ୧୫ ପ୍ରତିଶତ ରାଶିକୁ ଅଣ ସଂସ୍ଥାଗତ ନିବେଶକମାନଙ୍କ ଲାଗି ରଖାଯିବ । ସେଥିରୁ ୩୫ ପ୍ରତିଶତ ଇକ୍ୱିଟି ସେୟାର ଖୁଚୁରା ନିବେଶକମାନଙ୍କ ଲାଗି ରହିବ।
Comments are closed.