କଙ୍କର୍ଡ ଏନ୍‌ଭିରୋ ସିଷ୍ଟମ୍‌ସ ପକ୍ଷରୁ ସେବିରେ ଆଇପିଓ ଦାଖଲ


ଭୁବନେଶ୍ୱର: ପରିବେଶ ଇଞ୍ଜିନିୟରିଂ ସଲ୍ୟୁସନ୍ସ ସଂସ୍ଥା କଙ୍କର୍ଡ ଏନ୍‌ଭିରୋ ସିଷ୍ଟମ୍‌ସ ପକ୍ଷରୁ ଇନିସିଆଲ ପବ୍ଲିକ୍ ଅଫର (ଆଇପିଓ) ଜରିଆରେ ପାଣ୍ଠି ହାସଲ କରିବା ଲାଗି ସେବି ନିକଟରେ ନୂଆ ପ୍ରାରମ୍ଭିକ ପେପର ଦାଖଲ କରାଯାଇଛି।
ଆଇପିଓ ଜରିଆରେ କମ୍ପାନି ୧୯୨.୩ କୋଟି ଟଙ୍କାର ଇକ୍ୱିଟି ସେୟାର ଜାରି କରିବ ଏବଂ ଅଫର ଫର୍ ସେଲ୍‌ରେ ୫୧.୯୪ ଲକ୍ଷ ଇକ୍ୱିଟି ସେୟାର ଜାରି କରିବ ବୋଲି ଡ୍ରାଫ୍‌ଟ ରେଡ୍ ହେରିଂ ପ୍ରୋସ୍‌ପେକ୍ଟସ୍ (ଡିଆର୍‌ଏଚ୍‌ପି) ଦାଖଲ କରାଯାଇଛି। ଅଫର ଫର ସେଲ୍‌ରେ ପ୍ରତିଷ୍ଠାତା ପ୍ରୟାସ ଗୋୟଲ୍ ଓ ପ୍ରେରକ ଗୋୟଲ୍‌, ପ୍ରମୋଟର ଗ୍ରୁପ୍‌ର ନମ୍ରତା ଗୋୟଲ୍‌, ନିଧି ଗୋୟଲ୍ ଓ ପୁଷ୍ପା ଗୋୟଲ୍ ଏବଂ ଏଏଫ୍ ହୋଲ୍‌ଡିଂସ୍‌ର ନିବେଶକ ସେୟାର ବିକ୍ରି କରିବେ।
ଏଥିରୁ ଯେଉଁ ପାଣ୍ଠି ସଂଗୃହୀତ ହେବ, ସେଥିରୁ ୨୫ କୋଟି ଟଙ୍କାକୁ ୱାଟର ଟ୍ରିମ୍‌ମେଂଟ୍ ପାଇଁ ଏକ ନୂଆ ଆସେମ୍ବଲି ଲାଇନ୍ ସ୍ଥାପନ କରିବା ଲାଗି କଙ୍କର୍ଡ ଏନ୍‌ିଭିରୋ ଏଫ୍‌ଜେଡ୍‌ଇ (ସିଇଏଫ୍‌)ରେ ନିବେଶ କରାଯିବ ଏବଂ ୧୦ କୋଟି ଟଙ୍କାକୁ ରୋକେମ୍ ସେପାରେସନ୍ ସିଷ୍ଟମ୍‌ସ (ଇଣ୍ଡିଆ) ପ୍ରାଇଭେଟ୍ ଲିମିଟେଡ୍‌ର ଉ୍‌ପାଦନ କ୍ଷମତା ସମ୍ପ୍ରସାରଣ ଓ ସହାୟକ କାର୍ଯ୍ୟକଳାପରେ ନିବେଶ କରାଯିବ।
ଏଥି ସହିତ ଋଣ ପରିଶୋଧ କରିବା ଲାଗି ସିଇଏଫ୍‌ରେ ୫୦ କୋଟି ଟଙ୍କା ନିବେଶ କରାଯିବ ଏବଂ ନୂଆ ବଜାର ହାସଲ କରିବା ଲାଗି ପ୍ରଯୁକ୍ତି ଓ ଅଭିବୃଦ୍ଧି କାର୍ଯ୍ୟକଳାପ ପାଇଁ ୩୩.୫ କୋଟି ଟଙ୍କା ଆବଂଟନ କରାଯିବ। ୨୦ କୋଟି ଟଙ୍କାକୁ ସିଇଏଫ୍‌ର କାର୍ଯ୍ୟକାରୀ ପୁଞ୍ଜି ଭାବେ ବ୍ୟବହାର କରାଯିବ ଏବଂ ୧୦ କୋଟି ଟଙ୍କାକୁ ରୋସର୍ଭ ଏନ୍‌ଭିରୋ ପ୍ରାଇଭେଟ୍ ଲିମିଟେଡ୍‌ର “ପେ ପର ୟୁଜ୍‌/ ପେ ଆଜ୍ ୟୁ ଟ୍ରିଟ୍‌” ବ୍ୟବସାୟର ସମ୍ପ୍ରସାରଣ ପାଇଁ ପ୍ରଦାନ କରାଯିବ। ୩.୨୨୮ କୋଟଇ ଟଙ୍କାକୁ କାରଖାନା ଏବଂ ମେସିନ ପାଇଁ ପୁଞ୍ଜି ବ୍ୟୟ ଭାବେ ପ୍ରଦାନ କରାଯିବ ଏବଂ ଅବଶିଷ୍ଟ ରାଶିକୁ ସାଧାରଣ କର୍ପୋରେଟ୍ କାର୍ଯ୍ୟରେ ବ୍ୟବହାର କରାଯିବ।
କଙ୍କର୍ଡ ଏନ୍‌ଭିରୋ ସିଷ୍ଟମ୍ ହେଉଛି ଶିଳ୍ପ ବର୍ଜ୍ୟ ଜଳର ପୁନଃବ୍ୟବହାର ଓ ଜିରୋ ଲିକ୍ୱିଡ୍ ଡିସ୍‌ଚାର୍ଜ ସମାଧାନର ଏକ ସମନ୍ୱିତ ସମାଧାନ ପ୍ରଦାନକାରୀ ସଂସ୍ଥା। କମ୍ପାନିର ଉପସ୍ଥିତି ଉତର ଆମେରିକା, ଲାଟିନ୍ ଆମେରିକା, ଆଫ୍ରିକା, ମଧ୍ୟ ପ୍ରାଚ୍ୟ ଓ ଦକ୍ଷିଣ ପୂର୍ବ ଏସିଆରେ ଥିବା ବେଳେ ୨୦୨୪ ମାର୍ଚ୍ଚ ୩୧ ସୁ୍‌ଧା ଏହାର ସାରା ବିଶ୍ୱରେ ୩୭୭ ଗ୍ରାହକ ରହିଛନ୍ତି।
ଆଇପିଓ ଆଣିବା ଲାଗି ଏହା ହେଉଛି କମ୍ପାନିର ଦ୍ୱିତୀୟ ଉଦ୍ୟମ। ୨୦୨୨ରେ କମ୍ପାନି ସେବି ନିକଟରେ ଚିଠା ଆଇପିଓ ପେପର ଦାଖଲ କରିଥିଲା ଏବଂ ଏଥିପାଇଁ ମଞ୍ଜୁରି ବି ପାଇଥିଲା। କିନ୍ତୁ କମ୍ପାନି ନିଜର ପ୍ରଥମ ଆଇପିଓ ଆଣିନଥିଲା।
ଏହି ଇସ୍ୟୁର ବୁକ୍ ରନିଂ ଲିଡ୍ ମ୍ୟାନେଜର ହେଉଛନ୍ତି ମୋତିଲାଲ ଓସ୍ୱାଲ୍ ଇନଭେଷ୍ଟମେଂଟ୍ ଆଡଭାଇଜର୍ସ ଓ ଇକ୍ୱିରସ୍ କ୍ୟାପିଟାଲ୍‌।


Share It

Comments are closed.