ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କ ବିରୋଦ୍ଧରେ ଥାନାରେ ଅଭିଯୋଗ, ଧାର୍ମିକ ଭାବନାକୁ ଆଘାତ ଦେବାର ଆରୋପ


ପାତାଲ ଲୋକ’ୱେବ ସିରିଜର ବିବାଦ ଜୋର ଧୋରିବାରେ ଲାଗିଛି । ବଲିଉଡ ଅଭିନେତ୍ରୀ ଓ ନିର୍ମାତା ଅନୁଷ୍କା ଶର୍ମାଙ୍କର ନୂଆ କ୍ରାଇମ ଥ୍ରୀଲର ୱେବ ଟେଲିଭିଜନ ସିରିଜ -ପାତାଲ ଲୋକ’, ଯାହାକି ଚଳିତ ମେ ୧୫ରେ ଆମାଜନ ପ୍ରାଇମ ଭିଡିଓରେ ପ୍ରଦର୍ଶିତ ହୋଇଥିଲା ଏବଂ ବର୍ତମାନ ଏହାର ରିଲିଜ ସମୟରୁ ହିଁ ଏହା ବିବାଦ ମଧ୍ୟରେ ଫସିରହିଛି । ଏବେ ଆଉ ଏକ ବିବାଦ ଆସି ପହଂଚିଯାଇଛି । ସିରିଜର ନିର୍ମାତା ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କ ବିରୋଧରେ ଦିଲ୍ଲୀର ମୁଖର୍ଜୀ ନଗର ପୋଲିସ ଷ୍ଟେସନରେ ଅଭିଯୋଗ କରାଯାଇଛି । ପ୍ରଦେଶ ଭାଜପାର ଶିଖ ପ୍ରକୋଷ୍ଠର ସହ ସଂଯୋଜକ ଜସପ୍ରିତ ମାଟା ମଧ୍ୟ ଅନୁଷ୍କାଙ୍କ ବିରୋଦ୍ଧରେ ଏଫଆଇଆର ରେଜିଷ୍ଟର କରିବାର ଦାବି କରିଛନ୍ତି । ଏହା ସହିତ ରାଷ୍ଟ୍ରିୟ ଅଳ୍ପସଂଖ୍ୟକ ଆୟୋଗ ମଧ୍ୟ ଅଭିଯୋଗ କରିଛି ।

ଜସପ୍ରିତ ମାଟାଙ୍କ କହିବା ଅନୁଯାୟୀ ମାମଲା ହିନ୍ଦୁ ଓ ଶିଖ ସମାଜର ଧାର୍ମିକ ଭାବନାକୁ ଆଘାତ କରିବା ସହିତ ସମ୍ପର୍କିତ । ସିରିଜର ଦୁଇଟି ଏପିସୋଡରେ ବିବାଦସ୍ପ୍ରଦ ଦୃଶ୍ୟ ଦେଖାଯାଇଛି ବୋଲି ସେ ଆରୋପ କରିଛନ୍ତି । ଶିଖ ସମୁଦାୟ ସିରିଜ ଉପରେ ରୋକ ଲଗାଇବାର ଦାବି କରିଛନ୍ତି । ଏହା ବିଷୟରେ ଜସପ୍ରିତ ମାଟା, ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାୱେଦକରଙ୍କୁ ଏହି ବିଷୟରେ ଅନୁସଂନ୍ଧାନ କରିବା ପାଇଁ ଦାବି କରିଛନ୍ତି ।


Share It

Comments are closed.