ସାମ୍ବାଦିକଙ୍କୁ ବ୍ଲାକମେଲର କହିବା ଅଭିଯୋଗରେ ବିଜେପି ସାଂସଦ ମେନକା ଗାନ୍ଧୀଙ୍କ ବିରୋଧରେ ରୁଜୁ ହେଲା ମାମଲା


ବିଜେପି ସାଂସଦ ମାନେକା ଗାନ୍ଧି ସାମ୍ବାଦିକଙ୍କୁ ବ୍ଲାକମେଲର କହିବା ନେଇ ତାଙ୍କ ବିରୋଧରେ ରୁଜୁ ହୋଇଛି ମାନହାନୀ ମାମଲା। ଏକ ସଭାରେ ମାନେକା ସାମ୍ବାଦିକଙ୍କୁ ବ୍ଲାକମେଲର କହିଥିଲେ। ତାଙ୍କର ଏଭଳି ମନ୍ତବ୍ୟରେ ଅସନ୍ତୋଷ ପ୍ରକାଶ କରି ରାଜେଶ ମିଶ୍ର ନାମକ ଜଣେ ସାମ୍ବାଦିକ ବିଭିନ୍ନ ଧାରା ଅନୁସାରେ ମାମଲା ରୁଜୁ କରିଛନ୍ତି। ଏହି ମାମଲାରେ ଏମପି-ଏମଏଲଏ କୋର୍ଟର ବିଚାରପତି ପିକେ ଜୟନ୍ତ ଶୁଣାଣୀ ତାରିଖ ସ୍ଥିର କରିଛନ୍ତି।

ଉଲ୍ଲେଖନୀୟ ଯେ, ଗତ ଥର ନିଜର ଗସ୍ତ ସମୟରେ ଜଣେ ସ୍ଥାନୀୟ ବ୍ୟବସାୟୀ ଓ ବିଜେପି ନେତ୍ରୀଙ୍କଠାରୁ କୌଣସି ଏକ କଥା ଶୁଣିବା ପରେ ମେନକା ସାମ୍ବାଦିକଙ୍କ ପ୍ରତି ଏଭଳି ବିବାଦୀୟ ମନ୍ତବ୍ୟ ଦେଇଥିଲେ। ସ୍ଥାନୀୟ କୋର୍ଟ ଏହି ମାମଲାରେ ଶୁଣାଣି କରିବା ପାଇଁ ଆବେଦନକୁ ଗ୍ରହଣ କରିବା ପରେ ମେନକାଙ୍କ ଅଡୁଆ ଆହୁରି ବଢିଯାଇଛି। ଅଭିଯୋଗ କରିଥିବା ସାମ୍ବାଦିକ ରାଜେଶ ମିଶ୍ର ନିଜ ଆବେଦନରେ ଉଲ୍ଲେଖ କରିଛନ୍ତି, ସାଂସଦ ଗତ ୧୦ ଅଗଷ୍ଟରେ ଦୁବେପୁର ବ୍ଲକରେ ଆୟୋଜିତ ଜିଲ୍ଲା ଏବଂ ମନିଟରିଂ କମିଟି ର ବୈଠକରେ ଏଭଳି ବୟାନ ଦେଇଛନ୍ତି।

ଏହି ବୈଠକରେ ମାନେକା କହିଥିଲେ ଯେ, ଲକଡାଉନ୍ ସମୟରେ ହଟ-ସ୍ପଟ ସ୍ଥିତି ବ୍ୟବସାୟିକ ଗତିବିଧି ଚାଲିଲେ ସାମ୍ବାଦିକମାନେ ଖବର କରିଦେଉଛନ୍ତି। ଏହାପରେ ସେମାନେ ବେପାରୀଙ୍କୁ ବ୍ଲାକମେଲ୍ କରୁଛନ୍ତି। ସାମ୍ବାଦିକମାନେ ବ୍ଲାକମେଲର ହୋଇଥାନ୍ତି। ଏହି କାର୍ଯ୍ୟକ୍ରମରେ ଜିଲପାଳ ସି.ଇନ୍ଦୁମତୀ,ପୋଲିସ ଏସପି ଶିବ ହରି ମୀଣାଙ୍କ ସହିତ ଅନ୍ୟ ଅଧିକାରୀ ଓ ଗଣମାଧ୍ୟମ ପ୍ରତିନିଧିମାନେ ଉପସ୍ଥିତ ଥିଲେ। ମାନେକାଙ୍କ ଏହି ବିବାଦୀୟ ମନ୍ତବ୍ୟ ଏବେ ତାଙ୍କ ପାଇଁ ବଡ ଅଡୁଆ ସୃଷ୍ଟି କରିଛି।


Share It

Comments are closed.