ଗିରଫ ହେଲେ କମେଡି କୁଇନ ଭାରତୀ ସିଂ, ଆଜି କୋର୍ଟରେ ହେବେ ହାଜର


ଡ୍ରଗ୍ ମାମଲାରେ ଏନସିବି କ୍ରମାଗତ ଭାବରେ ଛାନବିନ୍ କରୁଥିବା ଜଣାପଡିଛି। ଶନିବାର ଏନସିବି ହାସ୍ୟ ଅଭିନେତ୍ରୀ ଭାରତୀଙ୍କୁ ମୁମ୍ବାଇରେ ଗିରଫ କରିଛି। ତାଙ୍କ ସ୍ୱାମୀ ହର୍ଷଙ୍କୁ ପଚରାଉଚରା କରାଯାଇଛି। ହର୍ଷଙ୍କ ଉପରେ ମଧ୍ୟ ଗିରଫଦାରୀର ଖଣ୍ଡା ଝୁଲୁଛି। ହର୍ଷଙ୍କୁ ମଧ୍ୟ ଗିରଫ କରାଯାଇପାରେ | ଭାରତୀଙ୍କୁ ଏନସିବି କାର୍ଯ୍ୟାଳୟରେ ସାରାରାତି ରଖାଯାଇ ରବିବାର ଦିନ କୋର୍ଟରେ ହାଜର କରାଯିବ।

Image :TOI

ଏନସିବି ଭାରତୀ ଏବଂ ହର୍ଷଙ୍କ ମ୍ୟାନେଜର ଏବଂ ସର୍ଭ୍ୟାଂଟମାନଙ୍କୁ ପଚରାଉଚରା କରୁଛି। ଉଭୟେ ଡ୍ରଗ୍ସ କେଉଁଠୁ ପାଇଲେ ତାହାର ଠିକଣା ମଧ୍ୟ ଏନସିବି ଜାଣିଛି। ପ୍ରକାଶଥାଉ ଯେ ଶନିବାର ଦିନ ଏନସିବି ମୁମ୍ବାଇର ୩ଟି ସ୍ଥାନରେ ଚଢ଼ାଉ କରିଥିଲା। ଭାରତୀ ଏବଂ ତାଙ୍କ ସ୍ୱାମୀ ହର୍ଷଙ୍କ ଘରେ ଚଢ଼ାଉ କରାଯାଇଥିଲା। ଏହା ପରେ ଭାରତ ସିଂ ଏବଂ ତାଙ୍କ ସ୍ୱାମୀ ହର୍ଷ ଲିମ୍ବାଚିଆଙ୍କୁ ଏନସିବି ଡକାଯାଇଥିଲା। ବର୍ତ୍ତମାନ ଭାରତୀଙ୍କୁ ଗିରଫ କରାଯାଇଛି।


Share It

Comments are closed.