ଭାରତୀ ଏବଂ ତାଙ୍କ ସ୍ୱାମୀ ହର୍ଷଙ୍କୁ ମିଳିଲା ଜାମିନ


ଡ୍ରଗ୍ ମାମଲାରେ ଗିରଫ ହୋଇଥିବା କମେଡ଼ିଆନ୍ ଭାରତୀ ସିଂହ ଏବଂ ତାଙ୍କ ସ୍ୱାମୀ ହର୍ଷଙ୍କୁ ଜାମିନ ମିଳିଯାଇଛି। ଶନିବାର ଏନସିବି ମୁମ୍ବାଇ ସ୍ଥିତ ଭାରତୀଙ୍କ ଘରେ ଚଢ଼ାଉ କରିଥିଲା। ଚଢ଼ାଉରେ ସେଠାରୁ ଗଞ୍ଜେଇ ଜବତ କରାଯାଇଥିଲା। ପଚରାଉଚରାରେ ଭାରତୀ ଡ୍ରଗ୍ସ ନେଉଥିବା ମାନିଥିଲେ।

କମେଡ଼ିଆନ୍ ଭାରତୀ ସିଂହଙ୍କୁ ପାଖାପାଖି ୬ଘଣ୍ଟା ପଚରାଉଚୁରା କରିବା ପରେ ଗିରଫ କରାଯାଇଥିଲା। ଏହା ପରେ ବିଳମ୍ବିତ ରାତିରେ ତାଙ୍କ ସ୍ୱାମୀ ହର୍ଷଙ୍କୁ ମଧ୍ୟ ଗିରଫ କରାଯାଇଥିଲା। ରବିବାର ପ୍ରଥମେ ଭାରତୀ ଏବଂ ହର୍ଷଙ୍କୁ କରୋନା ଟେଷ୍ଟ ପାଇଁ ନିଆଯାଇଥିଲା ଏବଂ ସକାଳ ୧୧.୩୦ରେ ଭାରତୀ ଏବଂ ହର୍ଷ କୋର୍ଟରେ ହାଜର ହୋଇଥିଲେ। ୨ଜଣ ଡ୍ରଗ୍ ପେଡଲର୍ସଙ୍କ ସହ ଭାରତୀ ଏବଂ ତାଙ୍କ ସ୍ୱାମୀ ହର୍ଷ କୋର୍ଟରେ ହାଜର ହୋଇଥିଲେ। ଏନସିବି କୋର୍ଟକୁ ଭାରତୀଙ୍କ ସ୍ୱାମୀ ହର୍ଷଙ୍କ ରିମାଣ୍ଡ ମାଗିଥିଲା କିନ୍ତୁ ଏଥିରେ ମଞ୍ଜୁରୀ ମିଳିନଥିଲା। ଏହା ପରେ କୋର୍ଟ ଉଭୟଙ୍କୁ ବିଚାର ବିଭାଗୀୟ ହେପାଜତରେ ଜେଲ୍ ପଠାଇ ଦେଇଥିବାବେଳେ ୨ପେଡଲର୍ସଙ୍କ ରିମାଣ୍ଡ ଏନସିବିକୁ ମିଳିଯାଇଥିଲା।


Share It

Comments are closed.