ତ୍ୱଚା ଏବଂ କେଶ ପାଇଁ ଉପକାରୀ କଫି


କଫି ଏକ ପାନୀୟ ହୋଇଥିଲେ ମଧ୍ୟ ଏହାର ବ୍ୟବହାର ତ୍ୱଚାର ଉଜ୍ୱଳତା ବୃଦ୍ଧି ତଥା କେଶର ବୃଦ୍ଧି କରିବା ପାଇଁ ବ୍ୟବହାର କରିହେବ । ଏହା ବଜାରରେ ସହଜରେ ଉପଲବ୍ଧ ହେଉଥିବା ବେଳେ ଏହାର ବ୍ୟବହାର ମଧ୍ୟ ଖୁବ ସହଜ । କଫିରେ ଆଣ୍ଟି ଅକ୍ସିଡାଣ୍ଟ ଗୁଣ ତ୍ୱଚାରେ ଚମକ ଆଣିବା ସହିତ କେଶ ପାଇଁ ମଧ୍ୟ ଉପଯୋଗୀ ।
୧. ଏକ ଚାମଚ କଫି, ଗୋଟିଏ ଚାମଚ ଦହି, ଗୋଟିଏ ଚାମଚ କମଳା ଚୋପାର ଗୁଣ୍ଡ, ଗୋଟିଏ ଚାମଚ ମହୁର ଏକ ମିଶ୍ରଣ ପ୍ରସ୍ତୁତ କରନ୍ତୁ । ଏହାକୁ ମୁହଁ, ହାତ ଏବଂ ଗୋଡରେ ଲଗାଇ ୧୦ରୁ ୧୫ ମିନିଟ ଛାଡିଦିଅନ୍ତୁ । ଏହା ତ୍ୱଚାକୁ ସଫା କରିବା ସହିତ ଫାଇନ ଲାଇନ ଦୂର କରିଥାଏ ।
୨. ଗୋଟିଏ ଚାମଚ କଫି ପାଉଡର ଏବଂ ଅଧା ଚାମଚ ଚିନିକୁ ଗୋଳାଇ ସ୍କ୍ରବ ହିସାବରେ ବ୍ୟବହାର କଲେ ମୁଖ ବ୍ରଣ ଏବଂ ବ୍ଲାକ ହେଡରୁ ରକ୍ଷା ମିଳିପାରିବ । ଏହା ଏକ ପ୍ରାକୃତିକ ସ୍କ୍ରବ ଭଳି କାର୍ଯ୍ୟ କରିବ ।
୩. ଶୁଷ୍କ ତ୍ୱଚା ପାଇଁ କଫି ଏବଂ ନଡିଆ ତେଲର ପେଷ୍ଟ ଖୁବ ଭଲ । ଏହି ପେଷ୍ଟକୁ ମୁହଁରେ ଲଗାଇବା ଦ୍ୱାରା ବ୍ରଣର ଦାଗ ଏବଂ ବୟସ୍କ ଜନିତ ଦାଗର ସମସ୍ୟାରୁ ମୁକ୍ତି ମିଳିଥାଏ ।
୪. ଆପଣ ଆଖି ତଳର କଳା ଦାଗ ପାଇଁ ଚିନ୍ତିତ ଥିଲେ କଫି ଏବଂ ଲେମ୍ବୁର ଏକ ମିଶ୍ରଣ ପ୍ରସ୍ତୁତ କରି ପ୍ରତ୍ୟେକ ଦିନ ଲଗାନ୍ତୁ । ଏହା ଶୁଖିଲା ପରେ ଥଣ୍ଡା ପାଣିରେ ଧାଇ ଦିଅନ୍ତୁ ।
୫. କେଶ ଝଡା ସମସ୍ୟାରୁ ମୁକ୍ତି ପାଇବା ପାଇଁ ଆପଣ କଫିର ବ୍ୟବହାର କରିପାରିବେ । ଦୁଇ ଚାମଚ ଗରମ ଜଳ, ଗୋଟିଏ ଚାମଚ କଫି, ଦୁଇ ଚାମଚ ସୋରିଷ ଗୁଣ୍ଡ, ଦୁଇ ଚାମଚ ନଡିଆ ତେଲ କିମ୍ବା ଅଲିଭ ତେଲ, ଦୁଇ ଚାମଚ ଚିନି ଗୁଣ୍ଡ, ଗୋଟିଏ ଚାମଚ ଡାଲଚିନି ଗୁଣ୍ଡ, ଗୋଟିଏ ଅଣ୍ଡାର ଧଳା ଅଂଶ ର ଏକ ମିଶ୍ରଣ ପ୍ରସ୍ତୁତ କରନ୍ତୁ । ଏହି ପେଷ୍ଟକୁ କେବଳ ସ୍କାଲ୍ପରେ ଲଗାଇ ୨୦ମିନିଟ ପର୍ଯ୍ୟନ୍ତ ରଖନ୍ତୁ ଏବଂ ପରେ ଥଣ୍ଡା ଜଳରେ ଧୋଇଦିଅନ୍ତୁ ।
୬. ଆପଣ କଫି କେଶ ରଙ୍ଗ କରିବାରେ ମଧ୍ୟ ବ୍ୟବହାର କରିପାରିବେ । ୩ଚାମଚ ଅଲିଭ ଅଏଲ, ୮କପ ପାଣି, ୮କପ କଫି ଗୁଣ୍ଡର ଏକ ମିଶ୍ରଣ ପ୍ରସ୍ତୁତ କରନ୍ତୁ । ଏହି ମିଶ୍ରଣକୁ କେଶରେ ଭଲ ଭାବେ ମସାଜ କରନ୍ତୁ ଏବଂ ୩୦ ମିନିଟ ପର୍ଯ୍ୟନ୍ତ ରଖନ୍ତୁ । ଏହା ପରେ ଥଣ୍ଡା ପାଣିରେ ଧୋଇ ଦିଅନ୍ତୁ ।


Share It

Comments are closed.