ଯାଜପୁରରେ କୋବର ୪୫୦ତ୍ତମ ଷ୍ଟୋରର ଶୁଭାରମ୍ଭ


ଯାଜପୁର/ଭୁବନେଶ୍ୱର: ଭାରତର ଅଗ୍ରଣୀ ପୁରୁଷ ପୋଷାକ ଫ୍ୟାସନ୍ ବ୍ରାଣ୍ଡ୍‌, କୋବ୍ ପକ୍ଷରୁ ଯାଜପୁର ରୋଡ଼ସ୍ଥିତ ଚୋର୍ଦ୍ଦା ବାଇପାସ୍‌ଠାରେ ଅବସ୍ଥାପିତ ଉତ୍କଳ ସେଣ୍ଟର ପଏଣ୍ଟ ମଲରେ ଏହାର ୪୫୦ ତ୍ତମ ତଥା ନୂତନ ସ୍ୱତନ୍ତ୍ର ଷ୍ଟୋରର ଶୁଭାରମ୍ଭ କରାଯାଇଛି । ଏହି ଶୁଭାରମ୍ଭ ଅବସରରେ ପଦ୍ମଶ୍ରୀ ଡି ପ୍ରକାଶ ରାଓ ଏବଂ ନିର୍ଦ୍ଦେଶକ ତଥା ଅଭିନେତା, ଶ୍ରୀ ଅଶ୍ୱିନୀ ତ୍ରିପାଠୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଷ୍ଟୋରଟିକୁ ଉଦ୍‌ଘାଟନ କରିଛନ୍ତି । ଏହି ଅବସରରେ ଫ୍ରାଞ୍ଚାଇଜ୍ ଓନର, ଓଡ଼ିଶା, ଶ୍ରୀଯୁକ୍ତ ଶ୍ରଦ୍ଧାନନ୍ଦ ତ୍ରିପାଠୀ ମଧ୍ୟ ଉପସ୍ଥିତ ରହିଥିଲେ ।
ଏହା ହେଉଛି ଓଡ଼ିଶାରେ କୋବ୍‌୍‌ର ଚତୁର୍ଥ ସ୍ୱତନ୍ତ୍ର ଷ୍ଟୋର୍ । ପୂର୍ବରୁ ପୁରୀ, କଟକ ଏବଂ ଭୁବନେଶ୍ୱରଠାରେ ଏହାର ଷ୍ଟୋର୍ ରହିଛି । ଏହି ଉଦ୍‌ଘାଟନୀ ଅବସରରେ କମ୍ପାନୀ ପକ୍ଷରୁ “ଓପନିଂ ଧମାକା ସେଲ୍‌’ ଘୋଷଣା କରାଯାଇଛି । ଏଥିରେ ଗ୍ରାହକମାନେ ଦୁଇଟି କିଣିଲେ ୬ଟି ଜିନିଷ (ବାଏ ୨ ଗେଟ୍ ୬) ପାଇପାରିବେ ।
ଏହି ଉଦ୍‌ଘାଟନୀ ଅବସରରେ ଶ୍ରୀଯୁକ୍ତ ମୋହଶିନ୍ ଶେଖ୍‌, ଡେପୁଟି ଜେନେରାଲ୍ ମ୍ୟାନେଜର, କୋବ୍ କହିଛନ୍ତି ଯେ, “ଆମ ବ୍ୟବସାୟର ସଫଳତା ଆମ ବ୍ରାଣ୍ଡ୍‌ର ଉଲ୍ଳେଖନୀୟ ସୁଦୃଢ଼ତା ଯୋଗୁଁ ସମ୍ଭବ ହୋଇଛି । ଆମେ ବିଶ୍ୱାସ କରୁଯେ ଆମର ସଫଳତା ପରିବର୍ତ୍ତିତ ଫ୍ୟାସନ୍ ଟ୍ରେଣ୍ଡ୍‌କୁ ଚିହ୍ନଟ କରିବା, ଜାଣିବା ଏବଂ ଉଚିତ ସମୟ ମଧ୍ୟରେ ସେଥିପାଇଁ ବ୍ୟବସ୍ଥା କରିବା ଉପରେ ନିର୍ଭରଶୀଳ ।’’


ଆସନ୍ତା ଏକ ବର୍ଷ ମଧ୍ୟରେ ରାଜ୍ୟରେ ୫୦ଟି ନୂଆ ଷ୍ଟୋର୍ ଖୋଲିବାକୁ କୋବ୍ ଯୋଜନା ରଖିଛି । ଆଗାମୀ ଦିନ ମାନଙ୍କରେ ଅନ୍ୟ ଷ୍ଟୋର୍‌ଗୁଡ଼ିକ ଅନୁଗୁଳ, ତାଳଚେର ଓ ଝାରସୁଗୁଡ଼ା ଆଦି ପ୍ରମୁଖ ସହରଗୁଡ଼ିକରେ ଖୋଲାଯିବାର ବ୍ୟବସ୍ଥା ରହିଛି ।
ଏହି ନୂତନ ଷ୍ଟୋର୍‌ର ଶୁଭାରମ୍ଭକରି କମ୍ପାନୀ ରାଜ୍ୟରେ ଏହାର ଉପସ୍ଥିତିକୁ ବଢ଼ାଇଛି । କମ୍ପାନୀ ଏହାର ଗ୍ରାହକମାନଙ୍କୁ ଆନ୍ତର୍ଜାତୀୟ ମାନର ସପିଙ୍ଗ ଅନୁଭୂତି ପ୍ରଦାନ କରିବାକୁ ଚାହୁଁଛି । କୋବ୍‌ର ଉତ୍ପାଦ ଗୁଡ଼ିକ ଦିଲ୍ଲୀ, ଉତ୍ତର ପ୍ରଦେଶ, ହରିୟାନା, ଆନ୍ଧ୍ର ପ୍ରଦେଶ, ରାଜସ୍ଥାନ, ଉତ୍ତରାଖଣ୍ଡ, ବିହାର, ହିମାଚଳ ପ୍ରଦେଶ, ମଧ୍ୟ ପ୍ରଦେଶ ଓ ଆସାମର ୫୦୦ରୁ ଉର୍ଦ୍ଧ୍ୱ ସ୍ୱତନ୍ତ୍ର ବ୍ରାଣ୍ଡ୍ ଆଉଟ୍‌ଲେଟ୍ ଓ ସମଗ୍ର ଦେଶର ୭୫ରୁ ଉର୍ଦ୍ଧ୍ୱ ମଲ୍‌ଟି ବ୍ରାଣ୍ଡ୍ ଆଉଟଲେଟ୍‌ରେ ଉପଲବ୍ଧ ହେଉଛି । ୟୁଏଆଇ (ଦୁବାଇ)ରେ ମଧ୍ୟ କୋବର ଉପସ୍ଥିତି ରହିଛି । କୋବ୍ ଗ୍ରାହକମାନଙ୍କୁ ଡିଜାଇନ୍ ପ୍ରେରିତ ଉତ୍ପାଦ ଯୋଗାଇ ଦେଉଛି । ଫ୍ୟାସନପ୍ରେମୀ ମାନଙ୍କ ପାଇଁ ଏହାର ଷ୍ଟୋରରେ ସାର୍ଟ, ଟ୍ରାଉଜର୍‌, ଡେନିମ୍‌, ଟି-ସାର୍ଟ, ସୁଟ୍ ଓ ବ୍ଲେଜର୍ ଉପଲବ୍ଧ ହେଉଛି ।


Share It

Comments are closed.