ସ୍ମାର୍ଟଫୋନ୍ କିଣିବା ସମୟରେ ଅଡିଓ କ୍ୱାଲିଟିକୁ ପ୍ରାଥମିକତା ଦେଉଛନ୍ତି ଉପଭୋକ୍ତା: ସିଏମ୍‌ଆର୍ ଅଧ୍ୟୟନ


ଭୁବନେଶ୍ୱର: ସାଇବର ମିଡିଆ ରିସର୍ଚ୍ଚ (ସିଏମ୍‌ଆର୍‌)ର ଏକ ନୂତନ ଅଧ୍ୟୟନ ଅନୁଯାୟୀ, ଭାରତୀୟ ଉପଭୋକ୍ତାମାନେ ଏବେ ସ୍ମାର୍ଟଫୋନ କ୍ରୟ ସମୟରେ କ୍ୟାମେରା ଓ ବ୍ୟାଟେରୀ ତୁଳନାରେ ଅଡିଓ କ୍ୱାଲିଟିକୁ ଅଧିକ ପ୍ରାଥମିକତା ଦେଉଛନ୍ତି । ଏପରିକି ସମସ୍ତ କ୍ଷେତ୍ରରେ ପ୍ରତି ୪ ଜଣରୁ ଜଣେ ଉପଭୋକ୍ତା ନିଜର ସ୍ମାର୍ଟଫୋନ୍ ଚୟନ କରିବା ସମୟରେ ଅଡିଓ କ୍ୱାଲିଟିକୁ ସବୁଠାରୁ ଅଧିକ ଗୁରୁତ୍ୱପୂର୍ଣ୍ଣ କାରକ ଭାବେ ଦର୍ଶାଇଛନ୍ତି । ପ୍ରଥମ ଥର ପାଇଁ ଉପଭୋକ୍ତାମାନେ ‘ଅଡିଓ କ୍ୱାଲିଟି’କୁ ଅଧିକ ଗୁରୁତ୍ୱ ଦେଇଛନ୍ତି, ବର୍ତମାନର ଗୃହଆବଦ୍ଧ ଅର୍ଥନୀତିରେ ଦୀର୍ଘ ସମୟ ପର୍ଯ୍ୟନ୍ତ ଘରେ ଏକାକି ସମୟ ବିତାଇବା ଯୋଗୁଁ ଏହା ସମ୍ଭବ ହୋଇଥାଇପାରେ । ଏହାସହିତ ସେମାନେ ଅଧିକ ଉନ୍ନତ ଓ ନିମଜ୍ଜିତ ଅଭିଜ୍ଞତା ମଧ୍ୟ ଆବଶ୍ୟକ କରୁଛନ୍ତି ।
ସିଏମ୍‌ଆର୍‌ର ଇଣ୍ଡଷ୍ଟ୍ରୀ କନ୍‌ସଲ୍‌ଟିଙ୍ଗ୍ ଗ୍ରୁପ୍ ହେଡ୍‌, ସତ୍ୟ ମହାନ୍ତି କହିଛନ୍ତି ଯେ, “ସ୍ମାର୍ଟଫୋନ୍ କ୍ୟାମେରା ଓ ବ୍ୟାଟେରୀର ଅଗ୍ରଗତିକୁ ଦେଖି ମୁଁ ବିଶ୍ୱାସ କରୁଛି ଯେ, ଉପଭୋକ୍ତାମାନେ ସେଥିରେ ଥିବା ବାଣିଜ୍ୟ ଅଗ୍ରଣୀ ଉଦ୍ଭାବନରେ ଅଧିକ ସନ୍ତୁଷ୍ଟ ହୋଇଥାନ୍ତି । ଅନ୍ୟପକ୍ଷରେ ବର୍ତମାନର ଗୃହଆବଦ୍ଧ ଅର୍ଥନୀତିରେ ଉପଭୋକ୍ତାମାନେ ଅଧିକ ସଚେତନ ହେବା ସହ ଅଡିଓ କ୍ୱାଲିଟି ପାଇଁ ଅଧିକ ଅର୍ଥ ବ୍ୟୟ କରୁଛନ୍ତି ।” ସିଏମ୍‌ଆର୍‌ର ଇଣ୍ଡଷ୍ଟ୍ରୀ ଇଂଟେଲିଜେନ୍ସ ଗ୍ରୁପ୍‌ର ହେଡ୍ ପ୍ରଭୁ ରାମଙ୍କ କହିବା ଅନୁସାରେ, ଏହି ରୋଚକପୂର୍ଣ୍ଣ ଅଧ୍ୟୟନ ଫଳାଫଳ ଆମକୁ ସ୍ମାର୍ଟଫୋନ୍ ଅଡିଓକୁ ନେଇ ବର୍ଦ୍ଧିତ ଉପଭୋକ୍ତା ଆକାଂକ୍ଷାଗୁଡିକୁ ଅଧିକ ଭଲ ଭାବେ ବୁଝିବା ପାଇଁ ଏକ ଆଧାର ପ୍ରଦାନ କରୁଛି । ଓଟିଟି ବ୍ୟବହାରଠାରୁ ଆରମ୍ଭ କରି ମୋବାଇଲ ଗେମିଙ୍ଗ୍ ଓ ୟୁଜିସି ପର୍ଯ୍ୟନ୍ତ ସମସ୍ତ ବ୍ୟବହାର କ୍ଷେତ୍ରରେ ଉପଭୋକ୍ତାମାନେ ଅଧିକ ଉଚ୍ଚମାନର ସାଉଣ୍ଡ ଚାହୁଁଛନ୍ତି । ଏହିଠାରେ ଡଲ୍‌ବି ଭଳି ଶିଳ୍ପ-ଅଗ୍ରଣୀ ଉଦ୍ଭାବନ ସହିତ ବ୍ରାଣ୍ଡଗୁଡିକ ଅଧିକ ବିକଶିତ ହେବା ସହ ଗ୍ରାହକଙ୍କ ଅଭିଳାଷକୁ ପୂରଣ କରିବେ ।”
‘ହ୍ୱାଟ୍ ଅଡିଓ ମିନ୍‌ସ ଫର୍ ଇଣ୍ଡିଆନ୍ ସ୍ମାର୍ଟଫୋନ୍ ୟୁଜର୍ସ?’ ନାମକ ସିଏମ୍‌ଆର୍‌ର ଅଧ୍ୟୟନ ରିପୋର୍ଟରେ ଭାରତୀୟ ଉପଭୋକ୍ତାମାନଙ୍କୁ ସେମାନଙ୍କର ଅଡିଓ ବ୍ୟବହାର ପାଟର୍ଣ୍ଣ ଆଧାରରେ ୩ଟି ବିସ୍ତୃତ ସମୂହରେ ବର୍ଗୀକୃତ କରାଯାଇଛି ଯଥା ଡିଜିଟାଲ ନେଟିଭ୍‌ସ: ଯିଏ ସାପ୍ତାହିକ ୨୦ ଘଂଟାରୁ ଅଧିକ ସମୟ (୩୯%) ବିତାଇଥାନ୍ତି, ଡିଜିଟାଲ ଡିପେଣ୍ଡେଂଟ୍‌: ଯିଏ ସାପ୍ତାହିକ ୧୦ରୁ ୨୦ ଘଂଟା ସମୟ (୪୪%) ବିତାଇଥାନ୍ତି ଏବଂ ଡିଜିଟାଲ ଲାଜାର୍ଡସ୍ : ଯିଏ ସାପ୍ତାହିକ ୧୦ ଘଂଟାରୁ କମ୍ ସମୟ (୧୭%) ବିତାଇଥାନ୍ତି । ଉପରୋକ୍ତ ୩ଟି ବର୍ଗ ବ୍ୟତୀତ ଡିଜିଟାଲ ନେଟିଭ୍‌ମାନେ ଓଟିଟି ପ୍ଲାଟ୍‌ଫର୍ମଗୁଡିକରେ ଅଧିକ ସମୟ ବିତାଉଥିବା ବେଳେ ନିଜର ବର୍ତମାନର ସ୍ମାର୍ଟଫୋନ୍‌କୁ କିଣିବା ସମୟରେ ଅଡିଓ କ୍ୱାଲିଟିକୁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କାରକ ଭାବେ ଦର୍ଶାଇଛନ୍ତି । ଭାରତୀୟମାନେ ନିଜର ପରବର୍ତୀ ସ୍ମାର୍ଟଫୋନ୍ କ୍ରୟ ସମୟରେ ୧୦୦ରୁ ୬୬ ସ୍କୋର ସହିତ ଅଡିଓ କ୍ୱାଲିଟିକୁ ଅନ୍ୟତମ ପ୍ରମୁଖ କାରକ ଭାବେ ବିବେଚନା କରୁଥିବା ବେଳେ ଏହା ପଛକୁ ୬୧ ସ୍କୋରରେ ବ୍ୟାଟେରୀ ଲାଇଫ୍ ଓ ୬୦ ସ୍କୋର୍‌ରେ କ୍ୟାମେରା ରହିଛି ।


Share It

Comments are closed.