୧୮ତମ ପ୍ରବାସୀ ଭାରତୀୟ ଦିବସ ସମ୍ମିଳନୀରେ ପ୍ରେରଣାଦାୟୀ ପ୍ୟାନେଲ୍ ଆଲୋଚନାରେ ଇରେଡା ସିଏମ୍ଡିଙ୍କ ସଂଯୋଜନା
ଭୁବନେଶ୍ୱର: ୧୮ତମ ପ୍ରବାସୀ ଭାରତୀୟ ଦିବସ ସମ୍ମିଳନୀରେ ଭାରତୀୟ ଅକ୍ଷୟ ଶକ୍ତି ବିକାଶ ଏଜେନ୍ସି (ଇରେଡା)ର ସିଏମଡି ଶ୍ରୀ ପ୍ରଦୀପ କୁମାର ଦାସ “ସବୁଜ ସଂଯୋଗ: ନିରନ୍ତର ବିକାଶରେ ଭାରତୀୟ ପ୍ରବାସୀଙ୍କ ଅବଦାନ’ ଶୀର୍ଷକ ଆଲୋଚନାଚକ୍ରରେ ସଂଯୋଜକ ଭାବରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ମାନ୍ୟବର ରେଳ, ସୂଚନା ଓ ପ୍ରସାରଣ ଏବଂ ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତି ମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଅଧିବେଶନରେ ବିଶ୍ୱସ୍ତରୀୟ ସ୍ଥାୟୀ ପଦକ୍ଷେପକୁ ଆଗେଇ ନେବା ଏବଂ ସବୁଜ ଅଭିବୃଦ୍ଧିକୁ ପ୍ରୋତ୍ସାହିତ କରିବାରେ ପ୍ରବାସୀ ଭାରତୀୟଙ୍କ ଗୁରୁତ୍ୱପୂର୍ଣ୍ଣ ପ୍ରଭାବ ଉପରେ ଆଲୋକପାତ କରାଯାଇଥିଲା।
ଶ୍ରୀ ବୈଷ୍ଣବ ତାଙ୍କ ପ୍ରାରମ୍ଭିକ ଅଭିଭାଷଣରେ ଅକ୍ଷୟ ଶକ୍ତି କ୍ଷେତ୍ରରେ ଭାରତର ଉଲ୍ଲେଖନୀୟ ଅଗ୍ରଗତି ଉପରେ ଆଲୋକପାତ କରି ତିନୋଟି ପ୍ରମୁଖ ପ୍ରାଥମିକତା ଉପରେ ଗୁରୁତ୍ୱାରୋପ କରିଥିଲେ। ୨୦୩୦ ସୁଦ୍ଧା ଦେଶର ମୋଟ ଉତ୍ପାଦନ କ୍ଷମତାର ପ୍ରାୟ ୫୦%କୁ ଅକ୍ଷୟ ଶକ୍ତି କ୍ଷମତାର ଅଂଶ ବୃଦ୍ଧି କରିବା, ହାଇଡ୍ରୋଜେନ ଟ୍ରେନ ଭଳି ଅତ୍ୟାଧୁନିକ ସ୍ୱଚ୍ଛ ଶକ୍ତି ଜ୍ଞାନକୌଶଳରେ ଆତ୍ମନିର୍ଭରଶୀଳତା ହାସଲ କରିବା ଏବଂ ସ୍ଥାୟୀ ଶକ୍ତି ମୂଲ୍ୟ ଶୃଙ୍ଖଳାରେ ବ୍ୟାପକ ସାମର୍ଥ୍ୟ ପ୍ରତିଷ୍ଠା କରିବା। ଏଥିରେ ସବୁଜ ହାଇଡ୍ରୋଜେନ୍ ଉତ୍ପାଦନ, ଫଟୋଭୋଲଟାଇକ୍ ସେଲ୍ ଉତ୍ପାଦନ ଏବଂ ଲିଥିୟମ ଆୟନ ବ୍ୟାଟେରି ବିକାଶ ଅନ୍ତର୍ଭୁକ୍ତ ରହିଛି।
ଏହି ପ୍ୟାନେଲରେ ମରିସସ୍, ନରୱେ, ମେକ୍ସିକୋ, ଭିଏତନାମ, ସ୍ୱିଜରଲ୍ୟାଣ୍ଡ, ନାଇଜେରିଆ, ଶ୍ରୀଲଙ୍କା ଏବଂ କାନାଡାର ବ୍ୟବସାୟ ଓ ନୀତି ନିର୍ଦ୍ଧାରଣ କ୍ଷେତ୍ରର ବିଶିଷ୍ଟ ଅତିଥି, ଓଡ଼ିଶାର ମାନ୍ୟବର ଉପମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓ ଏବଂ ମାନ୍ୟବର ସାଂସଦ ଶ୍ରୀ ସୁଜିତ କୁମାର ଅଂଶଗ୍ରହଣ କରିଥିଲେ। ପ୍ରବାସୀମାନେ କିପରି ଅଭିନବ ଜ୍ଞାନକୌଶଳ, ରଣନୈତିକ ପୁଞ୍ଜିନିବେଶ ଏବଂ ଆନ୍ତର୍ଜାତିକ ସହଯୋଗକୁ ବ୍ୟାପକ ଏବଂ ସାମଗ୍ରିକ ନିରନ୍ତର ବିକାଶ ପାଇଁ ଉପଯୋଗ କରିପାରିବେ ସେ ବିଷୟରେ ଏହି ବୈଶ୍ୱିକ ଦୂରଦର୍ଶୀମାନେ ଆଲୋକପାତ କରିଥିଲେ ।
ସବୁଜ ଶକ୍ତିକୁ ପରିବର୍ତନରେ ଭାରତର ନେତୃତ୍ୱ ଏବଂ ଏହି ପରିବର୍ତନକୁ ଚଳାଇବାରେ ଇରେଡାର ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ଗୁରୁତ୍ୱାରୋପ କରି ଇରେଡାର ସିଏମଡି ସ୍ୱର ନିର୍ଦ୍ଧାରଣ କରିଥିଲେ। ନଭେମ୍ବର ୨୦୨୪ ସୁଦ୍ଧା ୨୦୬ ଗିଗାୱାଟ ଅକ୍ଷୟ ଶକ୍ତି କ୍ଷମତା ଏବଂ ୨୦୩୦ ସୁଦ୍ଧା ଅଣ ଜୀବାଶ୍ମ ଉତ୍ସରୁ ୫୦୦ ଗିଗାୱାଟର ମହତ୍ୱାକାଂକ୍ଷୀ ଲକ୍ଷ୍ୟ ସହିତ ଭାରତ ବିଶ୍ୱ ସବୁଜ ପରିବର୍ତନରେ ଅଗ୍ରଣୀ ସ୍ଥାନରେ ରହିଛି। ଇରେଡାର ଅବଦାନ ଉପରେ ଆଲୋକପାତ କରି ସେ ଭାରତର ସର୍ବବୃହତ ସବୁଜ ଶକ୍ତି ଫାଇନାନ୍ସିଂ ଏନବିଏଫସି ଭାବରେ ଏହାର ସ୍ଥିତି ଉପରେ ଗୁରୁତ୍ୱାରୋପ କରିଥିଲେ। ଏଜେନ୍ସି ୬୯,୦୦୦ କୋଟି ଟଙ୍କା (୮.୩ ବିଲିୟନ ଡଲାର)ର ସମ୍ପତି ଭିତିଭୂମି ପରିଚାଳନା କରୁଛି ଏବଂ ଆର୍ôଥକ ବର୍ଷ ୨୦୨୪-୨୫ ର ତୃତୀୟ ତ୍ରୟମାସ ସୁଦ୍ଧା ସମୁଦାୟ ମଞ୍ଜୁରୀରେ ୨.୩୯ ଲକ୍ଷ କୋଟି ଟଙ୍କା ଏବଂ ସମୁଦାୟ ବିତରଣରେ ୧.୫୩ କୋଟି ଟଙ୍କା ହାସଲ କରିଛି। ସର୍ବୋତମ କର୍ପୋରେଟ୍ ଗଭର୍ଣ୍ଣାନ୍ସ ପଦକ୍ଷେପ ପ୍ରତି ଇରେଡାର ପ୍ରତିବଦ୍ଧତା ଉପରେ ମଧ୍ୟ ସେ ଗୁରୁତ୍ୱାରୋପ କରିଥିଲେ ଏବଂ ଏହି କ୍ଷେତ୍ରରେ ଏହାର ନେତୃତ୍ୱକୁ ଆହୁରି ସୁଦୃଢ଼ କରିଥିଲେ।
ଆଲୋଚନା ସମୟରେ ଇରେଡାର ସିଏମଡି ପ୍ରବାସୀଙ୍କ ଦ୍ୱାରା ପରିଚାଳିତ ବିକାଶ ଏବଂ ସ୍ଥାୟୀ ଉଦ୍ଭାବନରେ ପୁଞ୍ଜିନିବେଶର ଭୂମିକା, କୃଷି, ରିଅଲ ଇଷ୍ଟେଟ, ବ୍ୟାଟେରୀ ଏବଂ ସବୁଜ ଉତ୍ପାଦନ, ଇଲେକ୍ଟ୍ରିକ୍ ମୋବିଲିଟି, ଡିଜିଟାଲ, ଏମଏସଏମଇ ଇତ୍ୟାଦି କ୍ଷେତ୍ରରେ ସବୁଜ ପ୍ରଯୁକ୍ତିବିଦ୍ୟାର ଭବିଷ୍ୟତ ଏବଂ ସହଯୋଗ ପାଇଁ ବିଶ୍ୱସ୍ତରୀୟ ସୁଯୋଗ ଆଦି ପ୍ରମୁଖ ବିଷୟବସ୍ତୁ ମାଧ୍ୟମରେ ଆଲୋଚନାକୁ ନିରବଚ୍ଛିନ୍ନ ଭାବରେ ମାର୍ଗଦର୍ଶନ କରିଥିଲେ। ସ୍ଥାୟୀ ଏଜେଣ୍ଡାକୁ ଆଗକୁ ବଢ଼ାଇବା ପାଇଁ ଭାରତୀୟ ଷ୍ଟାର୍ଟଅପ୍ଗୁଡ଼ିକ ସହ ପ୍ରବାସୀଙ୍କ ସହଯୋଗ ବୃଦ୍ଧିର ଆବଶ୍ୟକତା ଏହି ଅଧିବେଶନରେ ଆଲୋକପାତ କରାଯାଇଥିଲା।
ଶେଷ ବକ୍ତବ୍ୟରେ ଶ୍ରୀ ବୈଷ୍ଣବ ବୈଷୟିକ ଜ୍ଞାନକୌଶଳ, ଉଦ୍ଭାବନ ଏବଂ ସବୁଜ ଦକ୍ଷତା ବିକାଶ ଉପରେ ଗୁରୁତ୍ୱ ଦେଇ ବୈଶ୍ୱିକ ଭାଗିଦାରୀକୁ ସୁଦୃଢ଼ କରିବା ପାଇଁ ପ୍ରବାସୀ ଭାରତୀୟଙ୍କ ଦକ୍ଷତାର ଉପଯୋଗ କରିବାକୁ ଆହ୍ୱାନ ଦେଇଥିଲେ। ପ୍ରବାସୀ ଭାରତୀୟ ଦିବସ ୨୦୨୫ ଏକ ସ୍ଥାୟୀ ଭବିଷ୍ୟତ ଗଠନରେ ପ୍ରବାସୀ ଭାରତୀୟଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ଦୋହରାଇଥିଲା ଏବଂ ଏକ ସବୁଜ ଭବିଷ୍ୟତ ପାଇଁ ଅନ୍ତର୍ଜାତୀୟ ସହଯୋଗକୁ ପ୍ରୋତ୍ସାହିତ କରିବା ପାଇଁ ଭାରତର ପ୍ରତିବଦ୍ଧତା ଉପରେ ଆଲୋକପାତ କରିଥିଲା।
Comments are closed.