ବହୁ ବର୍ଷ ପରେ ଘରକୁ ଯାଇ ମା’ଙ୍କୁ ଭେଟିପାରନ୍ତି ଯୋଗୀ


ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସୋମବାର ସନ୍ଧ୍ୟାରେ ତିନି ଦିନିଆ ଗସ୍ତରେ ଉତ୍ତରାଖଣ୍ଡ ହୁତୌ। କୁହାଯାଉଛି ଯେ, ଯୋଗୀ ସୋମବାର ସନ୍ଧ୍ୟା ୬ଟା ୩୦ ମିନିଟରେ ଲକ୍ଷ୍ନୌରୁ ଉତ୍ତରାଖଣ୍ଡ ଅଭିମୁଖେ ବାହାରିବେ। ଏହି ସମୟରେ ସେ ଯମକେଶ୍ବରର ମହାଯୋଗୀ ଗୁରୁ ଗୋରଖନାଥ ମହାବିଦ୍ୟାଳୟ ଭିଥାନି ଗସ୍ତ କରିବେ। ଏହା ସହିତ ୫ ମଇରେ ହରିଦ୍ବାରରୁ ଉତ୍ତର ପ୍ରଦେଶ ପର୍ଯ୍ୟଟକ ନିଗମର ଭାଗୀରଥୀ ପର୍ଯ୍ୟଟକ ଆବାସ ଗୃହର ଲୋକାର୍ପଣ କରିବେ। ଏହାପରେ ଯୋଗୀ ନିଜର ପୈତୃକ ଗ୍ରାମ୍ ଯମକେଶ୍ବର ପହଁଞ୍ଚିବେ। ମୁଖ୍ୟମନ୍ତ୍ରୀ ହେବାର ପରେ ପ୍ରଥମ ଥର ଗାଁକୁ ଯିବେ ଯୋଗୀ। ତାଙ୍କ ଆଗମନର ବହୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି।

ଉତ୍ତରାଖଣ୍ଡର କ୍ୟାବିନେଟ୍ ମନ୍ତ୍ରୀ ଧନ ସିଂ ରାଓ୍ବତଙ୍କ କହିବା ଅନୁସାରେ, ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଗସ୍ତକୁ ଭବ୍ୟ କରିବା ପାଇଁ ପ୍ରସ୍ତୁତି ଚାଲିଛି। ଯୋଗୀ ଆଦିତ୍ୟନାଥଙ୍କ ସହିତ ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ଉପସ୍ଥିତ ରହିବେ। ଯୋଗୀ ଏହି ୩ ଦିନ ଭିନ୍ନ ଭିନ୍ନ ସ୍ଥାନକୁ ଗସ୍ତ କରିବେ। ଯୋଗୀ ଡେରାଡୁନ୍‌ ଓ ହରିଦ୍ବାରରେ ରହିପାରନ୍ତି।

ମୂର୍ତ୍ତି ଉନ୍ମୋଚନ କରିବା ପରେ ଯୋଗୀ ନିଜର ଗାଁ ପଞ୍ଚୁର ମଧ୍ୟ ଯାଇପାରନ୍ତି। ସେଠାରେ ତାଙ୍କର ମା’ ଓ ପରିବାର ଲୋକ ରୁହନ୍ତି। ୨୦୨୦ ରେ କୋଭିଡ୍ ବେଳେ ତାଙ୍କ ବାପା ଆନନ୍ଦ ସିଂହ ରାଓ୍ବତଙ୍କ ପରଲୋକ ହୋଇଥିଲା। ବାପାଙ୍କ ମୃତ୍ୟୁ ସମୟରେ ଯୋଗୀ ତାଙ୍କ ମା’ଙ୍କୁ ଭେଟିନଥିଲେ କିମ୍ବା ଏହାପରେ ସେ ଗାଁକୁ ମଧ୍ୟ ଯାଇନଥିଲେ। କୋଟଦ୍ବାରରେ ଯେତେବେଳେ ଯୋଗୀ ୨୦୨୨ ନିର୍ବାଚନ ରାଲି କରିଥିଲେ, ସେତେବେଳେ କହିଥିଲେ ସେ ନିଜର ମା’ ଓ ପରିବାର ଲୋକଙ୍କୁ ଭେଟିବାକୁ ଖୁବ୍ ଶୀଘ୍ର ଗାଁକୁ ଯିବେ। ଉଲ୍ଲେଖନୀୟ ଯେ, ଯୋଗୀଙ୍କ ମା’ ସାବିତ୍ରୀ ଦେବୀଙ୍କୁ ୮୪ ବର୍ଷ। ତାଙ୍କ ପରିବାର ଖୁବ୍ ସାଧାରଣ ଜୀବନ ବିତାନ୍ତି। ଯୋଗୀ ଦ୍ବିତୀୟ ଥର ନିର୍ବାଚନ ଜିତିବା ପରେ ତାଙ୍କ ପରିବାର ଲୋକେ ଖୁବ୍ ଖୁସି ହୋଇଥିଲେ।


Share It

Comments are closed.