ଟୟୋଟା ୟାରିସ୍ ଷ୍ଟାଇଲ୍‌, ଟେକ୍ନୋଲୋଜି ଓ ସୁରକ୍ଷାରେ ପରିପୂର୍ଣ୍ଣ


ଭୁବନେଶ୍ୱର: ଗତ ଏକ ଦଶନ୍ଧି ମଧ୍ୟରେ ଗ୍ରାହକମାନେ ଅଟୋନିର୍ମାତାଙ୍କୁ ଟେକ୍ନୋଲୋଜି, ସୁରକ୍ଷା ଓ ବିଳାସର ସୀମାକୁ ଆଗକୁ ବଢାଇବା ପାଇଁ ପ୍ରେରିତ କରିଛନ୍ତି, ଯାହାଫଳରେ ସେମାନେ ନୂତନ ଉତ୍ପାଦ ଉଦ୍ଭାବନ କ୍ଷେତ୍ରରେ ସକ୍ଷମ ହୋଇପାରିଛନ୍ତି । ବୁଦ୍ଧିମାନ ଭାରତୀୟ ଗ୍ରାହକଙ୍କ ଆଗ୍ରହ ଓ ପ୍ରାଥମିକତା ଟୟୋଟାକୁ ଭର୍ସାଟାଇଲ୍ ସେଡାନ୍‌- ୟାରିସ୍ ଭରି ଅଧିକ ଉନ୍ନତ କାର୍ ନିର୍ମାଣ କରିବାକୁ ପ୍ରେରିତ କରିଛି । ୟାରିସ୍‌ରେ ଅତ୍ୟାଧୁନିକ ଓ ଭାବପୂର୍ଣ୍ଣ ଡିଜାଇନ୍‌, ଚମତ୍କାର ଆରାମ, ସୁପେରିୟର ଚାଳନା ଗୁଣବତା, ଶାନ୍ତ ଓ ଗତିଶୀଳ ଦକ୍ଷତା ଏବଂ ଅଗ୍ରଣୀ ସୁରକ୍ଷା ଓ ଟେକ୍ନୋଲୋଜି ସାମିଲ ରହିଛି ।
ସ୍ୱତନ୍ତ୍ର ଫିଚର ଓ ଷ୍ଟେଟ୍‌-ଅଫ୍‌-ଦି-ଆର୍ଟ ଟେକ୍ନୋଲୋଜିରେ ସୁସଜ୍ଜିତ ହୋଇଥିବା ଏବଂ ଭାରତୀୟ ଗ୍ରାହକଙ୍କ ଆବଶ୍ୟକତାକୁ ପୂରଣ କରିବା ପାଇଁ ସ୍ୱତନ୍ତ୍ର ଭାବେ ନିର୍ମିତ ଏହି ୟାରିସ୍ କାର୍ ନିଜର ଗ୍ରାହକଙ୍କୁ ବିଶ୍ୱ ସ୍ତରର ସୁରକ୍ଷା ଓ ଆରାମ ପ୍ରଦାନ କରିବା ନେଇ ଟୟୋଟାର ପ୍ରତିଶ୍ରୁତିକୁ ଅନୁସରଣ କରୁଛି । ଡୁଆଲ ଭିଭିଟି-ଆଇ ୧.୫ ବିଏସ୍‌-୬ ଇଞ୍ଜିନ୍ ଦ୍ୱାରା ପରିଚାଳିତ ୟାରିସ୍ କାର୍ ରାସ୍ତାରେ ଏକ ଚମତ୍କାର ଅନୁଭୂତି ସୃଷ୍ଟି କରିବା ସହ ଏବଂ ଏକ ଶକ୍ତିକୁ ଆକଳନ କରଥାଏ । ଏହାର ଇନ୍ଧନ ଦକ୍ଷତାକୁ କ୍ରମାଗତ ଭାବେ ପରିବର୍ତନଶୀଳ ଟ୍ରାନ୍ସମିଶନ ମାଧ୍ୟମରେ ବୃଦ୍ଧି କରାଯାଇଛି । ଏହାର ବାଧାହୀନ ସିଫ୍ଟ, ୟାରିସ୍‌କୁ ସହଜ ଚାଳନା ସୁବିଧା ଏବଂ ଗ୍ରାହକଙ୍କୁ ଶକ୍ତି ପାଇଁ ସମ୍ପୂର୍ଣ୍ଣ ପହଂଚ ପ୍ରଦାନ କରିବାରେ ସହଯୋଗ କରିଥାଏ ।
ଏକ ସି-ସେଗ୍‌ମେଂଟ୍ ଯାନ ତୁଳନାରେ ଏହି ଯାନର ଶବ୍ଦକୁ ଏକ ସ୍ତରକୁ ହ୍ରାସ କରାଯାଇଛି । ୟାରିସ୍‌ର ଅଡିଓ ଓ ଇନ୍‌ଫୋଟେନ୍‌ମେଂଟ୍ ସିଷ୍ଟମରେ ୭.୦ ଏଲ୍‌ଇଡି ଟଚ୍ ସ୍କ୍ରିନ୍ ଅଡିଓ ସହିତ ୟୁଏସ୍‌ବି, ଅକ୍ସ-ଇନ୍‌, ବ୍ଲୁଟୁଥ୍‌, ରିମୋଟ୍ କଂଟ୍ରୋଲ, ଏସ୍‌ଡି କାର୍ଡ, ମିରର୍ ଲିଙ୍କ୍ ( କିଛି ସୀମିତ ସ୍ମାର୍ଟଫୋନ୍‌ରେ), ମିରାକାଷ୍ଟ ଟିଏମ୍‌, ଏଚ୍‌ଡିଏମ୍‌ଆଇ ଓ ୱାଇଫାଇ ଆଦି ଏକାଧିକ ବିକଳ୍ପ ପ୍ରଦାନ କରୁଥିବା ଗେସ୍‌ଚର କଂଟ୍ରୋଲ ଫିଚର ରହିଛି ।ୟାରିସ୍ ସହିତ ଟୟୋଟା ଏହି ବର୍ଗରେ ପ୍ରଥମ କାର୍ ଭାବେ ୟାରିସ୍‌ର ସମସ୍ତ ଭାରିଆଂଟ୍‌ରେ ୭ଟି ଏସ୍‌ଆର୍‌ଏସ୍ ଏୟାରବ୍ୟାଗ୍ – (ଡ୍ରାଇଭର+ପାସେଞ୍ଜର, ସାଇଡ୍‌, କର୍ଟନ ସିଲ୍ଡ, ନି ଏୟାରବ୍ୟାଗ୍‌) ପ୍ରଦାନ କରି ସୁରକ୍ଷା ପ୍ରତି ନିଜ ପ୍ରତିଶ୍ରୁତିକୁ ଆହୁରି ସୁଦୃଢ କରିଛି । ଅନ୍ୟାନ୍ୟ ସର୍ବୋତମ ସୁରକ୍ଷା ଫିଚର ଯେପରିକି ଇଲେକ୍‌ଟ୍ରୋନିକ୍ ବ୍ରେକ୍ ଡିଷ୍ଟ୍ରିବ୍ୟୁସନ (ଇବିଡି) ସହିତ ଆଂଟି-ଲକ୍ ବ୍ରେକିଙ୍ଗ୍ ସିଷ୍ଟମ (ଏବିଏସ୍‌), ଭେଇକିଲ ଷ୍ଟାବିଲିଟି କଂଟ୍ରୋଲ, ହିଲ୍ ଷ୍ଟାର୍ଟ ଆସିଷ୍ଟ କଂଟ୍ରୋଲ, ଫ୍ରଂଟ୍ ଓ ରିୟର ପାର୍କିଂ ସେନ୍ସର, ସମସ୍ତ ୪ଟି ଚକାରେ ଡିସ୍କ ବ୍ରେକ, ଟାୟାର ପ୍ରେସର୍ ମନିଟରିଙ୍ଗ୍ ସିଷ୍ଟମ ଓ ଆଇସୋଫିକ୍ସ ଚାଇଲ୍ଡ ସିଟ୍‌ସ ଆଦିରେ ସୁସଜ୍ଜିତ ଥିବା ଏହି କାର୍ ଭାରତୀୟ କାର୍ ଶିଳ୍ପରେ ଆହୁରି ଅଧିକ ନୂତନ ସୁରକ୍ଷା ମାନଦଣ୍ଡ ସ୍ଥିର କରିଛି । ଏହି ୟାରିସ୍ କାର୍ ଡୁଆଲ୍ ଟୋନ୍ ଏକ୍ସଟେରିୟର ସହିତ ଆକର୍ଷଣୀୟ ଲୁକ୍ ମଧ୍ୟ ପ୍ରଦର୍ଶିତ କରୁଛି, ଯାହାକି ଯୁଆଡେ ବି ଯାଏ ଆକର୍ଷଣ କେନ୍ଦ୍ରବିନ୍ଦୁ ହେବାକୁ ବାଧ୍ୟ ହୋଇଥାଏ । ଗ୍ରାହକମାନେ ଟୟୋଟା ୟାରିସ୍ ଉପରେ ୩ ବର୍ଷ ପରେ ୫୫%ର ବାୟବ୍ୟାକ୍ ଅଫର୍ ମଧ୍ୟ ପାଇପାରିବେ । ଏହି ଅଫର୍ ସୀମିତ ଅବଧି ପାଇଁ ବୈଧ ରହିଛି ।
ଏସମ୍ପର୍କରେ ଟୟୋଟା କିର୍ଲୋସ୍କର ମୋଟର୍‌ର ବରିଷ୍ଠ ଉପାଧ୍ୟକ୍ଷ, ନବିନ ସୋନି କହିଛନ୍ତି, “ୟାରିସ୍ ଟୟୋଟାର ଗୁଣବତା ସ୍ଥାୟିତ୍ୱ ଓ ନିର୍ଭରଯୋଗ୍ୟତା (କ୍ୟୁଡିଆର୍‌) ଦର୍ଶନ ଉପରେ ନିର୍ମିତ ହୋଇଛି ଯାହାକି ବହୁମୂଖୀ ସର୍ବାଧିକ ସୁରକ୍ଷା, ଷ୍ଟାଇଲ୍ ଓ ଆରାମ ପ୍ରଦାନ ସୁନିଶ୍ଚିତ କରିଥାଏ । ଆକର୍ଷଣୀୟ ଡିଜାଇନ୍ ଓ ଉତ୍କୃଷ୍ଟମାନର ଫିଚରଗୁଡିକ ସହିତ ଆମେ ବିଶ୍ୱାସ କରୁଛୁ ଯେ, ନିଜ ପରିବାରର ଭ୍ରମଣ ଆବଶ୍ୟକତା ପାଇଁ ଭାରତୀୟ କାର୍ ଗ୍ରାହକଙ୍କ ଏକ ପ୍ରିମିୟମ ଓ ଉଚ୍ଚ ପ୍ରଦର୍ଶନ କ୍ଷମତା ବିଶିଷ୍ଟ ଯାନର ଅଭିଳାଷକୁ ୟାରିସ୍ ନିଶ୍ଚିତ ଭାବେ ପୂରଣ କରିବ । ଏଥିସହିତ ଆମର ବିଶ୍ୱସ୍ତରୀୟ ସେବା ସମର୍ଥନ ଓ ଲାଭ ବାସ୍ତବରେ ୟାରିସ୍‌କୁ ଏକ ସ୍ମାର୍ଟ ପସନ୍ଦରେ ପରିଣତ କରୁଛି ।


Share It

Comments are closed.