ପୁରୀରେ କଡା ଟକ୍କର ପରେ ମଧ୍ୟ ହାରିଲେ ସମ୍ବିତ


ପୁରୀ ଲୋକସଭା ଆସନରୁ ବିଜେପି ପ୍ରାର୍ଥୀ ସମ୍ବିତ ପାତ୍ରଙ୍କୁ ପରାଜୟର ସମ୍ମୁଖୀନ ହେବାକୁ ପଡିଛି । ସାରା ଦେଶରେ ମୋଦି ଲହର ଚାଲିଥିବାବେଳେ ଓଡିଶାରେ କିନ୍ତୁ ମୋଦି ଲହର ପ୍ରଭାବଶୂନ୍ୟ ହୋଇପଡିଛି । ସମ୍ବିତ ପାତ୍ରଙ୍କ ବିପକ୍ଷରେ ବିଜେଡି ପ୍ରାର୍ଥୀ ପିନାକୀ ମିଶ୍ର ପ୍ରତିଦ୍ୱନ୍ଦିତା କରୁଥିବାବେଳେ ସେ ପିନାକୀଙ୍କ ଠାରୁ ୧୧,୭୧୪ ଖଣ୍ଡ ଭୋଟରେ ପରାସ୍ତ ହୋଇଛନ୍ତି ।
ଚଳିତ ନିର୍ବାଚନରେ ପିନାକୀ ମିଶ୍ରଙ୍କୁ ୫,୩୮,୩୨୧ ଖଣ୍ଡ ଭୋଟ ମିଳିଥିବାବେଳେ ସମ୍ବିତ ପାତ୍ରଙ୍କୁ ୫,୨୬,୬୦୭ ଖଣ୍ଡ ଭୋଟ ମିଳିଥିଲା । ଗତ ନିର୍ବାଚନରେ ପିନାକୀ, ଏହି ଆସନରୁ ବିଜୟୀ ହୋଇ ଆସୁଥିବାବେଳେ ଚଳିତ ନିର୍ବାଚନରେ ମଧ୍ୟ ସେ ପୁଣି ଥରେ ଏହି ଆସନରୁ ବିଜୟ ଲାଭ କରିଛନ୍ତି ।


Share It

Comments are closed.