ଦୀର୍ଘ ବର୍ଷ ପରେ କଟକରେ ପୁଣି ଫେରିଲା କଂଗ୍ରେସ


ସାରା ଦେଶ ଏବଂ ରାଜ୍ୟରେ କଂଗ୍ରେସ ନୈରାଶ୍ୟଜନକ ପ୍ରଦର୍ଶନ କରିଥିବାବେଳେ ଉପକୂଳବର୍ତ୍ତୀ ନିର୍ବାଚନ ମଣ୍ଡଳୀ, କଟକ-ବାରବାଟୀରେ କଂଗ୍ରେସ ନିଜର ଦମ ଦେଖାଇଛି । ଏହି ନିର୍ବାଚନ ମଣ୍ଡଳୀରେ କଂଗ୍ରେସ ଏବଂ ବିଜେଡି ମଧ୍ୟରେ କଡା ଟକ୍କର ହୋଇଥିବାବେଳେ ଶେଷରେ ବାଜି ମାରିଛି କଂଗ୍ରେସ ।
କଟକ-ବାରବାଟୀକୁ ବିଜେଡିର ଗଡ କୁହାଯାଉଥିବାବେଳେ ଦୀର୍ଘ ୩୯ ବର୍ଷ ପରେ ଏହି ଆସନ ପୁଣି କଂଗ୍ରେସ ହାତକୁ ଚାଲିଯାଇଛି । ଏହି ଆସନରୁ ବିଜେଡିର ହେଭିୱେଟ ନେତା ଦେବାଶିଷ ସାମନ୍ତରାୟଙ୍କୁ କଡା ଟକ୍କର ଦେଇଥିଲେ କଂଗ୍ରେସ ପ୍ରାର୍ଥୀ ମୋହମ୍ମଦ ମୁକିମ । ରାଜ୍ୟ ରାଜନୀତିରେ ଦେବାଶିଷଙ୍କ ବେଶ ପ୍ରଭାବ ରହିଥିବାବେଳେ ଚଳିତ ନିର୍ବାଚନରେ ସେ କଂଗ୍ରେସ ପ୍ରାର୍ଥୀ ମୋକିମଙ୍କ ଠାରୁ ପରାଜୟ ବରଣ କରିଛନ୍ତି ।
ସର୍ବପ୍ରଥମେ କଂଗ୍ରେସ ୫୦,୨୪୪ ଖଣ୍ଡ ଭୋଟ ପାଇଁ ଆଗୁଆ ରହିଥିବାବେଳେ ଏହା ପଛରେ ବିଜେଡି ୪୬,୪୧୭ ଖଣ୍ଡ ଭୋଟ ପାଇ ଦ୍ୱିତୀୟ ସ୍ଥାନରେ ରହିଥିଲା । ଯାହାଫଳରେ ଦେବାଶିଷ, ମୋକିମଙ୍କ ଠାରୁ ମାତ୍ର ୩,୮୨୭ ଖଣ୍ଡ ଭୋଟରେ ପରାସ୍ତ ବରଣ କରିଛନ୍ତି ।


Share It

Comments are closed.