କ୍ଲାସ ପକ୍ଷରୁ ଓଡିଶାରେ ଏହାର ନୂତନ ଉତ୍ପାଦ ସହ ମର୍କାଣ୍ଟ ୬୫୦ ଷ୍ଟ୍ର ବେଲର ଶୁଭାରମ୍ଭ


ଭୁବନେଶ୍ୱର : କ୍ଲାସ ଏଗ୍ରିକଲଚରାଲ ମେସିନାରୀ ଲିମିଟେଡ, ଏକ ଅଗ୍ରଣୀ କୃଷି ମେସିନାରୀ ଓ ବହୁମୁଖୀ ଶଷ୍ୟ ଅମଳରେ ଅଗ୍ରଣୀ ସ୍ଥାନ ଲାଭ କରିଥିବା କମ୍ପାନୀ ଆଜି ମର୍କାଣ୍ଟ ୬୫୦ ଷ୍ଟ୍ର ବେଲରକୁ, କୃଷି ଓଡିଶା, ଭୁବନେଶ୍ୱର ଠାରେ ଶୁଭାରମ୍ଭ କରିଛି । ଏହି କାର୍ଯ୍ୟକ୍ରମକୁ ଫିକିର ସହଯୋଗରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗ, ଓଡିଶା ସରକାରଙ୍କ ଦ୍ୱାରା ଜାନୁଆରୀ ୨୦ରୁ ୨୪, ୨୦୨୦ ପର୍ଯ୍ୟନ୍ତ ଆୟୋଜନ କରାଯାଇଛି । ମର୍କାଣ୍ଟ ୬୫୦ ଷ୍ଟ୍ର ବେଲର, ଏକ ଓସାରିଆ ପିକ୍ ଅପ୍ ୱିଡ୍‌ଥ ଓ ନୂଆ ବେଲ୍ ଚାମ୍ବର ହେତୁ ଗୋଟିଏ ଗାଣ୍ଠିଲିରେ ଅଧିକ କିଲୋ ନଡାକୁ ଏକତ୍ରିତ କରିପାରିଥାଏ ଓ ସାମଗ୍ରୀକ ପରିବହନ ଖର୍ଚ୍ଚ କମ୍ କରିଥାଏ । ଏହାର ଦୃଢ ଓ ନିୟନ୍ତ୍ରିତ ପିକ୍ ଅପ୍ ଜରିଆରେ, ମର୍କାଣ୍ଟ ୬୫୦ ଯେକୌଣସି ଅବସ୍ଥାରେ କାର୍ଯ୍ୟ କରିପାରେ ଓ ଏହା ସହିତ ଏହାର ଏକ ଦୀର୍ଘ ସେବା ପ୍ରଦାନକାରୀ କ୍ଷମତା ମଧ୍ୟ ରହିଛି । ଏହି ମେସିନର ଆଉ ଏକ ପ୍ରମୁଖ ବୈଶିଷ୍ଟ୍ୟ ହେଉଛି ବୁଲିବା ପାଇଁ କମ୍ ସ୍ଥାନର ଆବଶ୍ୟକତା ।
କ୍ଲାସ ଅପରେଟର୍ସ କ୍ଲବରେ ଥିବା ମେସିନ ଅପରେଟରମାନଙ୍କୁ ସ୍ୱାଗତ କରି ଏହାର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ମୃତ୍ୟୁଞ୍ଜୟ ସିଂହ କହିଛନ୍ତି ଯେ, “ମର୍କାଣ୍ଟ ୬୫୦ ଷ୍ଟ୍ର ବେଲର ଶୁଭାରମ୍ଭ ଦ୍ୱାରା ଆମେ ଭାରତୀୟ କୃଷି ପ୍ରତି ରହିଥିବା ଆମର ପ୍ରତିଶ୍ରୁତିବଦ୍ଧତାକୁ ପ୍ରମାଣିତ କରିଛୁ । ଅନେକ ଗୁଡିଏ କାର୍ଯ୍ୟ ପାଇଁ ନଡାର ବୃଦ୍ଧିପ୍ରାପ୍ତ ଚାହିଦାକୁ ଦୃଷ୍ଟିରେ ରଖି ଓ ବାଣିଜ୍ୟିକ ମୂଲ୍ୟକୁ ଧ୍ୟାନ ଦେଇ, ମର୍କାଣ୍ଟ ୬୫୦ ହେଉଛି କୃଷିମାନଙ୍କ ପାଇଁ ଏକ ଉପଯୋଗୀ ମେସିନ । ” ସେହିପରି ଏହାର ଆନ୍ତର୍ଜାତିକ ବାଣିଜ୍ୟ ମୁଖ୍ୟ ଶ୍ରୀ ପ୍ରେମ କୁମାର କହିଛନ୍ତି ଯେ, “କ୍ରପ ଟାଇଗର ୪୦ ଟେରା ଟ୍ରାକରେ ରହିଛି ଅନେକ ଗୁଡିଏ ଆଧୁନିକ ବୈଶିଷ୍ଟ୍ୟ ଯାହାକି କୃଷକ ମାନଙ୍କୁ ଏକ ସର୍ବୋତ୍ତମ ଅମଳ ବୈଷୟିକତା ପ୍ରଦାନ କରିଥାଏ, ଯାହାକୁ ସମ୍ପୂର୍ଣ୍ଣ ଭାବରେ ଭାରତରେ ଡିଜାଇନ ଓ ନିର୍ମାଣ କରାଯାଇଛି । ”ଏହି କାର୍ଯ୍ୟକ୍ରମ ସମୟରେ, ଏହାର ବୈଷୟିକ କ୍ଷମତାକୁ ପ୍ରଦର୍ଶିତ କରିବାକୁ ଯାଇ ତଥା କ୍ଲାସ ମେସିନାରୀକୁ ଭଡାରେ ନେବା ନିମନ୍ତେ କ୍ଲାସ ପ୍ରଥମ ଥର ପାଇଁ କ୍ଲାସ ଇଣ୍ଡିଆ ରେଣ୍ଟାଲ ମୋବାଇଲ ଆପ୍‌ର ଉପସ୍ଥାପନା କରିଥିଲା । ଏହା ଉଭୟ ଆଣ୍ଡ୍ରଏଡ ଓ ଆଇଓଏସ ପ୍ଲାଟଫର୍ମରେ ଉପଲବ୍ଧ ରହିଛି ।


Share It

Comments are closed.