ସୋନିର ନୂଆ ବ୍ରାଭିଆ ୭ ମିନି ଏଲ୍‌ଇଡି ସିରିଜ୍ ସହ ଘରେ ସିନେମା ଦେଖିବାର ମଜା


ଭୁବନେଶ୍ୱର: ସୋନି ଇଣ୍ଡିଆ ପକ୍ଷରୁ ଉନ୍ନତ ସୁବିଧା ସୁଯୋଗ ଓ ଅତ୍ୟାଧୁନିକ ପ୍ରଯୁକ୍ତି ସହ ନୂଆ ବ୍ରାଭିଆ ୭ ମିନି ଏଲ୍‌ଇଡି ସିରିଜ୍‌କୁ ଉନ୍ମୋଚନ କରାଯାଇଛି ଯାହା ଅତୁଳନୀୟ ଭିଡିଓ ଓ ଅଡିଓ ଅନୁଭୂତି ପ୍ରଦାନ କରିବ । ସିନେମାରେ ଏହା ବାସ୍ତବତାର ଭାବ ପ୍ରଦାନ କରିବ ଯେଉଁଥିରେ ଉନ୍ନତ ଛବି ଓ ସାଉଣ୍ଡ ମାନ ଯୋଗୁଁ ଗ୍ରାହକମାନେ ଘରେ ବଡ଼ ସ୍କ୍ରିନ୍‌ରେ ସିନେମା ଦେଖିବା ଭଳି ମଜା ପାଇପାରିବେ । ବ୍ରାଭିଆ ୭ ସିରିଜ୍ ମିନି ଏଲ୍‌ଇଡି ଟିଭିରେ କଗ୍ନିଟିଭ୍ ପ୍ରୋସେସର ଏକ୍ସଆର୍‌, ମିନି ଏଲ୍‌ଇଡି, ଏକ୍ସଆର୍ ଟ୍ରିଲୁମିନସ ପ୍ରୋ ପ୍ରଯୁକ୍ତିର ସୁବିଧା ରହିଛି । ଏଥିରେ ଗୁଗୁଲ୍ ଟିଭି ସମନ୍ୱୟ ଓ ସୋନି ପିକ୍‌ଚର କୋର୍ ମଧ୍ୟ ରହିଛି ଯାହା ଗ୍ରାହକମାନଙ୍କୁ ପ୍ରିମିୟମ୍ ମନୋରଞ୍ଜନ ପ୍ରଦାନ କରିବ ।
ଘରେ ସିନେମା ଦେଖିବାର ଅନୁଭୂତିକୁ ବଦଳାଇବା ପାଇଁ ସୋନି ଏହାର ବ୍ରାଭିଆ ବ୍ରାଣ୍ଡର ନବୀକରଣ କରିଛି । ଡିଜିଟାଲ ସିନେମା କ୍ୟାମେରା, ପ୍ରଫେସନାଲ୍ ମନିଟର ଓ ହେଡ୍‌ଫୋନ୍ ଭଳି ନିଜର ବ୍ୟାପକ ଉତ୍ପାଦ ବର୍ଗମାଳାକୁ ବ୍ୟବହାର କରି ସୋନି ସିନେମା ଶିଳ୍ପକୁ ଗଭୀର ଭାବେ ବୁଝିଛି । ବ୍ରାଭିଆ ୭ ସିରିଜ୍‌ରେ ଷ୍ଟୁଡିଓ କାଲିବ୍ରେଟେଡ୍ ମୋଡ୍ ରହିଛି ।
ନେଟ୍‌ଫ୍ଲିକ୍ସ କାଲିବ୍ରେଟେଡ୍ ମୋଡ୍ ଓ ସୋନି ପିକ୍‌ଚର୍ କୋର୍ କାଲିବ୍ରେଟେଡ୍ ମୋଡ୍‌କୁ ନେଇ ସୋନି ପ୍ରାଇମ୍ ଭିଡିଓ କାଲିବ୍ରେଟେଡ୍ ମୋଡ୍‌ର ଶୁଭାରମ୍ଭ କରିଛି । ଏହି ନୂଆ ମୋଡ୍ ଜରିଆରେ ସିନେମା, ସିରିଜ୍ ଓ କ୍ରୀଡ଼ା କାର୍ଯ୍ୟକ୍ରମର ସିଧାପ୍ରସାରଣ ଦେଖିବା ବେଳେ ସ୍ୱୟଂକ୍ରିୟ କାଲିବ୍ରେଟେଡ୍ ହେବ । ବ୍ରାଭିଆ ୭ ସିରିଜ୍‌ରେ ଉଭୟ ଡଲ୍‌ବି ଭିଜନ ଓ ଡଲ୍‌ବି ଆଟମସ ସମର୍ଥନ ଏବଂ ଉନ୍ନତ ଆଇମ୍ୟାକ୍ସ ରହିଛି ।
ସୋନି ବ୍ରାଭିଆ ୭ ସିରିଜ୍ ୫୫ ଇଂଚ, ୬୫ ଇଂଚ ଓ ୭୫ ଇଂଚ ସ୍କ୍ରିନ୍‌ରେ ଉପଲବ୍ଧ ହୋଇଛି ଯେଉଁଥିରେ ବୈପ୍ଳବିକ ପରବର୍ତୀ ପିଢ଼ିର କଗ୍ନିଟିଭ୍ ପ୍ରୋସେସର ଏକ୍ସଆର୍ ରହିଛି ଯାହାକୁ ମାନବ ଦେଖିବା ଓ ଶୁଣିବା ପାଇଁ ପ୍ରସ୍ତୁତ କରାଯାଇଛି । ସ୍କ୍ରିନ୍‌ରେ ପ୍ରତିଟି ଜିନିଷକୁ ଅତି ସ୍ପଷ୍ଟ ଭାବେ ପ୍ରଦର୍ଶନ କରିବାକୁ ଏହି ପ୍ରୋସେସର ଭଲ ଭାବେ ବୁଝିପାରୁଛି । ଏଥିରେ ଏକ୍ସଆର୍ ବ୍ୟାକ୍‌ଲାଇଟ୍ ମାଷ୍ଟର ଡ୍ରାଇଭ୍‌, ସୋନି ପିକ୍‌ଚର୍ସ କୋର୍ ସୁବିଧା ରହିଛି । ବ୍ରାଭିଆ ୭ ସିରିଜ୍‌ରେ ମୁଭିଜ୍ କ୍ରେଡିଟ୍ ରହିଛି ଯାହାକୁ ବ୍ୟବହାର କରି ୧୫ଟି ସିନେମା ରିଡିମ୍ କରିହେବ । ଟିଭିରେ ଥିବା ଆକୋଷ୍ଟିକ୍ ମଲ୍‌ଟି ଅଡିଓ ଦ୍ୱାରା ଆପଣମାନେ ଯାହା ଦେଖିବେ ତାହା ହିଁ ଶୁଣିପାରିବେ ।
ଗେମିଂ ଓ ପ୍ଲେଷ୍ଟେସନ ୫ ଲାଗି ମଧ୍ୟ ଏହି ଟିଭି ସିରିଜ୍ ବେଶ୍ ଉପଯୁକ୍ତ । ୪କେ/୧୨୦ ଏଫ୍‌ପିଏସ୍‌, ଭାରିଏବଲ୍ ରିଫ୍ରେସ୍ ରେଡ୍ ଓ ଅଟୋ ଲୋ ଲାଟେନ୍ସି ମୋଡ୍ ଆଦି ସୁବିଧା ଗେମ୍ ଖେଳିବାକୁ ସହଜ କରିବ ।
ବ୍ରାଭିଆ ୭ ସିରିଜ୍‌ରେ ଗୁଗୁଲ୍ ଟିଭିର ଶକ୍ତି ରହିଛି ଯେଉଁଥିରେ ଗ୍ରାହକମାନେ ୪,୦୦,୦୦୦ ସିନେମା ଓ ଟିଭି ଅଧ୍ୟାୟ, ୧୦,୦୦୦ରୁ ଅଧିକ ଆପ୍ ଓ ଗେମ୍ ପାଇପାରିବେ । ଅଲଗା ଭାବେ ବ୍ରାଭିଆ କ୍ୟାମ୍ ମଧ୍ୟ ବିକ୍ରି ହେଉଛି ଯାହା ଟିଭି ଦେଖିବା ଅନୁଭୂତିକୁ ବଢ଼ାଇବ ।
ସୋନି ସେଂଟର, ପ୍ରମୁଖ ଇଲେକ୍ଟ୍ରୋନିକ୍ସ ଷ୍ଟୋର୍ ଓ ଇ-କମର୍ସ ପୋର୍ଟାଲ୍‌ରୁ ଏହି ଟିଭି କିଣିହେବ । ,ଏହାର କେ୫୫ଏକ୍ସଆର୍‌୭୦ର ଦାମ୍ ୧,୮୨,୯୯୦ ଟଙ୍କା ଥିବା ବେଳେ କେ-୬୫ଏକ୍ସଆର୍‌୭୦ର ଦାମ୍ ୨,୨୯,୯୯୦ ଟଙ୍କା ରହିଛି । ଏହି ଦୁଇ ମଡେଲ୍ ୨୦୨୪ ଜୁଲାଇ ୧ରୁ ଉପଲବ୍ଧ ହେବ । କେ-୭୫ଏକ୍ସଆର୍‌୭୦ ମଡେଲ୍‌ର ଦାମ୍ ଓ ଉପଲବ୍ଧତା ଆଗାମୀ ଦିନରେ ଘୋଷଣା ହେବ ।


Share It

Comments are closed.