ସିଆଇଆଇ ଖଣି ଓ ନିର୍ମାଣ ଉପକରଣ ସମ୍ମିଳନୀରେ ଦୀର୍ଘସ୍ଥାୟୀ ଖଣି ଅଭ୍ୟାସ ଉପରେ ଆଲୋଚନା


ଭୁବନେଶ୍ୱର: ଭାରତୀୟ ଶିଳ୍ପ ମହାସଂଘ (ସିଆଇଆଇ) ପକ୍ଷରୁ ଆସନ୍ତା ଅକ୍ଟୋବର ୧୯ ତାରିଖରେ ଭୁବନେଶ୍ୱରରେ ନ୍ୟାଶନାଲ ମାଇନିଙ୍ଗ ଆ କନ୍‌ଷ୍ଟ୍ରକ୍‌ଶନ ଇକ୍ୱିପ୍‌ମେଂଟ୍ ସମିଟ୍ (ଜାତୀୟ ଖଣି ଓ ନିର୍ମାଣ ଉପକରଣ ସମ୍ମିଳନୀ)ର ଆୟୋଜନ କରାଯିବ । ଏହି କାର୍ଯ୍ୟକ୍ରମ ମ୍ୟାଟେରିଆଲ ହ୍ୟାଲେିଙ୍ଗ୍‌, ବିଲ୍ଡିଙ୍ଗ୍ ଇଞ୍ଜିନିୟରିଂ, କ୍ରଶିଙ୍ଗ୍ ଓ ସ୍କ୍ରିନିଙ୍ଗ୍ ସମେତ ଭାରି ଉପକରଣଗୁଡିକର ନିର୍ମାତାମାନଙ୍କୁ ଏବଂ ପିଏସ୍‌ୟୁ, ପିଏସ୍‌ଇ ସମେତ ମାଇନିଙ୍ଗ କମ୍ପାନୀ, ପ୍ରାଇଭେଟ୍ ମାଇନ୍ ଅପରେଟର୍‌, ସ୍ପେୟାର ଓ କମ୍ପୋନେଂଟ୍ ମାନୁଫ୍ୟାକ୍‌ଚରର, ରିଟେଲର୍ ଓ ଡିଷ୍ଟ୍ରିବ୍ୟୁଟର୍‌, ପ୍ରତିରକ୍ଷା ଓ ସରକାରୀ ବିଭାଗ,ଡାଉନ୍‌ଷ୍ଟ୍ରିମ୍ ସେକ୍ଟର ଏବଂ ଷ୍ଟିଲ, ସିମେଂଟ୍ ଆଦି ସହଯୋଗୀ ଶିଳ୍ପଗୁଡିକୁ ଏକତ୍ରିତ କରିବ ।
ଆଜି ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଓଡିଶା ସରକାରଙ୍କ ଶିଳ୍ପ ବିଭାଗର ମୁଖ୍ୟ ସଚିବ, ଆଇଏଏସ୍ ହେମନ୍ତ ଶର୍ମା ଖଣି କ୍ଷେତ୍ରରେ ଗୁରୁତ୍ୱର୍ପୂ ବୈଷୟିକ ପ୍ରଗତି ଏବଂ ପ୍ରକଳ୍ପ ନିର୍ମାଣ ଦୃଷ୍ଟିରୁ ୨ୟ ସର୍ବବୃହତ୍ ରାଜ୍ୟ ଭାବେ ଓଡିଶାର ସ୍ଥିତିକୁ ହାଇଲାଇଟ୍ କରିଥିଲେ ।
ଶ୍ରୀଯୁକ୍ତ ଶର୍ମା ସମ୍ମିଳନୀର ଉଶ୍ୟେ ସମ୍ପର୍କରେ କହିଥିଲେ ଯେଉଁଥିରେ ପରିବେଶ ଅନୁକୂଳ ଖଣିକୁ ପ୍ରେ।।ହିତ କରିବା, ନୂଆ ନୀତି ଓ ସରକାରୀ ହସ୍ତକ୍ଷେପର ଆବଶ୍ୟକତାକୁ ଅନ୍ୱେଷଣ କରିବା ଏବଂ ଖଣି କ୍ଷେତ୍ରରେ ଦକ୍ଷତା ବିକାଶ ତାଲିମ୍ ପାଇଁ ଆବଶ୍ୟକତା ସମ୍ପର୍କରେ ଆଲୋଚନା ଆଦି ସାମିଲ ରହିଛି ।
ସିଆଇଆଇ ଏମ୍‌ସିଇଡିର ଅଧ୍ୟକ୍ଷ ଏବଂ ଥାଇସନ୍‌କ୍ରୁପ୍ ଇଷ୍ଟ୍ରୀଜ୍ ଇିଆର ପରିଚାଳନା ର୍ନିେଶକ ଓ ସିଇଓ, ବିବେକ ଭାଟିଆ ଏହି କ୍ଷେତ୍ରରେ ଉପରେ ଏକ ସମୀକ୍ଷା ପ୍ରଦାନ କରିଥିଲେ । ନିଜର ସହଯୋଗ ଓ ଏହି କ୍ଷେତ୍ରକୁ ଏକ ବିକଶିତ କ୍ଷେତ୍ର ଭାବେ ଚିହ୍ନିତ କରିଥିବାରୁ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଜଣାଇ ସେ କହିଥିଲେ, ଓଡିଶାରେ ଅନେକ ସୁଯୋଗ ରହିଛି , ତେଣୁ ଉଭୟ ଜାତୀୟ ଓ ଆନ୍ତର୍ଜାତୀୟ ନିବେଶକମାନେ ଏହି ଅଂଚଳ ପ୍ରତି ଆଗ୍ରହ ପ୍ରକାଶ କରୁଛନ୍ତି । ରାଜ୍ୟ ସରକାର ବିଭିନ୍ନ ହିତାଧିକାରୀଙ୍କ ସହ ସହଭାଗିତାରେ ବୃହତ୍ ପୁଞ୍ଜି ନିବେଶକୁ ଆକର୍ଷିତ କରିବା ଏବଂ ଖଣି ଓ ଧାତୁ କ୍ଷେତ୍ରରେ ସ୍ଥାୟୀ ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବା ପାଇଁ ରଣନୈତିକ ଯୋଜନା ପ୍ରସ୍ତୁତ କରିଛନ୍ତି । ଓଡିଶା ନିବେଶକଙ୍କ ଆତ୍ମବିଶ୍ୱାସ ବୃଦ୍ଧି କରିବା ଏବଂ ଏହି କ୍ଷେତ୍ରରେ ଗୁରୁତ୍ୱର୍ପୂ ପ୍ରତ୍ୟକ୍ଷ ବିଦେଶୀ ନିବେଶ (ଏଫ୍‌ଡିଆଇ) ଆକର୍ଷିତ କରିବା ଲାଗି ଲକ୍ଷ୍ୟ ରଖିଛି ।
ସିଆଇଆଇ ଓଡିଶା ରାଜ୍ୟ ପରିଷଦର ଅଧ୍ୟକ୍ଷ, ଶଶି ଶେଖର ମହାନ୍ତି ଓଡିଶାର ଇଷ୍ଟ୍ରିଆଲ ଇକୋସିଷ୍ଟମକୁ ପ୍ରଦର୍ଶିତ କରିବା ଏବଂ ଦେଶ ଓ ବିଶ୍ୱର ବିଭିନ୍ନ ଅଂଶରୁ ବିଭିନ୍ନ କ୍ଷେତ୍ରରେ ନିବେଶକୁ ଆକର୍ଷିତ କରିବା ପାଇଁ କାର୍ଯ୍ୟକାରୀ କରାଯାଇଥିବା ଓଡିଶା ସରକାରଙ୍କ ବିଭିନ୍ନ ପଦକ୍ଷେପ ଓ ପ୍ରେ।।ହନମୂଳକ କାର୍ଯ୍ୟଗୁଡିକ ସମ୍ପର୍କରେ ସମ୍ବୋଧିତ କରିଥିଲେ । ସିଆଇଆଇ ଓଡିଶା ରାଜ୍ୟ ପରିଷଦର ଉପାଧ୍ୟକ୍ଷ ଏବଂ ଏସ୍‌ଏନ୍‌ଏମ୍ ଗ୍ରୁପ୍‌ର ଅଧ୍ୟକ୍ଷ ପ୍ରଦୀପ୍ତ ମହାନ୍ତି ମଧ୍ୟ ଏହି କାର୍ଯ୍ୟକ୍ରମରେ ମତପ୍ରକାଶ କରିଥିଲେ ।


Share It

Comments are closed.