ସିଆଇଆଇ ‘ଫାର୍ମ ୨ ଫୋର୍କ’ର ୧୦ମ ସଂସ୍କରଣରେ କୃଷି ରପ୍ତାନିରେ ଉନ୍ନତିର ସମ୍ଭାବନା ଉପରେ ଆଲୋକପାତ

ଭୁବନେଶ୍ୱର: କନଫେଡେରେସନ ଅଫ ଇଣ୍ଡିଆନ ଇଣ୍ଡଷ୍ଟ୍ରି (ସିଆଇଆଇ) ପକ୍ଷରୁ ସିଆଇଆଇ ଫାର୍ମ୨ଫୋର୍କର ୧୦ମ ସଂସ୍କରଣ ଭୁବନେଶ୍ୱରଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ଅଧିବେଶନରେ ରାଜ୍ୟର କୃଷି ଓ ଖାଦ୍ୟ ପ୍ରକ୍ରିୟାକରଣ ସାମଗ୍ରୀର ରପ୍ତାନି ବୃଦ୍ଧିର ସୁଯୋଗ ଉପରେ ଆଲୋକପାତ କରାଯାଇଛି । ଓଡ଼ିଶା ଏକ କୃଷିପ୍ରଧାନ ରାଜ୍ୟ ହୋଇଥିବାରୁ ଅଂଶୀଦାରମାନେ ରପ୍ତାନିରେ ସୁଯୋଗର ଫାଇଦା ଉଠାଇପାରିବେ ଏବଂ ଏଥିରେ ଥିବା ସମ୍ଭାବନା ଓ ଆହ୍ୱାନଗୁଡ଼ିକ ଉପରେ ଆଲୋଚନା କରିପାରିବେ ।

କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ସିଆଇଆଇ ଇଆର ସରକାରୀ ଶିଳ୍ପ, ଏଗ୍ରି ଆଣ୍ଡ ଫୁଡ ପ୍ରୋସେସିଂ ଫୋରମର ଅଧ୍ୟକ୍ଷ ତଥା ଆଇଟିସି ଲିମିଟେଡର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଶ୍ରୀ ବି ସୁମନ୍ତ ଓଡ଼ିଶାରେ ଧାନ, ଗହମ ଓ ଅର୍ଗାନିକ ମସଲାର ରପ୍ତାନୀକୁ ନେଇ ବ୍ୟାପକ ସମ୍ଭାବନା ଥିବା କହିଛନ୍ତି । ସେ କହିଛନ୍ତି ଅନ୍ୟ ରାଜ୍ୟଗୁଡ଼ିକ ତୁଳନାରେ ଓଡ଼ିଶାରେ ଧାନ ଚାଷରେ ସାର ବ୍ୟବହାର ପରିମାଣ କମ୍ ରହିଛି । ଏଭଳି ସ୍ଥଳେ ଚାଷୀମାନେ ‘ଫୁଡ୍ ସେଫ୍‌’ ଧାନ ଚାଷ କରିବା ଉପରେ ଧ୍ୟାନଦେଲେ ତାହାକୁ ରପ୍ତାନି କରାଯାଇପାରିବ ଯାହାର ଅନ୍ତର୍ଜାତୀୟ ବଜାରରେ ବିପୁଳ ଚାହିଦା ରହିଛି । ସେହିପରି, ଗୁଣାତ୍ମକ ମାନର ଗହମ ଚାଷ କଲେ ତାହାକୁ ଖାଦ୍ୟ ପ୍ରକ୍ରିୟାକରଣ କରୁଥିବା କମ୍ପାନିଗୁଡ଼ିକ ସିଧାସଳଖ ଚାଷୀଙ୍କଠାରୁ କିଣିପାରିବେ । ରାଜ୍ୟର ପାଣିପାଗ ଅର୍ଗାନିକ୍ ଚାଷକୁ ବେଶ ସୁହାଉଛି । ଅର୍ଗାନିକ ମସଲା ଚାଷ କରି ତାହାକୁ ରପ୍ତାନି କରାଯାଇପାରିବ ଯାହାର ୟୁରୋପର ବିପୁଳ ଚାହିଦା ରହିଛି ବୋଲି ସେ କହିଛନ୍ତି ।

ସିଆଇଆଇ ପୂର୍ବାଚଂଳର ଅଧ୍ୟକ୍ଷ ତଥା ଆରଏସବି ଟ୍ରାନ୍ସମିସନସ (ଆଇ) ଲିମିଟେଡର ଉପାଧ୍ୟକ୍ଷ ଓ ପରିଚାଳନା ନିର୍ଦ୍ଦେଶକ ଶ୍ରୀ ଶୁଭେନ୍ଦ୍ର କୁମାର ବେହେରା କହିଛନ୍ତି ଯେ କୃଷିଜାତ ସାମଗ୍ରୀ ରପ୍ତାନି କରିବାକୁ ହେଲେ ପ୍ରଥମେ ଅନ୍ତର୍ଜାତୀୟ ବଜାରର ଆବଶ୍ୟକତାକୁ ବୁଝିବାକୁ ହେବ । ଗୁଣାତ୍ମକ ମାନ, କମ୍ ସାର ଓ କୀଟନାଶକ ବ୍ୟବହାର ଉପରେ ଜୋର ଦେବାକୁ ପଡ଼ିବ । ସେ ଆହୁରି ମଧ୍ୟ କହିଛନ୍ତି ଯେ ଯେତେବେଳେ ଆମେ ରପ୍ତାନି ପାଇଁ ଚିନ୍ତା କରୁଛୁ, ଆମର ଗୁଣବତା ସ୍ତର ଅନ୍ତର୍ଜାତୀୟ ସ୍ତରରେ ଗ୍ରହଣୀୟ ହେବା ଉଚିତ । ନଚେତ୍ ବିଶ୍ୱ ବଜାରରେ କୃଷି ଉତ୍ପାଦ ରପ୍ତାନି କରିବା କଷ୍ଟକର ହୋଇଯାଏ । ଦେଶ ପାଇଁ ନୁହେଁ, ବିଶ୍ୱର ଚାହିଦା ଅନୁଯାୟୀ ଆମକୁ ସମ୍ପୂର୍ଣ୍ଣ ଆଧୁନିକୀକରଣ କରିବାକୁ ପଡ଼ିବ । କୃଷି ଉତ୍ପାଦର ରପ୍ତାନି ପାଇଁ ଅନ୍ତର୍ଜାତୀୟ ମାନକ ପର୍ଯ୍ୟନ୍ତ ସାର୍ଟିଫିକେସନ୍ କିପରି କରାଯିବ କ୍ଲାରେକିନରେ ଆମେ ତାହା ଉପରେ ଧ୍ୟାନ ଦେବୁ ।”

ବାଂଲାଦେଶ ଡେପୁଟି ହାଇ କମିସନର ଶ୍ରୀ ଅନ୍ଦାଲିବ ଇଲିଆସ୍ ବିଶିଷ୍ଟ ବକ୍ତା ଭାବେ ଯୋଗ ଦେଇ ଭାରତ ଓ ବାଂଲାଦେଶ ମଧ୍ୟରେ ରେଳ ଓ ଜଳପଥରେ ପରିବହନ ସଂଯୋଗ ସ୍ଥାପନକୁ ନେଇ ରହିଥିବା ସମ୍ଭାବନା ଉପରେ ଆଲୋକପାତ କରିଥିଲେ । ରପ୍ତାନି ପାଇଁ ସୁଲଭ ପରିବହନ ଓ ସଂଯୋଗ ଏକ ବଡ଼ ଆବଶ୍ୟକତା । ଆମଦାନି ସମ୍ପର୍କରେ ଆଲୋଚନା ଲାଗି ବାଲାଂଦେଶ ସର୍ବଦା ପ୍ରସ୍ତୁତ ବୋଲି ସେ କହିଛନ୍ତି । ସେ କହିଛନ୍ତି ଯେ ପରିବହନ ପାଇଁ ରେଳପଥ ପରେ ଜଳପଥ ହେଉଛି ସବୁଠାରୁ ସୁଲଭ ଯାହାକୁ ଦୁଇ ପକ୍ଷ ମଧ୍ୟରେ ବାଣିଜ୍ୟ ବୃଦ୍ଧି ପାଇଁ ଉପଯୋଗ କରାଯାଇପାରିବ । ସେ କହିଛନ୍ତି ଯେ ଯଦିଓ ବାଂଲାଦେଶ ଚାଉଳ, ଆଳୁ ଏବଂ ମସଲାର ଏକ ପ୍ରମୁଖ ରପ୍ତାନିକାରୀ, ତଥାପି ସେଥିରେ ମୂଲ୍ୟ ଯୋଡ଼ିବାରେ ଶକ୍ତିର ଅଭାବ ରହିଛି ।”

ଏହି ସମାରୋହରେ ମତବ୍ୟକ୍ତ କରି ସିଆଇଆଇ ଓଡ଼ିଶା ପରିଷଦର ଅଧ୍ୟକ୍ଷ ତଥା ସୁରେନ୍ଦ୍ର ମାଇନିଂ ଇଣ୍ଡଷ୍ଟ୍ରିଜ୍ ପ୍ରାଇଭେଟ୍ ଲିମିଟେଡର ଅଧ୍ୟକ୍ଷ ଡା. ପ୍ରଦୀପ୍ତ ମହାନ୍ତି କହିଛନ୍ତି ଯେ ରାଜ୍ୟର ୬୦ ପ୍ରତିଶତ ଶ୍ରମ ଶକ୍ତି କୃଷି କ୍ଷେତ୍ର ଉପରେ ନିର୍ଭରଶୀଳ ଥିବା ବେଳେ କୃଷକମାନଙ୍କ ଆୟ ବଢ଼ାଇବା ଏକ ଆହ୍ୱାନ ହୋଇରହିଛି । ଓଡ଼ିଶା ହେଉଛି ଦେଶର ଏକ ପ୍ରମୁଖ ଧାନ ଉତ୍ପାଦନ କରୁଥିବା ରାଜ୍ୟ । ଏହା ସହିତ ଏଠାରେ ଫଳ, ପନିବରିବା ଏବଂ ଚିଙ୍ଗୁଡ଼ି ମଧ୍ୟ ବିପୁଳ ପରିମାଣରେ ଉତ୍ପାଦନ ହେଉଛି ।

ସିଆଇଆଇ ଓଡ଼ିଶା ରାଜ୍ୟ ପରିଷଦର ଉପାଧ୍ୟକ୍ଷ ତଥା ବେଦାନ୍ତ ଲିମିଟେଡର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ସୁନିଲ ଗୁପ୍ତା କାର୍ଯ୍ୟକ୍ରମର ସମାପନ କରି କହିଛନ୍ତିଯେ, ଅମଳ ପରବର୍ତୀ ଫସଲ ଥଇଥାନ ଉପରେ କାର୍ଯ୍ୟ କରି ତାହାକୁ ରପ୍ତାନି ଉପଯୋଗୀ କରିବାକୁ ପଡ଼ିବ ।”

Share It

Comments are closed.