ଚିନ୍ମୟାନନ୍ଦ ଯୌନ ନିର୍ଯାତନା ମମଲା : ଏସଆଇଟି ତଦନ୍ତ ପାଇଁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ


ଯାହା ଜଣାପଡୁଥିଲା ତାହା ହିଁ ଘଟିଲା, କିନ୍ତୁ ଟିକିଏ ବୁଲେଇ ବଙ୍କେଇ ହେଲା । ଉତ୍ତର ପ୍ରଦେଶର ବିଜେପି ନେତା ତଥା ଦେଶର ପୂର୍ବତ୍ତନ ସ୍ୱରାଷ୍ଟ୍ର ମନ୍ତ୍ରୀ ଚିନ୍ମୟାନନ୍ଦଙ୍କ ବିରୋଧରେ ଆସିଥିବା ଯୌନ ନିର୍ଯାତନା ମମଲାର ତଦନ୍ତ ସ୍ୱତନ୍ତ୍ର ତଦନ୍ତକାରୀ ଦଳ କରିବ । ସୋମବାର ସୁପ୍ରିମ କୋର୍ଟ ଏ ନେଇ ଉତ୍ତର ପ୍ରଦେଶ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଆଇଜି ପାହ୍ୟାର ଜଣେ ପୋଲିସ ଅଧିକାରୀ ଏହି ଏସଆଇଟି ଟିମର ନେତୃତ୍ୱ ନେବେ ବୋଲି ସୁପ୍ରିମ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ସୂଚନାଯୋଗ୍ୟ, ଚିନ୍ମୟାନନ୍ଦଙ୍କ ମାଲିକାନାରେ ଥିବା ଆଇନ କଲେଜରେ ପଢୁଥିବା ଏଲଏଲବି ଛାତ୍ରୀ ଜଣଙ୍କ ସ୍ୱାମୀ ଚିନ୍ମୟାନନ୍ଦଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ଆଣିଥିଲେ । ଏହା ପରେ ସେ ନିଖୋଜ ହୋଇଯାଇଥିଲେ । ତାଙ୍କୁ ଚିନ୍ମୟାନନ୍ଦ ଅପହରଣ କରିଥିବା ନେଇ ଅଭିଯୋଗ ହୋଇଥିଲା । ଏହା ପରେ ଉତ୍ତର ପ୍ରଦେଶର ୭ ଜଣିଆ ପୋଲିସ ଟିମ ତଦନ୍ତ କରି ଏଲଏଲବି ଛାତ୍ରୀଙ୍କୁ ତାଙ୍କର ଜଣେ ପୁରୁଷ ସାଙ୍ଗ ସହ ରାଜସ୍ଥାନର ଫତେପୁର ସିକ୍ରିରୁ ଉଦ୍ଧାର କରିଥିଲେ । କିଛି ଆଇନ ଏହି ଘଟଣାକୁ ଅଧିକ ଗୁରୁତ୍ୱ ଦେଇ ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗେଇଙ୍କ ନଜରକୁ ଆଣିଥିଲେ । ଏହା ପରେ ଉଦ୍ଧାର ଛାତ୍ରୀ କୋର୍ଟରେ ହାଜର କରିବା ପାଇଁ ସୁପ୍ରିମ ୟୁପି ପୋଲିସକୁ ନିର୍ଦ୍ଦେଶ ଦେଇଥିଲେ ।


Share It

Comments are closed.