ଶିଶୁ ମୁହଁରେ ଭୁଲ ଫେସ କ୍ରିମ ଲଗାଇବା ପଡିଲା ମହଙ୍ଗା, ସୁନ୍ଦର ଚେହେରା ଗଲା ଫୁଲି !


ସୁସ୍ଥ ପିଲା ବହୁତ ସୁନ୍ଦର ହୋଇଥାନ୍ତି । ତାଙ୍କ ଶରୀରର ଗଠନଶୈଳୀ ବହୁତ ସୁନ୍ଦର ଲାଗେ । କିନ୍ତୁ ଠିକ ଏଭଳି ଏକ ପିଲାର ଭିଡିଓ ଲୋକମାନେ ଯେତେବେଳେ ଦେଖିଲେ ସେତେବେଳେ ସମସ୍ତେ ଆଶ୍ଚର୍ଯ୍ୟଚକିତ ହୋଇପଡିଥିଲେ । କାରଣ ଏହି ପିଲାଟିର ଚେହେରା ଆବଶ୍ୟକତା ଠାରୁ ଅଧିକ ଫୁଲି ଯାଇଥିଲା । ଚୀନର ଯାହାଙ୍ଗଯୋହୁ, ଫୁଜିଆନ ପ୍ରାନ୍ତରେ ଜଣେ ମା’ ନିଜର ୫ ମାସର ଶିଶୁର ମୁହଁରେ ଏଭଳି ଏକ କ୍ରିମ ଲଗାଇଥିଲେ, ଯାହା ଦ୍ୱାରା ଉକ୍ତ ଶିଶୁର ମୁହଁ ଫୁଲିଯାଇଥିଲା । ଏହା ସହ ଶିଶୁର ମୁହଁରେ ବାଳ ମଧ୍ୟ ବାହାରି ଆସିଥିଲା ।
ମିଳିଥିବା ସୂଚନା ମୁତାବକ, ‘ଡ୍ରାଇ ସ୍କିନ’କୁ ଦୃଷ୍ଟିରେ ରଖି ମା’ ଶିଶୁର ମୁହଁରେ ଏହି କ୍ରିମ ଲଗାଇଥିଲେ କିନ୍ତୁ କିଛି ସମୟ ପରେ ଶିଶୁଟିର ମୁହଁ ଫୁଲିଯାଇଥିଲେ । ଏହା ପରେ ମା’ ଶିଶୁଟିକୁ ହସ୍ପିଟାଲ ନେଇଯାଇଥିଲେ । ଏହା ପରେ ଡାକ୍ତର ଉକ୍ତ କ୍ରିମର ଯାଞ୍ଚ କରିବା ପରେ ଆଶ୍ଚର୍ଯ୍ୟଚକିତ ହୋଇଯାଇଥିଲେ । କାରଣ ଏହା ଏକ ଷ୍ଟେରୋଏଡ କ୍ରିମ ଥିଲା । ଏହାକୁ ବୟସ୍କ ଲୋକ ବ୍ୟବହାର କରିଥାନ୍ତି । ଡାକ୍ତର ଆହୁରୀ ମଧ୍ୟ କହିଲେ, ଏହା ବୟସ୍କଙ୍କ ପାଇଁ ଅଳ୍ପ ବ୍ୟବହାର ଲାଗି ମଧ୍ୟ ପରାମର୍ଶ ଦିଆଯାଇଥାଏ । ଡାକ୍ତର ଏହି କ୍ରିମର ବ୍ୟବହାର ପାଇଁ ଉପଦେଶ ଦେଲେ । ବର୍ତ୍ତମାନ ଶିଶୁଟି ସୁସ୍ଥ ଅଛି ।


Share It

Comments are closed.