ଚୀନରେ ୩୫ ଦିନରେ ୬୦ ହଜାର କରୋନା ରୋଗୀ ମୃତ


ଚୀନରେ ମହାମାରୀ କରୋନାକୁ ନେଇ ଭୟାବୟ ସ୍ଥିତି ଉପୁଜିଛି । ଗତ ୩୫ ଦିନରେ ୫୯ହଜାର ୯୩୮ଜଣଙ୍କ ମୃତ୍ୟୁ ଘଟିଛି । ଚୀନ ପ୍ରଥମଥର ପାଇଁ ମୃତ୍ୟୁସଂଖ୍ୟା ଜାରି କରିଛି । ଡିସେମ୍ବର ୮ରୁ ଜାନୁଆରୀ ୧୨ ମଧ୍ୟରେ ହସ୍ପିଟାଲରେ ହୋଇଥିବା ମୃତ୍ୟୁକୁ ନେଇ ଏହି ରିପୋର୍ଟ ଜାରି କରାଯାଇଛି । ସରକାର କରୋନା ନିୟମକୁ କୋହଳ କରିବା ଯୋଗୁ ସଂକ୍ରମଣ ବଢ଼ିଥିବା ନେଇ ଅଭିଯୋଗ ହେଉଛି ।
ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ଆୟୋଗର ଚିକିତ୍ସା ବିଭାଗର ସିଇଓ ଜିଆଓ ୟାହୁଇ କହିଛନ୍ତି ଯେ, ଚୀନରେ କରୋନା ରୋଗୀଙ୍କଠାରେ ଶ୍ୱାସକ୍ରିୟା ସମସ୍ୟା ଯୋଗୁ ୫,୫୦୩ ଜଣଙ୍କ ମୃତ୍ୟୁ ଘଟିଛି । ଅନ୍ୟପଟେ କରୋନା ସହ କ୍ୟାନ୍ସର ଓ ହାର୍ଟ ରୋଗ ଯୋଗୁ ୫୪ହଜାର ୪୩୫ ଜଣଙ୍କ ମୃତ୍ୟୁ ଘଟିଛି ।


Share It

Comments are closed.