ସତ ମାନିଲା ଚୀନ, ଗଲୱାନ ଘାଟି ସଂଘର୍ଷରେ ନିହତ ହୋଇଥିଲେ ଚୀନ ସୈନ୍ୟ


ଭାରତ ଓ ଚୀନ୍ ଭିତରେ ମଇ ମାସରୁ ଆରମ୍ଭ ହୋଇଥିବା ସୀମା ବିବାଦ ଜାରି ରହିଛି। ଚୀନ୍ ଏଲଏସି ନିକଟରେ ଅନୁପ୍ରବେଶ କରିବାର ଚେଷ୍ଟା କରୁଛି, ଯାହାକୁ ଭାରତୀୟ ଯବାନ ମାନେ ବହୁବାର ବିଫଳ କରିବା ସହ କଡା ଜବାବ୍ ମଧ୍ୟ ଦେଇଛନ୍ତି। ଏହା ଭିତରେ ଚୀନ୍ ପ୍ରଥମ ଥର ସ୍ୱୀକାର କରିଛି ଯେ, ଗଲୱାନ ଘାଟିରେ ହୋଇଥିବା ସଂଘର୍ଷରେ ତା’ର ସୈନିକଙ୍କର ମୃତ୍ୟୁ ହୋଇଥିଲା। ଏହା ପୂର୍ବରୁ ଚୀନ୍ ଏହି କଥାକୁ ମନା କରୁଥିଲା।


ଚୀନ୍ ଖବର କାଗଜ ‘ଗ୍ଲୋବାଲ ଟାଇମ୍ସ’ର ସମ୍ପାଦକ ନିଜେ ସ୍ୱୀକାର କରିଛନ୍ତି ଯେ, ଗଲୱାନ ଘାଟିରେ ହୋଇଥିବା ସଂଘର୍ଷରେ ଚୀନର ବହୁ ସୈନିକଙ୍କର ମୃତ୍ୟୁ ହୋଇଥିଲା। ଖବରକାଗଜର ମୁଖ୍ୟ ସମ୍ପାଦକ ହୁ ଶିଜନ୍ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ଏକ ବିବୃତିକୁ ଟୁଇଟ୍ କରି ଲେଖିଛନ୍ତି, ଯେଉଁ ପର୍ଯ୍ୟନ୍ତ ଜଣାଅଛି ଗଲୱାନରେ ହୋଇଥିବା ସଂଘର୍ଷରେ ଚୀନ ସେନାର ଯବାନଙ୍କ ମୃତ୍ୟୁ ସଂଖ୍ୟା ଭାରତଠାରୁ ୨୦ କମ୍ ଥିଲା। ଏହା ସହ ସେ କହିଛନ୍ତି ଚୀନର କୌଣସି ସୈନିକଙ୍କୁ ଭାରତ ବନ୍ଦୀ କରିନାହାନ୍ତି। ଉଲ୍ଲେଖନୀୟ ଯେ, ଗ୍ଲୋବାଲ ଟାଇମ୍ ଚୀନର ଶାସକ ଦଳ କମ୍ୟୁନିଷ୍ଟା ପାର୍ଟିର ଅଫିସିଆଲ ଖବର କାଗଜ, ଯାହାକୁ ପିପୁଲସ୍ ଡେଲି ଦ୍ୱାରା ପ୍ରକାଶିତ କରାଯାଇଥାଏ। ଶିଜିନ୍ ଟୁଇଟ୍ କରିବା ସହ ଏକ ସ୍କ୍ରିନସଟ୍ ସେୟାର କରିଛନ୍ତି, ଯେଉଁଥିରେ ଏକ ମିଡିଆ ରିପୋର୍ଟ ପକ୍ଷରୁ ଲେଖିଛନ୍ତି, ଭାରତର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କହୁଛନ୍ତି, ସଂଘର୍ଷ ବେଳେ ଭାରତର ଯବାନଙ୍କ ଆକ୍ରମଣରେ ଚୀନ ସୈନିକଙ୍କର ଅଧିକ କ୍ଷତି ହୋଇଛି। ତେବେ ଚୀନ୍ ପକ୍ଷରୁ କୁହାଯାଇଛି, ଭାରତ ସୈନିକଙ୍କ ମୃତ୍ୟୁ ସଂଖ୍ୟା ଭୁଲ ଭାବରେ ଦେଖାଉଛି। ସଂଘର୍ଷରେ ଚୀନ ସେନାର ଯବାନଙ୍କ ମୃତ୍ୟୁ ସଂଖ୍ୟା ଭାରତଠାରୁ ୨୦ କମ୍ ଥିଲା ‘ଗ୍ଲୋବାଲ ଟାଇମ୍ସ’ ପକ୍ଷରୁ କୁହାଯାଇଛି।


Share It

Comments are closed.