୨୦୧୫ରୁ କରୋନା ଭାଇରସର ପ୍ରସ୍ତୁତି ଆରମ୍ଭ କରିଥିଲା ଚାଇନା, ରିପୋର୍ଟରେ ଖୁଲାସା


କୋଭିଡ-୧୯ ମହାମାରୀର ୫ ବର୍ଷ ପୂର୍ବେ ଏହାକୁ ଯୁଦ୍ଧାରେ ଅସ୍ତ୍ରଭାବେ ବ୍ୟବହାର କରିବା ବାବଦରେ ବିଚାର କରିଥିଲେ । ଭାଇରସକୁ ଜୈବିକ ଅସ୍ତ୍ର ଭାବେ ବ୍ୟବହାର କରି ତୃତୀୟ ବିଶ୍ୱଯୁଦ୍ଧ ଲଢିବାକୁ ପାଗ ଭିଡିଥିଲା ଡ୍ରାଗନ୍ । ବିଭିନ୍ନ ଦସ୍ତାବିଜ ଆଧାରରେ ଆମେରିକାର ବୈଦେଶିକ ବିଭାଗ ଏହି ଦାବି କରିଛି ।

ବ୍ରିଟନର ଦି ସନ୍ ଖବର କାଗଜ ଦି ଅଷ୍ଟ୍ରେଲିଆନ ତରଫରୁ ଜାରି ଏକ ରିପୋର୍ଟ ବାବଦରେ କହିଛି ଯେ, ଆମେରିକା ବୈଦେଶିକ ବିଭାଗ ହାତରେ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଲାଗିଛି । ପିପୁଲ୍ସ ଲିବରେସନ ଆର୍ମୀର କମାଣ୍ଡର ଭାଇରସ ବାବଦରେ ପୂର୍ବାନୁମାନ କରିଥିଲେ । ସେମାନେ ୨୦୧୫ରେ କୋଭିଡ-୧୯ ବାବଦରେ ଯାଞ୍ଚ୍ କରୁଥିଲେ । ଚୀନ ବୈଜ୍ଞାନିକମାନେ ସାର୍ସ କରୋନା ଭାଇରସକୁ ଜୈବିକ ଅସ୍ତ୍ରର ନୂଆ ଯୁଗ ବାବଦରେ ଉଲ୍ଲେଖ କରିଥିଲେ । ଯାହାର ଉଦାହରଣ ହେଉଛି କୋଭିଡ୍ । ଏହା ଶତ୍ରୁର ସମସ୍ତ ଚିକିତ୍ସା ପଦ୍ଧତିକୁ ଧ୍ୱସ୍ତ କରିପାରିବ । ଏହାକୁ ବିଶ୍ୱଯୁଦ୍ଧରେ ମଧ୍ୟ ଜୈବିକ ଅସ୍ତ୍ର ଭାବେ ବ୍ୟବହାର ନେଇ ଚୀନ ଯୋଜନା କରିଥିଲା ।

ରିପୋର୍ଟରେ ଆହୁରି ମଧ୍ୟ କୁହାଯାଇଛି ଯେ, ୨୦୦୩ରେ ଚୀନରେ ବ୍ୟାପିଥିବା ସାର୍ସ ଏକ ମନୁଷ୍ୟକୃତ ଜୈବ ଅସ୍ତ୍ର ହୋଇପାରେ । ଯାହାକୁ ଆତଙ୍କବାଦୀମାନେ ଜାଣିଶୁଣି ବ୍ୟାପିବାରେ ସାହାଯ୍ୟ କରିଛନ୍ଚି । ସାଂସଦ ଟମ୍ ଟଗେନଧଟ୍ ଓ ଅଷ୍ଟ୍ରେଲିଆ ରାଜନେତା ଜେମ୍ସ ପିଟରସେନ୍ କହିଛନ୍ତି ଯେ, କୋଭିଡ-୧୯ ଉତ୍ପତ୍ତିକୁ ନେଇ ଚୀନ୍ ଚିନ୍ତା ବଢାଇଦେଇଛି । ତେବେ ଚୀନର ଗ୍ଲୋବାଲ ଟାଇମ୍ସ ଏହି ରିପୋର୍ଟକୁ ଖଣ୍ଡନ କରିବା ସହ ଦି ଅଷ୍ଟ୍ରେଲିଆନକୁ ସମାଲୋଚନା କରିଛି ।


Share It

Comments are closed.