ଅଧିକାଂଶ ମସଜିଦ ଧ୍ୱଂସ କରିସାରିଲାଣି ଚୀନ, ତଥାପି ଡ୍ରାଗନର ଚାଟୁକାରିତା ଛାଡୁନି ପାକିସ୍ତାନ


ଚୀନ୍ ଏବଂ ପାକିସ୍ତାନ ମଧ୍ୟରେ ଘନିଷ୍ଠ ବନ୍ଧୁତ୍ୱ ରହିଛି । ଚୀନ୍ ରେ ମୁସଲିମ୍ ସମ୍ପ୍ରଦାୟ ସଂଖ୍ୟାଲଘୁ ଅଟେ । ଚୀନ୍ ଲଗାତର ମୁସଲିମ୍ ମାନଙ୍କୁ ପ୍ରତାଡିତ କରୁଛି । ମାତ୍ର ପାକିସ୍ତାନ ଏହାକୁ ଖଣ୍ଡନ କରୁଛି ।

ଏକ ରିପୋର୍ଟ ଅନୁସାରେ, ଚୀନ୍ ପ୍ରାୟ ୬୫ ପ୍ରତିଶତ ମସଜିଦକୁ ଧ୍ୱଂସ କରିଦେଇଛି । ଚୀନ୍ ୨୦୧୭ ମସିହା ପରେ ମସଜିଦ୍ ବିଧ୍ୱଂସ୍ତକୁ ଜୋର କରିଛି ।

ଏହି ଖବରକୁ ଅଷ୍ଟ୍ରେଲିୟନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଷ୍ଟ୍ରାଟେଜିକ୍ ପଲିସି ଖୁଲାସା କରିଛି । ରିପୋର୍ଟରେ କୁହାଯାଇଛି ଯେ, ଚୀନ୍ ୬୫ ପ୍ରତିଶତ ମସଜିଦ୍ ଏବଂ ଇସଲାମିକ୍ କୋଠାକୁ ସମ୍ପୂର୍ଣ୍ଣ ନଷ୍ଟ କରିଦେଇଛି । ୨୦୧୭ରେ ଏହି କାମ ଜୋରସୋରରେ ଚାଲିଛି । ଏହାସହ କେତେକ ଉଇଗର ବିଦ୍ୱେଶୀ ମଧ୍ୟ ଗାୟବ ହୋଇଯାଇଛନ୍ତି । ମାତ୍ର ତାହା ଜଣାପଡିନଥିଲା ।


Share It

Comments are closed.