ଲକଡାଉନ୍‌କୁ ନେଇ ଚୀନରେ ଜିନପିଙ୍ଗ୍‌ ସରକାର ବିରୋଧରେ ବଢୁଛି ଅସନ୍ତୋଷ


ଚୀନରେ ଏକଛତ୍ରବାଦ ସରକାର ବିରୋଧରେ ନାରାବାଜି । ହାତଗଣତି କରୋନା ସଂକ୍ରମିତ ଚିହ୍ନଟ ହେଲେ ବି ଲକଡାଉନ କରୁଛନ୍ତି ସରକାର । ଏହାକୁ ନେଇ ସାରା ଦେଶରେ ଜୋରଦାର ବିରୋଧ । କୋଭିଡ କଟକଣା ଲୋକଙ୍କ ଜୀବନ ଜୀବୀକା ବ୍ୟାପକ ଭାବେ ପ୍ରଭାବିତ ହୋଇଛି । ସରକାର କିନ୍ତୁ ଏହାକୁ ଅଣଦେଖା କରୁଛନ୍ତି । ସରକାର ଲୋକଙ୍କ ସ୍ଥିତି ଉପରେ ସମ୍ପୂର୍ଣ୍ଣ ଅଜଣା । ଏ ନେଇ ସରକାରଙ୍କ ବିରୋଧରେ ତେଜୁଛି ଜନ ଅସନ୍ତୋଷ ।

ଦେଶର ଅଧିକାଂଶ ସହରରେ ଉଗ୍ର ଆନ୍ଦୋଳନ ଜାରି ରହିଛି । ଚୀନ ସରକାରଙ୍କ ଜିରୋ କୋଭିଡ ପଲିସିକୁ ନେଇ ଜୋରଦାର ବିକ୍ଷୋଭ ପ୍ରଦର୍ଶନ କରାଯାଉଛି । ଲଗାତାର ସଂକ୍ରମଣ ବଢୁଥିବା ବେଳେ ଲକଡାଉନ କଟକଣାକୁ ନେଇ ଦେଶବ୍ୟାପୀ ବିକ୍ଷୋଭ ଜାରି ରହିଛି । ଆଣ୍ଟି ହ୍ୟୁମାନ କୋଭିଡ ପଲିସିକୁ ବିରୋଧ କରି ନାରାବାଜି କରିବା ସହ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ଇସ୍ତଫା ପାଇଁ ବିକ୍ଷୋଭକାରୀ ଦାବି କରିଛନ୍ତି ।

ଜିନସାଙ୍ଗ ପ୍ରାନ୍ତରେ ଏକ ଆପାର୍ଟମେଣ୍ଟରେ ନିଆଁ ଲାଗିଯିବା ପରେ ବିକ୍ଷୋଭ ଆହୁରି ଉଗ୍ର ରୂପ ନେଇଛି । ଲକଡାଉନ ଯୋଗୁ ଅଗ୍ନିକାଣ୍ଡ ସ୍ଥଳରେ ଦମକଳ ବାହିନୀ ପହଞ୍ଚି ନ ପାରିବାରୁ ୧୦ ଜଣଙ୍କ ମୃତ୍ୟୁ ହୋଇଥିଲା । ଯାହାକୁ ନେଇ ଜିନପିଙ୍ଗଙ୍କ ଇସ୍ତଫା ଦାବି ଜୋର ଧରିଛି ।


Share It

Comments are closed.