କରୋନା ଟିକା ଦୌଡ଼ରେ ଆଗରେ ଚୀନ! ନଭେମ୍ବର ସୁଦ୍ଧା କରୋନା ଟିକା ଉପଲବ୍ଧ କରାଇବାର ଦାବି


ଚାଇନାରେ ପ୍ରସ୍ତୁତ କରୋନା ଟିକା ନଭେମ୍ବରରେ ସାଧାରଣ ଲୋକଙ୍କ ପାଇଁ ଉପଲବ୍ଧ ହୋଇପାରେ | ଚାଇନାର ରୋଗ ନିୟନ୍ତ୍ରଣ ଏବଂ ପ୍ରତିରୋଧ କେନ୍ଦ୍ରର ଜଣେ ଅଧିକାରୀ ଏହି ସୂଚନା ଦେଇଛନ୍ତି। ରାଏଟର୍ସ ରିପୋର୍ଟ ଅନୁଯାୟୀ, ୪ଟି ଚାଇନିଜ୍ କରୋନା ଟିକା କ୍ଲିନିକାଲ୍ ପରୀକ୍ଷଣର ଶେଷ ପର୍ଯ୍ୟାୟରେ ଅଛି।

ଅତ୍ୟାବଶ୍ୟକ ସେବାରେ ଜଡିତ ଥିବା ଲୋକଙ୍କ ପାଇଁ ଚୀନ୍ ତିନୋଟି କରୋନା ଟିକା ବ୍ୟବହାର କରିବାକୁ ଅନୁମତି ଦେଇସାରିଛି। ‘ଅମରଜେନ୍ସି ୟୁଜ ପ୍ରୋଗ୍ରାମ’ ଅଧୀନରେ ଏହି ଅନୁମତି ଦିଆଯାଇଛି। ଏହି କାର୍ଯ୍ୟକ୍ରମ ଜୁଲାଇରୁ ଆରମ୍ଭ ହୋଇଥିଲା |

ଚାଇନାର ରୋଗ ନିୟନ୍ତ୍ରଣ ଏବଂ ନିରାକରଣ କେନ୍ଦ୍ରର ଜୈବ ନିରାପତ୍ତା ବିଶେଷଜ୍ଞ ଗୁଇଜେନ ୱୁ ସୋମବାର ଏକ ସାକ୍ଷାତକାରରେ କହିଛନ୍ତି ଯେ ଟୀକାକରଣର ପର୍ଯ୍ୟାୟ -୩ ପରୀକ୍ଷା ସହଜରେ ଚାଲିଛି ଏବଂ ଏହି ଟିକା ନଭେମ୍ବର କିମ୍ବା ଡିସେମ୍ବରରେ ଜନସାଧାରଣଙ୍କ ପାଇଁ ଉପଲବ୍ଧ ହୋଇପାରେ। ଗୁଇଜେନ ୱୁ ଏହା ମଧ୍ୟ କହିଛନ୍ତି ଯେ ସେ ନିଜେ ଏପ୍ରିଲରେ ଟିକା ନେଇଛନ୍ତି । କିନ୍ତୁ ଗତ ମାସରେ ସେ କୌଣସି ସମସ୍ୟାର ସମ୍ମୁଖୀନ ହୋଇନଥିଲେ। ତେବେ ସେ କେଉଁ ଟିକା ନେଇଛନ୍ତି ତାହା କହି ନାହାଁନ୍ତି।

ଚାଇନାର କମ୍ପାନୀ ସିନୋଫାରମ୍ ଏବଂ ସିନୋଭାକ୍ ବାୟୋଟେକ୍ ଚାଇନାର ଜରୁରୀକାଳୀନ ବ୍ୟବହାର କାର୍ଯ୍ୟକ୍ରମ ଅଧୀନରେ ତିନୋଟି ଟିକା ପ୍ରସ୍ତୁତ କରୁଛନ୍ତି। ଚତୁର୍ଥ ଟିକା କ୍ୟାନସିନୋ ବାୟୋଲୋଜିକ୍ସ ଦ୍ୱାରା ପ୍ରସ୍ତୁତ ହୋଇଛି, ଯାହାକୁ ଚୀନ୍ ସୈନ୍ୟ ବ୍ୟବହାର କରିବାକୁ ଅନୁମତି ଦିଆଯାଇଛି। ଚୀନ୍‌ର ସୈନ୍ୟମାନେ ଏହି ଟିକାକୁ ଜୁନ୍ ମାସରୁ ବ୍ୟବହାର କରିଆସୁଛନ୍ତି।


Share It

Comments are closed.