ସାରା ଭାରତରେ ମାଲାବାର୍ ଗ୍ରୁପର ୧୫୩୧ ଟି ମାଇକ୍ରୋ ଲର୍ଣ୍ଣିଙ୍ଗ ସେଣ୍ଟରରେ ଶିଶୁ ଦିବସ କାର୍ଯ୍ୟକ୍ରମ ପାଳିତ

Share It

ଭୁବନେଶ୍ବର: ବିଶ୍ୱର ଅନ୍ୟତମ ପ୍ରମୁଖ ଖୁଚୁରା ଅଳଙ୍କାର ବ୍ୟବସାୟିକ ସଂସ୍ଥା, ମାଲାବାର ଗ୍ରୁପ୍ ସାରା ଭାରତରେ ଥିବା ଏହାର ୧୫୩୧ ଟି ମାଇକ୍ରୋ ଲର୍ଣ୍ଣିଂ ସେଣ୍ଟର (ଏମ୍‌ଏଲ୍‌ସି) ରେ ଶିଶୁ ଦିବସ ଅବସରରେ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରିଥିଲା। ମାଇକ୍ରୋ ଲର୍ଣ୍ଣିଂ ସେଣ୍ଟର (ଏମ୍‌ଏଲ୍‌ସି) ଗୁଡିକର ସହାୟତାରେ ଷାଠିଏ ହଜାର ପିଲାଙ୍କ ପାଇଁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବରିଷ୍ଠ ପ୍ରତିନିଧି ଏବଂ ବିଶିଷ୍ଟ ବ୍ୟକ୍ତିମାନେ ନେତୃତ୍ୱ ନେଇଥିଲେ। ମିଷ୍ଠାନ ବଣ୍ଟନରୁ ଆରମ୍ଭ ଏହି କାର୍ଯ୍ୟକ୍ରମରେ ପରବର୍ତ୍ତୀ ସମୟରେ ଶିକ୍ଷା, ଅନ୍ତର୍ଭୁକ୍ତିକରଣ ଏବଂ ଯତ୍ନ ଉପରେ ଆଲୋକପାତ କରାଯାଇଥିଲା।
ସାମାଜିକ ଏବଂ ଆର୍ôଥକ ସମସ୍ୟା ଯୋଗୁଁ ଶିଶୁ ଶ୍ରମିକ ପାଲଟିଥିବା କିମ୍ବା ଅଧାରୁ ସ୍କୁଲ ଛାଡିବାକୁ ପଡିଥିବା ଅବହେଳିତ ପିଲାମାନଙ୍କୁ ଏମ୍‌ଏଲ୍‌ସି ସହାୟତା କରିଥାଏ। ପ୍ରତ୍ୟେକ ଏମ୍‌ଏଲ୍‌ସି ବୟସ ଅନୁସାରେ ଗୋଟିଏ ବର୍ଷର ପ୍ରାଥମିକ ଶିକ୍ଷା ପ୍ରଦାନ କରିବା ସହିତ ପିଲାମାନଙ୍କୁ ସ୍କୁଲକୁ ଫେରିବାରେ ସାହାଯ୍ୟ କରିଥାଏ।
ଅଭିଭାବକ, ସ୍ଥାନୀୟ ନେତା, ପୋଲିସ ଏବଂ ସ୍ୱାସ୍ଥ୍ୟ ବିଭାଗର ଅଧିକାରୀଙ୍କ ସହିତ ମାଲାବାର ଗ୍ରୁପ୍ ର ସଦସ୍ୟମାନେ ଏହି ଉତ୍ସବରେ ଯୋଗଦେଇଥିଲେ। ଏହି ଅବସରରେ ପିଲାମାନେ ବିଭିନ୍ନ ଶିକ୍ଷଣୀୟ ଏବଂ ମଜାଦାର ଅଧିବେଶନରେ ଅଂଶଗ୍ରହଣ କରିଥିଲେ, ଯାହା ସେମାନଙ୍କ ସହଭାଗୀତା ବଢ଼ାଇବାରେ ଏବଂ ଆତ୍ମବିଶ୍ୱାସ ଗଠନ କରିବାରେ ସାହାଯ୍ୟ କରିଥିଲା।
ଏହି କେନ୍ଦ୍ରଗୁଡ଼ିକ ମାଧ୍ୟମରେ ପୁଷ୍ଟିକର ଖାଦ୍ୟ ମଧ୍ୟ ପ୍ରଦାନ କରାଯାଇଥାଏ, ପିଲାମାନଙ୍କୁ ଅଧିକ ଏକାଗ୍ରତା ସହିତ ଶିଖିବାରେ ସାହାଯ୍ୟ କରିବା ପାଇଁ ଦୈନନ୍ଦିନ କ୍ଷୀର, ଫଳ ଏବଂ ଅଣ୍ଡା ଦିଆଯାଇଥାଏ। ପ୍ରତି ଚାଳିଶ ଜଣ ପିଲାଙ୍କ ପାଇଁ ଜଣେ ଶିକ୍ଷକ ଅନୁପାତରେ ଏଠାରେ ସ୍ଥାନୀୟ ସମ୍ପ୍ରଦାୟର ତାଲିମପ୍ରାପ୍ତ ସ୍ନାତକମାନେ ଶିକ୍ଷକ ଭାବରେ ନିଯୁକ୍ତି ପାଇଛନ୍ତି। ଏପର୍ଯ୍ୟନ୍ତ, ଏହି କେନ୍ଦ୍ରଗୁଡ଼ିକ ମାଧ୍ୟମରେ ପ୍ରାୟ ତିରିଶ ହଜାର ପିଲାଙ୍କୁ ଆନୁଷ୍ଠାନିକ ଶିକ୍ଷାକୁ ଫେରାଇ ଅଣାଯାଇପାରିଛି।
ଏହି ଅବସରରେ ମାଲାବାର ଗ୍ରୁପ୍ ର ଅଧ୍ୟକ୍ଷ ଏମ୍‌. ପି. ଅହମ୍ମଦ କହିଛନ୍ତି ଯେ, “ଏହି ଅଭିଯାନ ପିଲାମାନଙ୍କ ପାଇଁ ଦୁଇଟି ଆବଶ୍ୟକତାକୁ ପୂରଣ କରୁଛି ଯଥା ପୋଷଣ ଏବଂ ଶିକ୍ଷା। ସୁରକ୍ଷିତ ଏବଂ ଯତ୍ନ ପାଉଥିବା ଅନୁଭବ କଲେ ହି ଜଣେ ପିଲା ଭଲ ଭାବରେ କିଛି ଶିଖି ପାରିଥାଏ। ପୋଷଣ ସେମାନଙ୍କୁ ପଢ଼ିବାକୁ ସକ୍ଷମ କରେ, ଶିକ୍ଷା ସେମାନଙ୍କୁ ଦିଗଦର୍ଶନ ଦିଏ ଏବଂ ଏହି ଦୁଇଟି ମିଶି ତାଙ୍କ ପାଇଁ ଏକ ଗୌରବମୟ ଭବିଷ୍ୟତ ଗଠନ କରିବାରେ ସାହାଯ୍ୟ କରନ୍ତି। ଆମର ସିଏସଆର ପ୍ରତିବଦ୍ଧତାର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ଏହି ମାଇକ୍ରୋ ଲର୍ଣ୍ଣିଂ ସେଣ୍ଟରଗୁଡ଼ିକ ଏହି ବିଶ୍ୱାସକୁ ପ୍ରତିଫଳିତ କରେ ବୋଲି ସେ କହିଛନ୍ତି। ଏହି ସେଣ୍ଟରଗୁଡ଼ିକ ଗ୍ରୁପ୍‌ର ହଙ୍ଗର ଫ୍ରି ୱାର୍ଲ୍ଡ ପଦକ୍ଷେପ ଅଧୀନରେ ପରିଚାଳିତ ହୁଏ, ଯାହା ଭାରତରେ ପ୍ରତିଦିନ ଏକ ଲକ୍ଷ ପାଞ୍ଚ ହଜାର ଖାଦ୍ୟ ପ୍ୟାକେଟ ବଣ୍ଟନ କରେ ଏବଂ ଜାମ୍ବିଆ ଓ ଇଥିଓପିଆରେ ମଧ୍ୟ ସମୁଦାୟମାନଙ୍କୁ ସମର୍ଥନ ଯୋଗାଇଥାଏ।”
ମାଲାବାର ଗ୍ରୁପ୍ ସାମାଜିକ କଲ୍ୟାଣ କାର୍ଯ୍ୟକ୍ରମରେ ଏପର୍ଯ୍ୟନ୍ତ ୩୫୬ କୋଟି ଟଙ୍କାରୁ ଅଧିକ ନିବେଶ କରିସାରିଛି। ଏହି ପ୍ରୟାସ ମାଧ୍ୟମରେ ପ୍ରାୟ ୧୭ ଲକ୍ଷରୁ ଅଧିକ ହିତାଧିକାରୀଙ୍କ ଜୀବନରେ ସକାରାତ୍ମକ ପ୍ରଭାବ ମଧ୍ୟ ପଡିଛି। ମାଲାବାର ଗ୍ରୁପ୍ ଜୋର ଦେଉଥିବା କ୍ଷେତ୍ରଗୁଡ଼ିକ ମଧ୍ୟରେ ମହିଳା ସଶକ୍ତିକରଣ, ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ସହାୟତା, ଝିଅମାନଙ୍କ ପାଇଁ ଶିକ୍ଷାଗତ ବୃତ୍ତି ଏବଂ ବୃଦ୍ଧା ମହିଳାମାନଙ୍କୁ ଆଶ୍ରୟ ଏବଂ ଯତ୍ନ ପ୍ରଦାନ କରୁଥିବା ଗ୍ରାଣ୍ଡମା ହୋମ୍ ଇନିଟିଏଟିଭ ପ୍ରମୁଖ ରହିଛି।


Share It

Comments are closed.