ଗଣତନ୍ତ୍ର ଦିବସ ସମାରୋହରେ ସାମିଲ ହେବେ ନାହିଁ ୧୫ ବର୍ଷରୁ କମ୍ ବୟସ୍କ ପିଲା


ମହାମାରୀ କରୋନା ଭାଇରସ କାରଣରୁ ଚଳିତ ବର୍ଷ ଗଣତନ୍ତ୍ର ଦିବସ ପ୍ୟାରେଡ କାର୍ଯ୍ୟକ୍ରମରେ ସାମାନ୍ୟ ପରିବର୍ତ୍ତନ କରାଯାଇଛି । ଚଳିତ ବର୍ଷ ପ୍ୟାରେଜ ରୁଟର ଦୂରତାକୁ କମାଇ ଦିଆଯାଇଛି । ସେପଟେ ଚଳିତ ବର୍ଷ କେବଳ ପ୍ୟାରେଡ ଦେଖିବା ପାଇଁ କେବଳ ୨୫ ହଜାର ଦର୍ଶକ ସାମିଲ ହୋଇପାରିବେ । ସେହିଭଳି ୧୫ରୁ କମ୍ ବର୍ଷ ବୟସ୍କ ପିଲାଙ୍କୁ ଏହି କାର୍ଯ୍ୟକ୍ରମରେ ସାମିଲ ହେବା ପାଇଁ ଅନୁମତି ନାହିଁ ।
ଏହି ସଂପର୍କରେ ସୂଚନା ଦେଇ ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, “ପ୍ୟାରେଡ ବିଜୟଚୌକରୁ ଆରମ୍ଭ ହୋଇ ନ୍ୟାସନଲ ଷ୍ଟାଡିୟମ ପର୍ଯ୍ୟନ୍ତ ଆସି ଶେଷ ହେବ । ଗତ ବର୍ଷ ପର୍ଯ୍ୟନ୍ତ ପ୍ୟାରେଡ ୮.୨ କି.ମି ପର୍ଯ୍ୟନ୍ତ ହେଉଥିବାବେଳେ ଚଳିତ ଏହା ୩.୩ କି.ମି ପର୍ଯ୍ୟନ୍ତ ହେବ । ପ୍ୟାରେଡ ସମୟରେ ସାମାଜିକ ଦୂରତ୍ୱକୁ ମଧ୍ୟ ଧ୍ୟାନରେ ରଖାଯିବ । କୋଭିଡ-୧୯ ଗାଇଡ ଲାଇନ ଅନୁଯାୟୀ ମାସ୍କ ପିନ୍ଧିବା ଆବଶ୍ୟକ ଅଟେ । ଏହା ଛଡା, ଲୋକଙ୍କ ମଧ୍ୟରେ କିପରି ସାମାଜିକ ଦୂରତ୍ୱ ବଜାୟୀ ରହିବ ତାହା ଉପରେ ତାହା ଉପରେ ଗୁରୁତ୍ୱ ଦିଆଯିବ । ”
ଚଳିତ ବର୍ଷ କେହି ମୁଖ୍ୟ ଅତିଥି ରହିବେ ନାହିଁ
ଦେଶ ପାଇଁ ୨୬ ଜାନୁଆରୀ ବେଶ ମହତ୍ତ୍ୱପୂର୍ଣ୍ଣ ଅଟେ । ୨୬ ଜାନୁଆରୀରେ ଦେଶ ରାଷ୍ଟ୍ରୀୟ ପର୍ବ ଭାବେ ଗଣତନ୍ତ୍ର ଦିବସ ପାଳନ କରେ । ଗଣତନ୍ତ୍ର ଦିବସ ଅବସରରେ ଅନ୍ୟଦେଶର ରାଷ୍ଟ୍ରୀୟ ପ୍ରମୁଖ, ପ୍ରଧାନମନ୍ତ୍ରୀ ଏବଂ ରାଷ୍ଟ୍ରପତିଙ୍କୁ ମୁଖ୍ୟ ଅତିଥି ଭାବେ ନିମନ୍ତ୍ରଣ କରାଯାଏ । କିନ୍ତୁ ଚଳିତ ବର୍ଷ କରୋନା ମହାମାରୀ କାରଣରୁ କୌଣସି ଦେଶର ରାଷ୍ଟ୍ରିୟଧ୍ୟକ୍ଷ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ ନାହିଁ । କରୋନା ଭାଇରସର ପ୍ରକୋପ ଯୋଗୁଁ ସରକାର ଏହି ନିଷ୍ପତି ନେଇଛନ୍ତି । ୧୯୬୬ ମସିହା ପରେ ପ୍ରଥମ ଥର ପାଇଁ ଚଳିତ ବର୍ଷ ଗଣତନ୍ତ୍ର ଦିବସ ସମାରୋହରେ କୌଣସି ମୁଖ୍ୟ ଅତିଥି ରହିବେ ନାହିଁ ।


Share It

Comments are closed.