ଆପଣଙ୍କ ଶିଶୁର ମେଦବହୁଳତା ପାଈଁ ଚିନ୍ତିତ କି ? ତେବେ ଜାଣନ୍ତୁ କଣ କରିବେ

ଲେଖକ : ଡକ୍ଟର ରମ୍ୟା ରଂଜନ ବେହେରା, ଲାପାରୋସ୍କୋପିକ୍ ସର୍ଜନ, ବିଆର୍ ଲାଇଫ୍ କଳିଙ୍ଗ ହସ୍ପିଟାଲ୍


ଆଜିକାଲିର ପିଲାମାନେ ନିଜ ପରିବାର ସହିତ ନୁହେଁ ବରଂ ନିଜ ପସନ୍ଦର କାର୍ଟୁନ ଚରିତ୍ରଙ୍କ ସହିତ ଖାଦ୍ୟ ଖାଇବାକୁ ପସନ୍ଦ କରୁଛନ୍ତି । ସେମାନଙ୍କ ପାଇଁ କ୍ରୀଡ଼ା ମାନେ ଖେଳ ପଡ଼ିଆରେ ଖେଳିବା ନୁହେଁ ବରଂ ଭିଡିଓ ଗେମ୍ ଖେଳିବା । ଏହିସବୁ କାର୍ଯ୍ୟକଳାପ ସହିତ ଜଙ୍କ୍ ଫୁଡ୍ ଖାଇବା ଯୋଗୁ ଭାରତରେ ମେଦବହୁଳ ଶିଶୁଙ୍କ ସଂଖ୍ୟା ୧୪.୪ ନିୟୁତରେ ପହଂଚିଛି, ଯାହା ଚୀନ୍ ପରେ ବିଶ୍ୱରେ ଦ୍ୱିତୀୟ ବୋଲି ନିଉ ଇଂଲଣ୍ଡ୍ ଜର୍ଣ୍ଣାଲ୍ ଅଫ୍ ମେଡିସିନ୍ ପକ୍ଷରୁ ପ୍ରକାଶିତ ସର୍ବେକ୍ଷଣ ରିପୋର୍ଟରୁ ଜଣାପଡ଼ିଛି ।
ଅନେକ ଗବେଷଣା ସର୍ବେକ୍ଷଣରୁ ଜଣାପଡ଼ିଛି ଯେ, ମେଦବହୁଳତା ବୟସ୍କଙ୍କ ତୁଳନାରେ ଶିଶୁଙ୍କ ଠାରେ କମ୍ ରହିଥାଏ, ମାତ୍ର, ଏଥିରେ ଦ୍ରୁତ ଅଭିବୃଦ୍ଧି ଦେଖାଦେଇଛି ଏବଂ ମାମଲା ହାର ୩୦-୪୦% ବଢ଼ିଯାଇଛି । ଏହା ପଛର ପ୍ରାଥମିକ କାରଣ ହେଉଛି ଗ୍ରହଣ କରାଯାଉଥିବା କ୍ୟାଲୋରି ଏବଂ ଦହନ ହେଉଥିବା କ୍ୟାଲୋରି ମଧ୍ୟରେ ଅସନ୍ତୁଳନ । ମେଦବହୁଳତା ଯୋଗୁ ଡାକ୍ତରମାନେ ଏବେ କିଶୋରବସ୍ଥାର ପିଲାଙ୍କ ଠାରେ ଡାଇବେଟିସ୍ ଓ ହୃଦରୋଗ ଭଳି ସମସ୍ୟାକୁ ସାମ୍ନା କରୁଛନ୍ତି ।
ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ ଆଦ୍ୟ ବୟସରେ ଅନେକ ପ୍ରକାରର ଜୀବନଶୈଳୀ ସମସ୍ୟା ଯୋଗୁ ଶିଶୁମାନଙ୍କ ଠାରେ ମେଦବହୁଳତା ଦେଖାଯାଉଛି । କାର୍ଡିଓଭାସ୍କୁଲାର ରୋଗର ବିପଦ ବ୍ୟତୀତ ଟାଇପ୍ ୨ ଡାଇବେଟିସ୍, ନିଶ୍ୱାସ ପ୍ରଶ୍ୱାସ ସମସ୍ୟା ଏବଂ କରୋନାରି ହାର୍ଟ ରୋଗ ସମେତ ଶିଶୁମାନଭ୍କ ଠାରେ ମାନସିକ ଓ ଆବେଗିକ ସମସ୍ୟା ଯୋଗୁ ସେମାନେ ଅବସାଦଗ୍ରସ୍ତ ମଧ୍ୟ ହୋଇଯାଆନ୍ତି । ପୃଥଳକାୟ ପିଲାମାନେ ସାଧାରଣତଃ ସ୍କୁଲରେ ଏବଂ ନିଜ ସାଙ୍ଗମାନଙ୍କ ମଧ୍ୟରେ ଉପହାସର ପାତ୍ର ହୋଇଥାଆନ୍ତି ଏବଂ କାହାକୁ ବିଶ୍ୱାସକୁ ନେଇପାରନ୍ତି ନାହିଁ । ଅଭିଭାବକ, ସାଙ୍ଗ ଏବଂ ସମାଜ ତରଫରୁ ଏଭଳି ଆବେଗିତ ଚାପ ଯୋଗୁ ନିଜ ଆଡ଼ୁ ମେଦବହୁଳତାର ମୁକାବିଲା କରିବା ସେମାନଙ୍କ ପାଇଁ କଷ୍ଟକର ହୋଇପଡ଼େ । ତେଣୁ, ଅଭିଭାବକମାନେ ମାନସିକ ସ୍ତରରେ ଏବଂ ଅଧିକ ଶାରିରୀକ ଫିଟନେସ୍ ଉପରେ ଧ୍ୟାନ ଦେବା ଲାଗି ଉତ୍ସାହିତ କରିବା ଦରକାର ।
ପିଲା ମେଦବହୁଳତାର ଶିକାର ହୋଇଥିବା କିଭଳି ଜାଣିବେ?
ପୃଥଳକାୟ ଥିବା ପିଲାମାନଙ୍କୁ ମେଦବହୁଳତାର ଶିକାର ହୋଇଥିବା ବିଚାର କରାଯାଉଥିଲେ ମଧ୍ୟ ସବୁ ଅଧିକ ଓଜନ ବିଶିଷ୍ଟ ପିଲା ମେଦବହୁଳ ହୋଇନଥାନ୍ତି । ବିଏମଆଇ (ବଡି ମାସ ଇଣ୍ଡେକ୍ସ) ଉଚ୍ଚତା ଏବଂ ଓଜନ ଭିତରେ ଏକ ଉପଯୁକ୍ତ ଦିଶାନିର୍ଦେଶ ପ୍ରଦାନ କରିଥାଏ ଯାହା ଜରିଆରେ ମେଦବହୁଳତା ମପା ଯାଇଥାଏ । ବୟସ୍କ କିମ୍ବା ପିଲା ଯେଉଁମାନଙ୍କ ବିଏମ୍ଆଇ ୩୦ରୁ ଅଧିକ ସେମାନଙ୍କୁ ମେଦବହୁଳ ବୋଲି ବିଚାର କରାଯାଏ ।
ଶିଶୁ ସମୟର ମେଦବହୁଳତା ଦୂର କରିବା ଲାଗି ପିଲାଙ୍କୁ କିଭଳି ଅଭିଭାବକମାନେ ସାହାଯ୍ୟ କରିପାରିବେ?
• ଶିଶୁମାନଙ୍କୁ ଜୋରଜବରଦସ୍ତ ନଖୁଆଇ ଏବଂ ସେମାନଙ୍କୁ ସୁସ୍ଥକର ଖାଇବା ସମୟ ଅଭ୍ୟାସ ବିଷୟରେ ବୁଝାଇବା ଲାଗି ଉପଯୁକ୍ତ ଖାଇବା ସମୟ ନିର୍ଧାରଣ କରିବା ଲାଗି ଅଭିଭାବକମାନଙ୍କୁ ପରାମର୍ଶ ଦିଆଯାଉଛି ।
• ନିୟମିତ ବ୍ୟବଧାନରେ ଜଙ୍କଫୁଡ୍ ଖାଇବାକୁ ନିଶ୍ଚିତ ରୂପେ ଏଡ଼ାଇବା ଦରକାର\n• ବାହାର ଖେଳାଖେଳି ଏବଂ ଶାରିରୀକ କାର୍ଯ୍ୟକଳାପରେ ନିୟୋଜିତ ରହିବା ଲାଗି ପିଲାମାନଙ୍କୁ ଉତ୍ସାହିତ କରିବା ଦରକାର । ଏହା ସେମାନଙ୍କୁ ଶାରିରୀକ ସକ୍ରିୟ, ଉତମ ସ୍ୱାସ୍ଥ୍ୟ ବଜାୟ ରଖିବା ଏବଂ ଫିଟ୍ନେସ୍ ପାଇଁ ସେମାନଙ୍କୁ ଅନୁପ୍ରାଣିତ କରିବ
• କମ୍ ଦୂର ଯାତ୍ରା କରିବା ଲାଗି ଯାନ ବ୍ୟବହାର କରିବା ବଦଳରେ ଚାଲି ଚାଲି ଯିବା କିମ୍ବା ସାଇକେଲ୍ରେ ଯିବା ଲାଗି ପିଲାମାନଙ୍କୁ ଉତ୍ସାହିତ କରିବା ଦରକାର
• ଟେଲିଭିଜନ ଓ ଭିଡିଓ ଗେମ୍ ସମୟ କମାଇବା ଏବଂ ସେମାନଙ୍କୁ ବାହାର କାର୍ଯ୍ୟକଳାପ ଲାଗି ଅଧିକ ଉତ୍ସାହିତ କରିବା ଦରକାର
• ବ୍ୟକ୍ତିଗତ ସମସ୍ୟା, ମେଦବହୁଳତା ଏବଂ ଖାଦ୍ୟ ଅଭ୍ୟାସକୁ ନେଇ ପିଲାମାନଙ୍କ ପାଇଁ ଚାପଯୁକ୍ତ ସ୍ଥିତି ସୃଷ୍ଟି କରିବା ଠାରୁ ଦୂରେଇ ରହିବା ଦରକାର
ଏହି ପ୍ରକ୍ରିୟାରେ ବିଦ୍ୟାଳୟ ମଧ୍ୟ ସହାୟତା ପ୍ରଦାନ କରିପାରିବେ:
• ସବୁ ପ୍ରକାର ବୟସ ପିଲାମାନଙ୍କ ଲାଗି ନିୟମିତ ବିଦ୍ୟାଳୟ ଦ୍ୱାରା ଶାରିରୀକ ଶିକ୍ଷା ଶ୍ରେଣୀ ଆୟୋଜନ କରିବା ଦରକାର । ନିୟିମତ ଶାରିରୀକ ଫିଟ୍ନେସ୍ ଏବଂ ଉଭୟ ମାନସିକ ଓ ଶାରିରୀକ ସ୍ୱାସ୍ଥ୍ୟ ସ୍ୱାସ୍ଥ୍ୟ ବଜାୟ ରଖିବା ପ୍ରତି ଖାପଖୁଆଇବା ଲାଗି ସେମାନଙ୍କ ପାଇଁ ସହାୟକ ହେବ ।
• ସ୍କୁଲ କ୍ୟାଂଟିନରେ ଜଙ୍କ ଫୁଡ୍ ମାତ୍ରା କମ୍ କରିବା
• ପୃଥଳକାୟ ପିଲାମାନଙ୍କୁ ଚିଡ଼ାଇବା ଭଳି କାର୍ଯ୍ୟ ଏବଂ ସ୍କୁଲ ପରିସରରେ ସ୍ୱାସ୍ଥ୍ୟ ଶିକ୍ଷା ପରିବେଶ ବଜାୟ ରଖିବା ଉପରେ ନଜର ରଖିବା ।

Share It

Comments are closed.