ମହାକାଶ ଗବେଷଣାରେ ଭାରତକୁ ମିଳିଲା ଆଉ ଏକ ସଫଳତା, ଚନ୍ଦ୍ରକକ୍ଷ ପଥରେ ପ୍ରବେଶ କଲା ‘ଚନ୍ଦ୍ରାୟନ-୨’


ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ(ଇସ୍ରୋ) ମଙ୍ଗଳବାର ଆଉ ଏକ ସଫଳତା ହାସଲ କରିଛି। ଜୁଲାଇ ୨୨ରେ ଇସ୍ରୋ ଚନ୍ଦ୍ରକୁ ପଠାଇଥିବା ଚନ୍ଦ୍ରଯାନ-୨ ମଙ୍ଗଳବାର ଚନ୍ଦ୍ରର କକ୍ଷପଥରେ ପ୍ରବେଶ କରିଛି। ମଙ୍ଗଳବାର ପୂର୍ବାହ୍ନ ୯ଟାରେ ଚନ୍ଦ୍ରଯାନ-୨ ଚନ୍ଦ୍ରର କକ୍ଷପଥରେ ପ୍ରବେଶ କରିବା ପରେ ଚନ୍ଦ୍ର ଚାରିପଟେ ପରିକ୍ରମା କରିବା ଆରମ୍ଭ କରିଛି। ଚନ୍ଦ୍ରଯାନ-୨କୁ ଚନ୍ଦ୍ରର କକ୍ଷପଥରେ ପ୍ରବେଶ କରାଇବା ଇସ୍ରୋର ବୈଜ୍ଞାନିକମାନଙ୍କ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ଥିଲା, ଯେଉଁଥିରେ ସେମାନେ ସଫଳ ହୋଇଛନ୍ତି। ଏବେ ଚନ୍ଦ୍ରର କକ୍ଷପଥରେ ପ୍ରବେଶ କରିବା ପରେ ସେପ୍ଟେମ୍ବର ୨ରେ ଚନ୍ଦ୍ରଯାନ-୨ ଲ୍ୟାଣ୍ଡର ବିକ୍ରମକୁ ସେଠାରେ ଅବସ୍ଥାପିତ କରିବ। ଏହାପରେ ସେପ୍ଟେମ୍ବର ୭ରେ ନିଜେ ଚନ୍ଦ୍ରପୃଷ୍ଠରେ ଲ୍ୟାଣ୍ଡ କରିବ। ଏହା ପରେ ୬ ଚକିଆ ରୋଭର ପ୍ରଜ୍ଞାନଙ୍କୁ ଚନ୍ଦ୍ରପୃଷ୍ଠରେ ମୁତୟନ କରିବ। ପ୍ରଜ୍ଞାନ ସେଠାରେ ବିଭିନ୍ନ ପରୀକ୍ଷଣ କରି ନୂତନ ତଥ୍ୟ ପଠାଇବ ବୋଲି ଇସ୍ରୋ ପକ୍ଷରୁ କୁହାଯାଇଛି।

ଏହା ପୂର୍ବରୁ ଗତ ଅଗଷ୍ଟ ୧୪ରେ ଚନ୍ଦ୍ରଯାନ-୨କୁ ପ୍ରଦକ୍ଷେଣ ପଥରେ ଅବସ୍ଥାପିତ କରାଯାଇଥିଲା। ବର୍ତ୍ତମାନ ଚନ୍ଦ୍ରଯାନ-୨ ଚନ୍ଦ୍ରର କକ୍ଷପଥରେ ପ୍ରବେଶ କରିଛି। ଟେଲିମେଟ୍ରିଂ, ଟ୍ରାକିଂ ଏବଂ କମାଣ୍ଡ ନେଟୱର୍କ ଅପରେଶନ କଂପ୍ଲେକ୍ସ ଦ୍ୱାରା ଚନ୍ଦ୍ରଯାନ-୨ ଉପରେ ଇସ୍ରୋ ନଜର ରଖିଛି। ବାଙ୍ଗାଲୋରରେ ଥିବା ଡିପ୍ ସ୍ପେଶ୍‌ ନେଟୱର୍କର ମଧ୍ୟ ସହଯୋଗ ନିଆଯାଇଛି। ଚନ୍ଦ୍ରଯାନ-୨ ହେଉଛି ଭାରତର ଦ୍ୱିତୀୟ ଚନ୍ଦ୍ର ମିଶନ, ଯାହା ଚନ୍ଦ୍ରର ଦକ୍ଷିଣ ମେରୁରେ ଅବତରଣ କରିବ।


Share It

Comments are closed.