କରୋନାରେ ଆକ୍ରାନ୍ତ ହେଲେ ବିଧାୟକ ଡଃ ବ୍ୟାମକେଶ ରାୟ, ସମସ୍ତେ କଲେ ଆଶୁ ଆରୋଗ୍ୟ କାମନା


ଚାନ୍ଦବାଲୀ ବିଜେଡି ବିଧାୟକ ଡଃ ବ୍ୟାମକେଶ ରାୟ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ତାଙ୍କ ନମୁନା ପରୀକ୍ଷା ପରେ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଥିବା ଜଣାପଡିଛି । ଏନେଇ ସେ ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି । ଏହା ସହ ବିଧାୟକ ଆହୁରୀ ମଧ୍ୟ କହିଛନ୍ତି ଯେ, ଯେଉଁମାନେ ତାଙ୍କ ସହ ସଂପର୍କରେ ଆସିଛନ୍ତି ସେମାନେ ନିଜେ ଆଇସୋଲେଟରେ ରହିବା ସହ ସତର୍କ ରହିବା ପାଇଁ ନିବେଦନ କରିଛନ୍ତି ।
ବିଧାୟକ ଆହୁରୀ କହିଛନ୍ତି ଯେ, ସେ ବର୍ତ୍ତମାନ ସୁସ୍ଥ ଅଛନ୍ତି ଏବଂ ଚାନ୍ଦବାଲୀରେ ବନ୍ୟା ଘରରେ ଥିବା ଲୋକମାନଙ୍କର ସେବା କରି ପାରୁନଥିବା ହେତୁ ସେ ନିଜକୁ ଦୁଃଖିତ ମନେ କରୁଛନ୍ତି । ବିଧାୟକ ବ୍ୟାମକେଶ କରୋନାରେ ଆକ୍ରାନ୍ତ ଥିବା ଖବର ଜଣାପଡିବା ପରେ ସମର୍ଥନଙ୍କ ଠାରୁ ଆରମ୍ଭ କରି ଶୁଭେଚ୍ଛୁଙ୍କ ପର୍ଯ୍ୟନ୍ତ ସମସ୍ତେ ତାଙ୍କର ଆରୋଗ୍ୟ ନିମନ୍ତେ କାମନା କରୁଛନ୍ତି ।


Share It

Comments are closed.