ହୋଣ୍ଡା ମୋଟରସାଇକଲ୍ ଆଣ୍ଡ୍ ସ୍କୁଟର ଇଣ୍ଡିଆ ପକ୍ଷରୁ ମାସବ୍ୟାପୀ ବିଶ୍ୱ ପରିବେଶ ଦିବସ ପାଳନ କାର୍ଯ୍ୟକ୍ରମର ଶୁଭାରମ୍ଭ


ଭୁବନେଶ୍ୱର: ହୋଣ୍ଡା ମୋଟରସାଇକଲ୍ ଆଣ୍ଡ ସ୍କୁଟର ଇଣ୍ଡିଆ (ଏଚଏମଏସଆଇ) ପକ୍ଷରୁ ଜୁନ୍ ୫ରେ ବିଶ୍ୱ ପରିବେଶ ଦିବସ ପରିପ୍ରେକ୍ଷୀରେ ପରିବେଶ ମାସ ପାଳନ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି । ହୋଣ୍ଡା ମୋଟରସାଇକଲ୍ ଆଣ୍ଡ୍ ସ୍କୁଟର ଇଣ୍ଡିଆର ନିର୍ଦ୍ଦେଶକ-ସେଲ୍‌ସ ଆଣ୍ଡ୍ ମାର୍କେଟିଂ ଶ୍ରୀ ଯୋଗେଶ ମାଥୁର, ଅନ୍ୟତମ ନିର୍ଦ୍ଦେଶକ-ସେଲ୍‌ସ ଆଣ୍ଡ ମାର୍କେଟିଂ ତାକେସି କୋବାୟାସି ଓ କମ୍ପାନିର ଅନ୍ୟ ବରିଷ୍ଠ ଅଧିକାରୀମାନଙ୍କ ଉପସ୍ଥିତିରେ ଉତରାଖଣ୍ଡର ଡେରାଡୁନ ସ୍ଥିତ ସାଫସନ ହୋଣ୍ଡାର ବୃକ୍ଷରୋପଣ ସହ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି ।
ପରିବେଶ ମାସ ପାଳନର ଅଂଶ ସ୍ୱରୂପ, ଏଚଏମଏସଆଇ ପକ୍ଷରୁ ଡିଲରସିପ ସ୍ତରରେ ୧ ଲକ୍ଷ ଚାରା ବଂଟନ କରି ଗ୍ରାକମାନଙ୍କୁ ଏହି ସବୁଜ ଅଭିଯାନରେ ସାମିଲ ହେବାକୁ ଉତ୍ସାହିତ କରାଯିବ । ଏହା ସହିତ ଭାରତର ବିଭିନ୍ନ ଅଂଚଳରେ ୨୪,୦୦୦ ବୃକ୍ଷରୋପଣ କରି କମ୍ପାନି ପ୍ରେରଣାଦାୟୀ ଉଦାହରଣ ସୃଷ୍ଟି କରିବ ।
ମାଗଣାରେ ପିୟୁସି ଯାଂଚ ଅଭିଯାନ ଆୟୋଜନ କରିବ, ଗ୍ରାହକଙ୍କୁ ସୂଚନାଧର୍ମୀ ଲିଫଲେଟ ବଂଟନ କରି ଏବଂ ଗାଡ଼ି ଓ ଇନଭଏସ୍‌ରେ ପରିବେଶ ସଚେତନତା ଭିତିକ ଷ୍ଟିକର ଲଗାଇ ଏହି ଅଭିଯାନରେ ଏଚଏମଏସଆଇର ସ୍ୱୀକୃତିପ୍ରାପ୍ତ ମୁଖ୍ୟ ଡିଲରମାନେ ଯୋଡ଼ିହେବେ । ଏହା ବ୍ୟତୀତ ପରିବେ ସଂରକ୍ଷଣର ଗୁରୁତ୍ୱ ବିଷୟରେ ଜଣାଇ ଏଚଏମଏସଆଇର ଡିଲରମାନେ ଗ୍ରାହକଙ୍କୁ ଏସଏମଏସ୍ ବାର୍ତା ପଠାଇବେ ।
ବିଶ୍ୱ ପରିବୋ ଦିବସ ହେଉଛି ଜାତିସଂଘ ପରିବେଶ କାର୍ଯ୍ୟକ୍ରମର ଏକ ଅଭିଯାନ ଯାହାକୁ ସକାରାତ୍ମକ ପରିବେଶ ପଦକ୍ଷେପ ଗ୍ରହଣ କରିବା ଲାଗି ବିଶ୍ୱବ୍ୟାପୀ ସର୍ବାଧିକ ପାଳନ କରାଯାଉଛି । ୨୦୫୦ ସୁ୍‌ଦ୍ଧା କାର୍ବନ ନ୍ୟୁଟ୍ରାଲ୍ ହେବାକୁ ଲକ୍ଷ୍ୟ ରଖିଥିବା ଏଚ୍‌ଏମ୍‌ଏସ୍‌ଆଇର ଅଭିଯାନ ବିଶ୍ୱ ପରିବେଶ ଦିବସର ବିଷୟବସ୍ତୁ “ଜମି ପୁନରୁଦ୍ଧାର, ବନୀକରଣ ଓ ମରୁଡ଼ି ମୁକାବିଲା”ରେ ରହିଛି । ସ୍ଥାୟୀ ଜମି ପରିଚାଳନା, ମୃତିକା ଓ ଜଳ ସଂରକ୍ଷଣ, ପୁନରୁଦ୍ଧାର ଓ ବନୀକରଣ, ଗୋଷ୍ଠୀ ସଂପୃକ୍ତି ଓ ଶିକ୍ଷା, ନୀତି ଓ ପ୍ରଶାସନକୁ ନିଜ ଦୈନନ୍ଦୀନ ଜୀବନରେ କାର୍ଯ୍ୟକାରୀ କରି ଜମି ଅବକ୍ଷୟ, ମରୁଭୂମୀକରଣ ଓ ମରୁଡ଼ି ସ୍ଥ୍ରାୟିତ୍ୱକୁ କମ୍ କରିବା ଦିଗରେ କମ୍ପାନି ସମର୍ପିତ ରହିଛି ।
ପରିବେଶ ସୁରକ୍ଷା ପାଇଁ ଏଚଏମଏସଆଇର ଅତୁଟ ସମର୍ପଣ ଭାବ ଏହାର ପ୍ରତିଟି କାର୍ଯ୍ୟରେ ପ୍ରତିଫଳିତ ହୋଇଛି । ଅଗ୍ରଣୀ ଏମିସନ ହ୍ରାସ ପ୍ରଯୁକ୍ତିଠାରୁ ଆରମ୍ଭ କରି ସବୁଜ ମାନୁଫାକଚରିଂରେ ନିବେଶ ପର୍ଯ୍ୟନ୍ତ ଏକ ସ୍ଥାୟୀ ଭବିଷ୍ୟତ ସୃଷ୍ଟି କରିବାକୁ ଏଚଏମଏସଆଇ ପ୍ରତିବଦ୍ଧ ରହିଛି । ବାଙ୍ଗାଲୋରର ନର୍ସାପୁରାରେ ଥିବା ତୃତୀୟ ଫ୍ୟାକ୍ଚ୍ରିର ୯୮% ଶକ୍ତି ଆବଶ୍ୟକତାକୁ ଅକ୍ଷୟ ଶକ୍ତି ଜରିଆରେ ପୂରଣ କରୁଛନ୍ତି । କମ୍ପାନି ଏହାର ଦକ୍ଷତାକୁ ବଢ଼ାଉଛି ଏବଂ ଏହାର ମୋଟ ଶକ୍ତି ଆବଶ୍ୟକତାର ଅଧାରୁ ଅଧିକ ଅକ୍ଷୟ ଶକ୍ତି ଜରିଆରେ ପୂରଣ କରୁଛି । ଏଚଏମଏସଆଇର ସମସ୍ତ କାରଖାନାକୁ ଗ୍ରିନକୋ ୱାର୍ଲଡ କ୍ଲାସ ରେଟିଂ ମିଳିଥିବା ତାହା ପ୍ଲାଟିନମ ଓ ପ୍ଲାଟିନମ ପ୍ଲସ୍ ସ୍ତର ହାସଲ କରିଛି ଯାହା ସେମାନଙ୍କ ପରିବେଶ ଉତ୍କର୍ଷର ପ୍ରମାଣ । ଜଳ ସଂରକ୍ଷଣରେ ପ୍ରଶାସନକୁ ପ୍ରଦର୍ଶନ କରି ଏଚଏମଏସଆଇ ଏହାର ସମସ୍ତ କାରଖାନାରେ ଜିରୋ ଲିକ୍ୱିଡ ଡିସଚାର୍ଜ ହାସଲ କରଛି । ଏହା ବର୍ଷା ଜଳ ଅମଳର ବ୍ୟବସ୍ଥା କରିଥିବା ବେଳେ ବେଙ୍ଗାଲରୁର ନର୍ସାପୁରାରେ ଏହାର ତୃତୀୟ କାରଖାନା ଏହାର ୧୦୦% ଜଳ ଆବଶ୍ୟକତାକୁ କେବଳ ବର୍ଷା ଜଳ ଜରିଆରେ ପୂରଣ କରୁି ।
ସମସ୍ତ କାରଖାନାରେ ସୋଲାର ୱାଟର ହିଟରର ବ୍ୟାପକ ବ୍ୟବହାର ଜୀବାଶ୍ମ ଇନ୍ଧନ ବ୍ୟବହାର କମ୍ କରିବାରେ କମ୍ପାନିର ଉଦ୍ୟମକୁ ଦର୍ଶାଉଛି । ଶକ୍ତି ମିତବ୍ୟୟୀ ଅଭ୍ୟାସ ଗ୍ରହଣ କରି ଏବଂ ପରିବେଶ ଦାୟିତ୍ୱବୋଧର ଏକ ସଂସ୍କୃତିକୁ ଆପଣାଇ ଏଚଏମଏସଆଇ ଅଭିନବ ଗମନାଗମନ ସମାଧାନ ପ୍ରଦାନ କରୁଥିବା ବେଳେ ପରିବେଶ ସ୍ଥାୟୀତ୍ୱ କ୍ଷେତ୍ରରେ ଅଗ୍ରଣୀ ରହିଛି ।
ଏହି ସବୁଜ ଅଭିଯାନରେ ସାମିଲ ହେବା ଓ ସକାରାତ୍ମକ ପରିବେଶ ସୃଷ୍ଟି କରିବାକୁ ଏଚଏମଏସଆଇ ସମସ୍ତଙ୍କୁ ଆମନ୍ତ୍ରଣ କରୁଛି । ମିଳିତ ଭାବେ ଆମେ ସମସ୍ତେ ଭବିଷ୍ୟତ ପିଢ଼ି ପାଇଁଏକ ସବୁଜ ଓ ସୁସ୍ଥକର ଗ୍ରହ ଗଢ଼ିପାରିବା ।


Share It

Comments are closed.