ସଡ଼କ ସୁରକ୍ଷା ସହିତ ତମାଖୁ ବର୍ଜନ ନେଇ କାମ କରିବ ସି ଏଫ ଟି

Share It

ଭୁବନେଶ୍ୱର : ଚଣ୍ଡୀ ଫାଉଣ୍ଡେସନ ଟ୍ରଷ୍ଟ (ସିଏଫଟି) ଓ ଗିରିଜା ମେମୋରିଆଲ ରୋଡ ସେଫଟି ଫାଉଣ୍ଡେସନ ଟ୍ରଷ୍ଟ କେବଳ ସଡ଼କ ସୁରକ୍ଷା ସଚେତନ କରିବାକୁ ସୀମିତ ରହିବେ ନାହିଁ। ତମାଖୁ ସେବନର ଭୟାବହାତା ଦିଗରେ ମଧ୍ୟ କାମ କରିବେ ବୋଲି ଟ୍ରଷ୍ଟ ପ୍ରତିଷ୍ଠାତା ଅମୀୟବାଳା ପରିଡ଼ା ସୂଚନା ଦେଇଛନ୍ତି।
ଶ୍ରୀମତୀ ପରିଡା କହିଛନ୍ତି, ତମାଖୁ ସେବନର ଭୟାବହାତାକୁ ଦେଖିବା ପରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲୁଏଚଓ) ପ୍ରତି ବର୍ଷ ମେ ମାସ 31 ତାରିଖରେ ବିଶ୍ୱ ତମାଖୁ ବର୍ଜନ ଦିବସ ପାଳନ କରିବାକୁ ସ୍ଥିର କରିଛି। ତେବେ ବର୍ତ୍ତମାନ ସମୟରେ ଏହି ଦିବସ ପାଳନର ଯଥାର୍ଥତା ଆହୁରି ବଢ଼ି ଯାଇଛି। ତମାଖୁ ସେବନ ଯୋଗୁଁ କ୍ୟାନସର ସମେତ ବିଭିନ୍ନ ମାରାତ୍ମକ ବ୍ୟାଧି ହେଉଛି। ତମାଖୁ ସେବନ ଦ୍ୱାରା ସାରା ବିଶ୍ୱରେ 8 ନିୟୁତରୁ ଅଧିକ ଲୋକଙ୍କ ପ୍ରାଣ ହାନୀ ହେଉଛି। ତେବେ ନିଜେ ଧୁମପାନ ନ କରି ମଧ୍ୟ ନିକଟରେ କରୁଥିବା ବ୍ୟକ୍ତିଙ୍କ ପାଇଁ 1 ନିୟୁତ 20 ଲକ୍ଷରୁ ଅଧିକ ଲୋକ ରୋଗରେ ପଡୁଛନ୍ତି। ତେଣୁ ତମାଖୁ ସେବନକୁ ନେଇ ସଚେତନ କରିବ ରୋଟାରୀ। ଏଥିରେ ସହଯୋଗର ହାତ ବଢାଇବା ଚଣ୍ଡୀ ଫାଉଣ୍ଡେସନ ଟ୍ରଷ୍ଟ। ଆସନ୍ତା 30 ତାରିଖରେ କଟକରେ ଓ 31 ତାରିଖରେ ଭୁବନେଶ୍ୱରର ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ।
ସେହିପରି ରବିବାର ରୋଟାରୀ ଭବନରେ ଗିରିଜା ମେଧା ଓ ଦେବଦୂତ ସମ୍ମାନ ସମାରୋହ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଦ୍ରଵ୍ୟ ଓ ସେବା କର ଅତିରିକ୍ତ ଆୟୁକ୍ତ କାନନବାଳା ନାୟକ କହିଛନ୍ତି, ସଡକ ସୁରକ୍ଷା ନେଇ ସଚେତନ ହୁଅନ୍ତୁ। ନିୟମ ମାନି ଚଳିଲେ ଦୁର୍ଘଟଣା ରୋକି ହେବ।
କାର୍ଯ୍ୟକ୍ରମରେ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ପ୍ରଫେସର ମାନସ କୁମାର ବେହେରା ମୁଖ୍ୟ ବକ୍ତା ଭାବେ ଯୋଗଦେଇ କହିଲେ,ଟେକ୍ନୋଲୋଜିର ଭଲ ଓ ମନ୍ଦ ଉଭୟ ଦିଗ ରହିଛି। ଆମେ ତାକୁ କିଭଳି ନେବା ତାହା ଆମ ଉପରେ ନିର୍ଭର କରେ। ଛାତ୍ରଛାତ୍ରୀ ଜାଣିଛନ୍ତି ମୋବାଇଲର ଅତ୍ୟଧିକ ବ୍ୟବହାର କ୍ଷତିକାରକ। ତଥାପି ସେମାନେ ବିଳମ୍ବିତ ରାତି ପର୍ଯ୍ୟନ୍ତ ମୋବାଇଲ ବ୍ୟବହାର କରୁଛନ୍ତି। ଯାହା ସମାଜରେ ପାଇଁ ଏକ ଉଦବେଗଜନକ ସ୍ଥିତି ସୃଷ୍ଟି କରୁଛି।
ଟ୍ରାଫିକ ଡିସିପି ତପନ କୁମାର ମହାନ୍ତି, ସଡକ ସଚେତନତାର ଏହି କାର୍ଯ୍ୟକ୍ରମକୁ ପ୍ରଶଂସା କରିଥିଲେ। ସୁର ଭାଇବ୍ରେସନ ପ୍ରତିଷ୍ଠାତା ଡକ୍ଟର ଜୟଶ୍ରୀ ଧଳ ସଙ୍ଗୀତ ମାଧ୍ୟମରେ ସଚେତନତା ବାର୍ତ୍ତା ଦେଇଥିଲେ। ଆଗାମୀ ଦିନରେ ସଡକ ସୁରକ୍ଷା କାର୍ଯ୍ୟକ୍ରମ ରାଜ୍ୟରେ ଆହୁରି ବ୍ୟାପକ ହେବ ବୋଲି ଶ୍ରୀମତୀ ପରିଡା କହିଥିଲେ।
ଏହି ଅବସରରେ ଦଶମ ପାସ କରିଥିବା ୨୬ ଜଣ କୃତି ଛାତ୍ରଛାତ୍ରୀଙ୍କୁ ଗିରିଜା ମେଧା ସମ୍ମାନରେ ସମ୍ମାନିତ କରାଯାଇଥିଲା। ସେହିପରି ଅଭିନେତ୍ରୀ ଶ୍ଵେତା ସାହୁ, ଅଭିନେତା ତୁଫାନ ସ୍ୱାଇଁ ଛାତ୍ର, ଛାତ୍ରୀଙ୍କୁ ସଡ଼କ ସୁରକ୍ଷା ଶପଥ ପାଠ କରାଇଥିଲେ। ବର ହୋଇଥିଲେ ବି ବିବାହ ଶୋଭାଯାତ୍ରା ବେଳେ ଆମ୍ବୁଲାନ୍ସକୁ ବାଟ କଢ଼ାଇ ଦେଇଥିବା ସାମ୍ବାଦିକ ସମ୍ବିତ କୁମାର ବେହେରାଙ୍କୁ ‘ଗିରିଜା ଦେବଦୂତ ସମ୍ମାନ’, ପ୍ରେମାନନ୍ଦ ମଲ୍ଲିକଙ୍କୁ ‘ପ୍ରେରଣା ସମ୍ମାନ’, ସାମ୍ବାଦିକ କପିଳେନ୍ଦ୍ର ପ୍ରଧାନ, ସୁମନ୍ତ ସୁନ୍ଦରାୟ, ଅନୀଲ ବୈଶାଖ, ଅନୁରାଧା ମହାରଣା, ରେଶମୀ ଯାଦବ, ସତ୍ୟଜିତ ଦାସ, ମାନସ ସାମଲ, କେଶବ ପାଣି ପ୍ରମୁଖଙ୍କୁ ଗିରିଜା ସେବା ସମ୍ମାନ ପ୍ରଦାନ କରାଯାଇଥିଲା। ଟ୍ରଷ୍ଟ ସଦସ୍ୟ ରାମଜୀବନ ଗୋଛାୟତ, ସାଗର ଦାଶ, ସତ୍ୟାନନ୍ଦ ନାୟକ, ଶତାବ୍ଦୀ ପଲାଇ, ସୌମ୍ୟରଞ୍ଜନ ସାମଲ, ତୁଷାରରଞ୍ଜନ ଶତପଥୀ, ଅମନ ଆୟୁଷ୍ମାନ ଦାସ, ସୁମନ୍ତ ବେହେରା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।


Share It

Comments are closed.