ସେଂଚୁରି ମ୍ୟାଟ୍ରେସ୍ ପକ୍ଷରୁ ଫୋମଟେଷ୍ଟିକ୍ କଲେକ୍ସନ୍‌ର ଶୁଭାରମ୍ଭ


ଭୁବନେଶ୍ୱର : ଭାରତର ଅଗ୍ରଣୀ ସ୍ଲିପ ସ୍ପେଶାଲିଷ୍ଟ, ସେଂଚୁରୀ ମ୍ୟାଟ୍ରେସ ପକ୍ଷରୁ ପର୍ଯ୍ୟାବରଣ-ଅନୁକୂଳ ଫୋମ୍ ମ୍ୟାଟ୍ରେସ-ଫୋମଟେଷ୍ଟିକ କଲେକ୍ସନର ଶୁଭାରମ୍ଭ କରାଯାଇଛି । ଏହି ନୂଆ ମ୍ୟାଟ୍ରେସ୍ ରେଞ୍ଜରେ ପୋଶ୍ଚର ପ୍ରୋ, ଭାଇବେକ୍ସ, ସଫ୍ଟୋପେଡିକ ୨.୦ ଏବଂ ଟଫ୍ ୨.୦ ଆଦି ଅନ୍ତର୍ଭୂକ୍ତ ରହିଛି । ‘ଭବିଷ୍ୟତ ଫୋମଟେଷ୍ଟିକ ଅଟେ’ ଅଭିଯାନ ଅଧୀନରେ ଏକ ସ୍ୱତନ୍ତ୍ର ଉନ୍ମୋଚନ କାର୍ଯ୍ୟକ୍ରମରେ ଓଡିଆ ଅଭିନେତ୍ରୀ ଶ୍ରୀମତୀ ଅର୍ଚିତା ସାହୁଙ୍କ ଉପସ୍ଥିତିରେ ବ୍ୟାପାର ସହଯୋଗୀମାନଙ୍କ ପାଇଁ ଏହି ନୂଆ କଲେକ୍ସନର ଉନ୍ମୋଚନ କରାଯାଇଛି ।

ନୂତନ କପର ଜେଲ ଟେକ୍ନୋଲୋଜି ଦ୍ୱାରା ଚାଳିତ ଫୋମଟେଷ୍ଟିକ ପୋଶ୍ଚର ପ୍ରୋ ଏକ ଦୃଢ଼ ମେମୋରି ଫୋମ ମ୍ୟାଟ୍ରେସ ଅଟେ, ଯାହା ପିଠି’କୁ ସମର୍ଥନ ଦେଇଥାଏ ଏବଂ ରାତିରେ ଏକ ଭଲ ନିଦ୍ରା ସୁନିଶ୍ଚିତ କରିଥାଏ । ଭାଇବେକ୍ସ ଏକ ସର୍ଟି-ପିୟୁଆର ୟୁଏସ ପ୍ରମାଣିତ ଫୋମ୍ ମ୍ୟାଟ୍ରେସ ଯାହାକୁ ସୁଲଭ ମୂଲ୍ୟରେ ଅତିରିକ୍ତ ଆରାମ ପାଇଁ ଡିଜାଇନ କରାଯାଇଛି । ଓଡିଶା ସ୍ଥିତ ସେଂଚୁରୀ କାରଖାନାରେ ଏହି ଉତ୍ପାଦଗୁଡିକୁ ବିକଶିତ କରାଯାଇଛି । ଫୋମଟେଷ୍ଟିକ କଲେକ୍ସନ ଅଧୀନରେ ଥିବା ମ୍ୟାଟ୍ରେସ ଗୁଡିକ‘କୋମଳ’ରୁ ‘ଅତିରିକ୍ତ ଦୃଢ’ ପର୍ଯ୍ୟନ୍ତ ଭିନ୍ନ ଭିନ୍ନ ପ୍ରକାରର ରହିଛି । ଏକ କିଙ୍ଗ ଆକାର ମ୍ୟାଟ୍ରେସ ପାଇଁ ଏହି ଉତ୍ପାଦର ମୂଲ୍ୟ ୧୭,୫୦୦ଟଙ୍କାରୁ ଆରମ୍ଭ ହେଉଛି ଏବଂ ମ୍ୟାଟ୍ରେସ ଉପରେ ସାତବର୍ଷ ପର୍ଯ୍ୟନ୍ତର ୱାରେଂଟି ରହିଛି ।

ଏହି ପରିପେକ୍ଷୀରେ ସେଂଚୁରୀ ମ୍ୟାଟ୍ରେସର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଶ୍ରୀ ଉତମ ମଲାନି କହିଛନ୍ତି, “ଗ୍ରାହକମାନେ ପରିବେଶ ପ୍ରତି ଅଧିକ ସଚେତନ ହେଉଥିବା ସହିତ ସେଂଚୁରୀ ମ୍ୟାଟ୍ରେସ’ରେ ଆମେ ଆମର ଗ୍ରାହକଙ୍କୁ ପରିବେଶ ଅନୁକୂଳ ସମାଧାନ ପ୍ରଦାନ କରିବାକୁ କଳ୍ପନା କରିଛୁ । ଆମେ ମଧ୍ୟ ଆମର ବଜାର ଆକାରକୁ ବିସ୍ତାର କରୁଛୁ ଏବଂ ଆମର ନୂତନ ଉତ୍ପାଦ ପରିସର – ନେଚୁରା ଲାଟେକ୍ସ ସହିତ ୧୦୦% ପ୍ରାକୃତିକ ମ୍ୟାଟ୍ରେସ ବିଭାଗରେ ପ୍ରବେଶ କରୁଛୁ । ଆଗାମୀ ପୂଜା ଏବଂ ପାର୍ବଣ ଋତୁରେ ଆମର ସମସ୍ତ ଖୁଚୁରା ଷ୍ଟୋରରେ ଗ୍ରାହକଙ୍କ ପାଇଁ ଏହି ଅଭିନବ ଉତ୍ପାଦଗୁଡିକ ଉପଲବ୍ଧ କରିବା ପାଇଁ ଆମେ ଲକ୍ଷ୍ୟ ରଖିଛୁ ।”

କ୍ରମାଗତ ଭାବରେ ବଢୁଥିବା ମଧ୍ୟ-ସେଗମେଂଟରେ ଫୋମଟେଷ୍ଟିକ ପରିସର ଏକ ଧାର ପ୍ରଦାନ କରିବ ଏବଂ ରାଜସ୍ୱ ୨୦% ବୃଦ୍ଧିରେ ସହାୟକ ହେବ ଏବଂ ନେଚୁରା ଲାଟେକ୍ସ କଲେକ୍ସନ ପରିବେଶ ଅନୁକୂଳ ଦ୍ରବ୍ୟର ଚାହିଦାକୁ ପୂରଣ କରିବ । ସେଂଚୁରୀ ମ୍ୟାଟ୍ରେସକୁ ନିକଟରେ ଭାରତର ସର୍ବବୃହତ ମ୍ୟାଟ୍ରେସ ଏବଂ ମ୍ୟାଟ୍ରେସ ଉପାଦାନ ରପ୍ତାନିକାରୀ ଭାବରେ ‘ଷ୍ଟାର ଏକ୍ସସପୋର୍ଟ ହାଉସ’ର ମାନ୍ୟତା ମିଳିଛି ।


Share It

Comments are closed.