୨୮ଟି ଫୁଡ୍ ପ୍ରୋସେସିଂ ୟୁନିଟ୍ ପାଇଁ ମିଳିଲା ମଞ୍ଜୁରୀ: ସୃଷ୍ଟି ହେବ ୧୦ ହଜାରରୁ ଅଧିକ ନିଯୁକ୍ତି


ଶନିବାର ଦିନ ଅନୁଷ୍ଠିତ ଆନ୍ତ-ମନ୍ତ୍ରୀସ୍ତରୀୟ ଅନୁମୋଦନ କମିଟି (IMAC) ବୈଠକରେ ୧୦ ଟି ରାଜ୍ୟରେ ବିସ୍ତାରିତ ୨୮ ଟି ପ୍ରକଳ୍ପ CEFPPC ଯୋଜନା ଅଧୀନରେ ଅନୁମୋଦିତ ହୋଇଛି | ଏହି ପ୍ରକଳ୍ପଗୁଡିକ ପ୍ରାୟ ୧୦,୦୦୦ ଲୋକଙ୍କ ପାଇଁ ରୋଜଗାର ସୃଷ୍ଟି କରିବାର ସମ୍ଭାବନା ଅଛି | କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ, ଗ୍ରାମ୍ୟ ଉନ୍ନୟନ ଏବଂ ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ ମନ୍ତ୍ରୀ ନରେନ୍ଦ୍ର ସିଂ ତୋମରଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା।

ଫୁଡ୍ ପ୍ରୋସେସିଂ ୟୁନିଟ ସ୍ଥାପନା ପାଇଁ ପ୍ରଧାନମନ୍ତ୍ରୀ କୃଷି ସମ୍ପଦ ଯୋଜନା ଅନ୍ତର୍ଗତ ୨୦୧୭ ମେ ୩ ତାରିଖରେ ଖାଦ୍ୟ ପ୍ରକ୍ରିୟାକରଣ ଏବଂ ସଂରକ୍ଷଣ କ୍ଷମତା ବିସ୍ତାର ଯୋଜନାକୁ ଅନୁମୋଦନ କରାଯାଇଥିଲା। ଏହି ଯୋଜନାର ମୁଖ୍ୟ ଉଦ୍ଦେଶ୍ୟ ପ୍ରକ୍ରିୟାକରଣ ଏବଂ ସଂରକ୍ଷଣ କ୍ଷମତା ନିର୍ମାଣ ଓ ଉପସ୍ଥିତ ଫୁଡ୍ ପ୍ରୋସେସିଂ ୟୁନିଟର ଆଧୁନିକୀକରଣ ବା ବିସ୍ତାର କରିବା ଯାହାଦ୍ୱାରା ପ୍ରକ୍ରିୟାକରଣ ସ୍ଥର ବୃଦ୍ଧି ହେବ, ମୂଲ୍ୟବର୍ଦ୍ଧନ ହେବ ତଥା ଶସ୍ୟ ନଷ୍ଟ ମଧ୍ୟ ହେବନାହିଁ।

ଆନ୍ତଃ ମନ୍ତ୍ରାଳୟ ଅନୁମୋଦନ ସମିତି ଉତ୍ତର ପ୍ରଦେଶ, ଗୁଜରାଟ, ମହାରାଷ୍ଟ୍ର, ଜାମ୍ମୁ କାଶ୍ମୀର, କର୍ଣ୍ଣାଟକ, ତାମିଲନାଡୁ, ଉତ୍ତରାଖଣ୍ଡ, ଆସାମ ଓ ମଣିପୁର/ କେନ୍ଦ୍ର ଶାସିତ ପ୍ରଦେଶରେ ମୋଟ ୩୨୦.୩୩ କୋଟି ଟଙ୍କାର ପ୍ରକଳ୍ପ ସହ ୨୮ଟି ଫୁଡ ପ୍ରୋସେସିଂ ୟୁନିଟକୁ ମଞ୍ଜୁରୀ ମିଳିଛି ଯେଉଁଥିରେ ୧୦୭.୪୨ କୋଟି ଟଙ୍କାର ଅନୁଦାନ ସହାୟତା ରାଶି ମଧ୍ୟ ସାମିଲ ରହିଛି। ଏହି ପ୍ରକଳ୍ପ ୨୧୨.୯୧ କୋଟି ଟଙ୍କାର ନିବେଶ ଦ୍ୱାରା କ୍ରିୟାନ୍ୱିତ ହେବ। ଏଥିରେ ପାଖାପାଖି ୧୦ ହଜାର ୫୦୦ ଲୋକଙ୍କୁ ରୋଜଗାର ମିଳିବ।


Share It

Comments are closed.