ଦୁଇ ଦିନିଆ ଓଡିଶା ଗସ୍ତରେ କେନ୍ଦ୍ର ମନ୍ତ୍ରୀ ଅମିତ ଶାହା


ଦୁଇ ଦିନର ଓଡିଶା ଗସ୍ତରେ ଆସିଥିବା କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା ସୋମବାର ଦିନ ଲିଙ୍ଗରାଜ ମନ୍ଦିର ଦର୍ଶନ ପରେ କଟକ ଯିବାର ଯୋଜନା ରହିଥିଲା । ଏହି ଯୋଜନା ମୁତାବକ ଅମିତ ଶାହା କଟକରେ ପହଞ୍ଚି କଡା ସୁରକ୍ଷା ବଳୟ ଭିତରେ ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ପ୍ରତିମୂର୍ତ୍ତୀରେ ପୁଷ୍ପ ମାଲ୍ୟ ଅର୍ପଣ କରିଛନ୍ତି । ତାଙ୍କୁ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନେତାଜୀ ସଂଗ୍ରହାଳୟରେ ସାକ୍ଷାତ କରିଛନ୍ତି । ଶାହାଙ୍କ ଗସ୍ତ ପାଇଁ ଓଡିଶାରେ ୩୦ ପ୍ଲାଟୁନ ଫୋର୍ସ ସହ କେନ୍ଦ୍ରୀୟ ସୁରକ୍ଷା ବଳ ମଧ୍ୟ ରହିଛି ।
ଏାହା ଦୁଇ ଦିନିଆ ଓଡିଶା ଗସ୍ତ ମଧ୍ୟରେ ଦୈନିକ ଖବରକାଗଜ ପ୍ରଜାତନ୍ତ୍ରର ୭୫ ବର୍ଷ ପୂର୍ତ୍ତୀ ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେବେ । ସେ କଟକର ଇନଡୋର ଷ୍ଟାଡିୟମ ଠାରେ ଏହି ସମାରୋହରେ ଯୋଗଦେଇ ଭୁବନେଶ୍ୱର ଫେରି ଦଳୀୟ କାର୍ଯ୍ୟକ୍ରମରେ ନେତା ଏବଂ କମ୍ରୀଙ୍କ ସହିତ ଆଲୋଚନା କରିବାର ଯୋଜନା ରହିଛି ।


Share It

Comments are closed.