କେନ୍ଦ୍ର ସରକାରଙ୍କ ଘେଷଣା, ଅଗଷ୍ଟ ୧୫ ପର୍ଯ୍ୟନ୍ତ ଲାଗିବ ନାହିଁ ବିଭିନ୍ନ ସ୍ମାରକୀ, ମ୍ୟୁଜିୟମ, ସଂଗ୍ରହାଳୟର ପ୍ରବେଶ ଫି


ବିଶ୍ୱର ବୃହତ ଗଣତାନ୍ତ୍ରିକ ରାଷ୍ଟ୍ର ଭାରତର ସ୍ୱାଧିନତାର ୭୫ ବର୍ଷ ପୂରଣ ହେବାକୁ ଯାଉଛି । ଏଥି ପାଇଁ ସମଗ୍ର ଭାରତରେ ଆଜାଦୀକି ଅମୃତ ମହୋତ୍ସବ, ହର ଘର ତ୍ରିରଙ୍ଗା ଦିବସ ପାଳନ ହେବାକୁ ଯାଉଛି । ହର ଘର ତ୍ରିରଙ୍ଗା ଦିବସ ଅଗଷ୍ଟ ୨ରୁ ୧୫ ପ ର୍ଯ୍ୟନ୍ତ ପାଳନ ହେବାକୁ ଯାାଉଛି ।
ଏଥି ପାଇଁ କେନ୍ଦ୍ର ସରକାରଙ୍କ ପ କ୍ଷରୁ ଭାରତୀୟଙ୍କ ମନରେ ଦେଶପ୍ରେମକୁ ଜାଗ୍ରତ କରିବା ପାଇଁ ଅଗଷ୍ଟ ୫ରୁ ଅଗଷ୍ଟ ୧୫ ପର୍ଯ୍ୟନ୍ତ ଦେଶର ସମସ୍ତ ସ୍ଥାନର ସ୍ମାରକୀ, ସଂଗ୍ରହାଳୟ ଏବଂ ପୁରାତନ କିର୍ତ୍ତୀ ସ୍ଥଳକୁ ପ୍ରବେଶ ପାଇଁ ଲୋକମାନଙ୍କ ଠାରୁ କୌଣସି ପ୍ରବେଶ ଫି ଆଦାୟ କରାଯିବ ନାହିଁ ବୋଲି ଘୋଷଣା କରାଯାଇଛି । ଏହି ସମ୍ପର୍କରେ ଏଏସଆଇ ସ୍ମାରକ ନିଦେ୍ର୍ଦଶକ ଡ.ଏନକେ ପାଠକଙ୍କ ତରଫରୁ ନିିଦେ୍ର୍ଦଶନାମା ଜାରି କରାଯାଇଛି ।


Share It

Comments are closed.