କେନ୍ଦ୍ରୀୟ ପ୍ରତ୍ୟକ୍ଷ କର ଓ ସୀମା ଶୁଳ୍କ ବୋର୍ଡ, ଭୁବନେଶ୍ୱର ଜୋନ୍ ପକ୍ଷରୁ ଆଇକନିକ୍ ସପ୍ତାହର ଶୁଭାରମ୍ଭ

ଆଜାଦୀ କା ଅମୃତ ମହୋତ୍ସବର ଏହା ଏକ ଅଂଶ ଯାହା ୨୦୨୨ ଜୁନ୍ ୬-୧୨ ପର୍ଯ୍ୟନ୍ତ ଚାଲିବ


ଭୁବନେଶ୍ୱର: କେନ୍ଦ୍ର ସରକାରଙ୍କ ଅର୍ଥ ମନ୍ତ୍ରାଳୟ ଓ କର୍ପୋରେଟ ବ୍ୟାପାର ମନ୍ତ୍ରାଳୟ ପକ୍ଷରୁ ପାଳନ କରାଯାଉଥିବା ଆଜାଦୀ କା ଅମୃତ ମହୋତ୍ସବର ଅଂଶ ସ୍ୱରପ କେନ୍ଦ୍ରୀୟ ପ୍ରତ୍ୟକ୍ଷ କର ଓ ସୀମା ଶୁଳ୍କ ବୋର୍ଡ (ସିବିଆଇସି), ଭୁବନେଶ୍ୱର ଜୋନ୍ ପକ୍ଷରୁ ଆଇକନିକ୍ ସପ୍ତାହର ଶୁଭାରମ୍ଭ କରାଯାଇଛି ଯାହା ୨୦୨୨ ଜୁନ୍ ୬ରୁ ୧୨ ତାରିଖ ପର୍ଯ୍ୟନ୍ତ ଜାରି ରହିବ । ଏନେଇ ଆଜି କେନ୍ଦ୍ରୀୟ କର ଓ ସୀମା ଶୁଳ୍କର ମୁଖ୍ୟ କମିସନର, ଭୁବନେଶ୍ୱର ଜୋନ୍‌ଙ୍କ ପକ୍ଷରୁ ଇଡ୍‌କଲ୍ ଅଡିଟୋରିୟମ୍‌ରେ ଏକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା ।
ଏହି ଅବସରରେ ଅତିଥି ଭାବେ ଉପସ୍ଥିତ ଥିଲେ ଓଡ଼ିଶା ଅଂଚଳର ପ୍ରଧାନ ମୁଖ୍ୟ ଆୟକର ଆୟୁକ୍ତ ୱାଇ ରାଜେନ୍ଦ୍ର, ଆୟକର ଆୟୁକ୍ତ ଫଗୁ ଓରାମ, ଅଡିଟ୍ କମିସନରେଟ୍‌ର ପ୍ରମୁଖ କମିସନର, ଭୁବନେଶ୍ୱର ବି କେ କର, କମିସନର ଅପିଲ୍ (ଜିଏସ୍‌ଟି ଓ କଷ୍ଟମ୍‌ସ) ଅରବିନ୍ଦର ସିଂହ ରଙ୍ଗା, କମିସନ (ସିଟି ଓ ଜିଏସ୍‌ଟି) ସୁଶିଲ କୁମାର ଲୋହାନି, ଅତିରିକ୍ତ କମିସନର (ସିଜିଏସ୍‌ଟି ଓ ସେଂଟ୍ରାଲ୍ ଏକ୍ସାଇଜ୍‌) ଗୋପାଳ କୃଷ୍ଣ ପତି, ପିଆର ଏଡିଜି ରାଜେନ୍ଦ୍ର ସିଂହ, ଅତିରିକ୍ତ କମିସନର ଅନୁରାଧା ମିଶ୍ର ଓ ମାଧବ ଚନ୍ଦ୍ର ମିଶ୍ର, ଏନ୍‌ଏସିଆଇଏନ୍‌ର ଅତିରିକ୍ତ ନିର୍ଦେଶକ ଏଲ୍‌ପେଟୁ ସେସୁ ଓ ପୱନ କୁମାର ମୀନା ଏବଂ ୟୁକୋ ବ୍ୟାଙ୍କର ଜିଏମ୍ ଅରୁପାନନ୍ଦ ଜେନା ଓ ଏସ୍‌ଏଲ୍‌ବିସି ଇନ୍‌ଚାର୍ଜ ଲିଙ୍ଗରାଜ ନାୟକ ।
ଅନ୍ୟତମ ଅତିଥି ଭାବେ ବ୍ୟାଙ୍କ ଅଫ ବରୋଦାର ଆଂଚଳିକ ମୁଖ୍ୟ ରାଜୀବ କ୍ରିଷ୍ଣ, ଏଚ୍‌ଡିଏଫ୍‌ସି ବ୍ୟାଙ୍କର ଦେବବ୍ରତ, ଫେଡେରାଲ୍ ବ୍ୟାଙ୍କର ଏମ୍ ହୁସେନ, ଆଇଡିଏଫ୍‌ସି ଫାଷ୍ଟ୍ ବ୍ୟାଙ୍କର ଡିବିଏମ୍ ବିଭୁ ପ୍ରସାଦ ଆଚାର୍ଯ୍ୟ, ସୁମନ ଚକ୍ରବର୍ତୀ, ଉଜ୍ଜୀବନ ବ୍ୟାଙ୍କର ସୁଶାନ୍ତ ବେହେରା, ୟୁନିଅନ ବ୍ୟାଙ୍କ ଅଫ୍ ଇଣ୍ଡିଆର ଶଙ୍କର ହେମ୍ବ୍ରମ୍‌, ବ୍ୟାଙ୍କ ଅଫ୍ ଇଣ୍ଡିଆର ଅଶୋକ ଜେନା ଓ ଆରବିଏମ୍ ବ୍ୟାଙ୍କର ରାଜ୍ୟ ମୁଖ୍ୟ ଏସ୍ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ।
ଆଜି ସର୍ବଭାରତୀୟ ସ୍ତରରେ ନୂଆଦିଲ୍ଲୀର ବିଜ୍ଞାପନ ଭବନରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଇକନିକ୍ ସପ୍ତାହ ପାଳନର ଶୁଭାରମ୍ଭ କରିଛନ୍ତି । ସେହି କାର୍ଯ୍ୟକ୍ରମକୁ ଭୁବନେଶ୍ୱର ସମେତ ୭୫ଟି ସହରରେ ସିଧା ପ୍ରସାରଣ କରାଯାଇଛି । ଏଥି ସହିତ ଏକ ଡିଜିଟାଲ୍ ପ୍ରଦଶର୍ନୀ ମଧ୍ୟ ଆରମ୍ଭ କରାଯାଇଛି । ଭୁବନେଶ୍ୱରେ ଏଥିପାଇଁ କେନ୍ଦ୍ରୀୟ କର ଓ ସୀମା ଶୁଳ୍କର ମୁଖ୍ୟ କମିସନର ସବୁ ବ୍ୟବସ୍ଥା ଯୋଗାଇ ଦେଇଥିଲେ । ଭୁବନେଶ୍ୱର ଜୋନ୍ ଅଧୀନରେ କାର୍ଯ୍ୟ କରୁଥିବା ସମସ୍ତ ଅଧିକାରୀ ଏଥିରେ ଯୋଗ ଦେଇଥିଲେ ।
ଆଇକନିକ୍ ସପ୍ତାହରେ ବିଭିନ୍ନ କାର୍ଯ୍ୟକ୍ରମ ରହିଛି । ସେଥିରେ ସାମିଲ ରହିଛି ହିନ୍ଦୀ ଭାଷାରେ “ରୁପେୟା କା ରୋଚକ ସଫର’ର ଭିଡିଓ ଉନ୍ମୋଚନ, ଏକେଏଏମ୍ ଡିଜାଇନ୍‌ର କଏନ୍‌ର ଉନ୍ମୋଚନ, କ୍ରେଡିଟ୍ ଲିଙ୍କଡ୍ ସରକାରୀ ସ୍କିମ୍ ପାଇଁ ଜନ ସମର୍ଥ ନାମକ ଏକ ପୋର୍ଟାଲ୍‌, ହିନ୍ଦୀ ଭାଷାରେ ଭିଡିଓ “ମାଇରେ’ର ଉନ୍ମୋଚନ ଓ ଭିଡିଓ ଶପଥପାଥ ଓ ପୁନଃ ଉତ୍ସର୍ଗ ।
ଆଜାଦୀ କା ଅମୃତ ମହୋତ୍ସବ ହେଉଛି ଭାରତ ସରକାରଙ୍କ ଏକ ଅଭିଯାନ ଯେଉଁଥିରେ ୭୫ତମ ସ୍ୱାଧୀନତା ଓ ଏହାର ଲୋକ, ସଂସ୍କୃତି ଓ ସଫଳତାର ଗୌରବମୟ ଇତିହାସକୁ ପାଳନ କରାଯିବ । ଏହି ମହୋତ୍ସବ ଭାରତର ଲୋକମାନଙ୍କ ପ୍ରତି ଉତ୍ସବ କରାଯାଇଛି ଯେଉଁମାନେ କେବଳ ଏହାକୁ ଏକ ବୈପ୍ଳବିକ ଯାତ୍ରାରେ ଏପର୍ଯ୍ୟନ୍ତ ଆଣିନାହାନ୍ତି ବରଂ ଆତ୍ମନିର୍ଭର ଭାରତ ଲାଗି ପ୍ରଧାନମନ୍ତ୍ରୀ ରଖିଥିବା ଲକ୍ଷ୍ୟକୁ ପୂରଣ କରିବାର ଶକ୍ତି ଓ ସାମର୍ଥ୍ୟ ନିଜ ପାଖର ରଖିଛନ୍ତି ।
ଆଜାଦୀ କା ଅମୃତ ମହୋତ୍ସବ ପାଳନର ଶୁଭାରମ୍ଭ ୨୦୨୧ ମାର୍ଚ୍ଚ ୧୨ରୁ ଆରମ୍ଭ ହୋଇଥିଲା ଯାହା ହେଉଛି ଏକ ୭୫ ସପ୍ତାହର ଉତ୍ସବ ପାଳନ ଯେଉଁଥିରେ ୭୫ତମ ସ୍ୱାଧୀନତା ଦିବସକୁ ପାଳନ କରାଯିବ ଓ ଏହାର ସମାପନ ୨୦୨୩ ଅଗଷ୍ଟ ୧୫ରେ ହେବ ।


Share It

Comments are closed.